Cyclone: ଶୂନ ମୃତାହତ ଆମର ଲକ୍ଷ୍ୟ, ୧୧,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯିବ: ଜିଲ୍ଲାପାଳ

59 minutes ago 2
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ସମ୍ଭାବ୍ୟ ବାତ୍ୟା ଓ ଏହାଜନିତ ପ୍ରବଳ ବର୍ଷାର ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୁନ ମୃତାହତ ଆମର ଲକ୍ଷ୍ୟ ବୋଲି ଆଜି ସଂଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲାପାଳ ମଧୁମିତା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଡ. ମହେଶ୍ୱର ସ୍ୱାଇଁ । ଜିଲ୍ଲାର ବିଭିନ୍ନ ବିଭାଗର ପ୍ରସ୍ତୁତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, ବିଭାଗୀୟ ସମନ୍ୱୟ ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଉଭୟ ସୂଚନା ଦେଇଥିଲେ। 

ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ୨୭ ଓ ୨୮ ଅକ୍ଟୋବର ୨୦୨୬ ପାଇଁ ଛୁଟି ଘୋଷଣା କରିଛନ୍ତି। ଡ.ସ୍ବାଇଁ ପହଚିଂବା ପରେ ସ୍ଥିତିକୁ ସମୀକ୍ଷା କରିଛନ୍ତି। ମଙ୍ଗଳବାର ବାତ୍ୟାର ତଦାରଖ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନବରଙ୍ଗପୁର ପହଚିଂବେ। ରାଜ୍ୟ ଜରୁରୀକାଳୀନ ପରିଚାଳନା କାର୍ଯ୍ୟାଳୟ (ଏସ୍‌ଆର୍ସି) ପକ୍ଷରୁ ନବରଙ୍ଗପୁର ଜିଲ୍ଲା ପାଇଁ ୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଏଥିସହ ୭ମ ଏସଆଇଆରବିଏନର ୨ଟି ଓଡ୍ରାଫ୍ ଟିମ୍ କୋଷାଗୁମୁଡ଼ା ବ୍ଲକରେ ଏବଂ ଗୋଟିଏ ଟିମ୍ ନବରଙ୍ଗପୁର ବ୍ଲକରେ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ କର୍ମଚାରୀ ଓ ଯନ୍ତ୍ରପାତି ସହ ୧୨ଟି ଅଗ୍ନିଶମ ଦଳକୁ ପ୍ରସ୍ତୁତ ରଖାଯାଇଛି। 

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଓ ଜରୁରୀକାଳୀନ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଚାଳକଙ୍କ ସହ ୨୫୧ଟି ଯାନ ଚିହ୍ନଟ କରାଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳରେ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଗୋଟିଏ ପାୱାର ବୋଟ୍ ଏବଂ ୯ଟି ଫାୟାର ବୋଟ୍ ଅବସ୍ଥାପିତ କରାଯାଇଛି। ୧୦ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଏଥିସହ ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାର ବିପଦସଂକୁଳ ୨୨ଟି ପଞ୍ଚାୟତ ଓ ୬୦ଟି ଗ୍ରାମ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ୧୧,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି। ବାତ୍ୟା ସମୟରେ ମାତୃ ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାରେ ୩୨୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୮୩ ଜଣଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। 

ସମ୍ଭାବ୍ୟ ବର୍ଷା ଓ ଜଳସ୍ତର ବୃଦ୍ଧିଜନିତ ବିପଦକୁ ଦୃଷ୍ଟିରେ ରଖି ନଦୀ ଓ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଜଳସ୍ତରରେ ଅସ୍ୱାଭାବିକ ବୃଦ୍ଧି ଘଟିଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆଜି ଇନ୍ଦ୍ରାବତୀ ଜଳଭଣ୍ଡାରରେ ୬୩୯.୬୯୦ମିଟର ପାଣି ଗଚ୍ଛିତ ଥିବାବେଳେ ଆଜି ୬୦୫.୦୬୩ମେଘାୱାଟ ଘଣ୍ଟା ବିଦ୍ୟୁତ ଉତ୍ପାଦନ ହୋଇଛି। ଆଜି ବି ୨ଟି ସ୍ପିଲଗେଟ୍‌ ଦ୍ବାରା ୧୩୩.୫୭୬କ୍ୟୁମେକ୍ସ ପାଣି ଇନ୍ଦ୍ରାବତୀ ନଦୀର ତଳମୁଣ୍ଡକୁ ଛଡାଯାଇଛି। ଧି‌ରେ ଧିରେ ନଦୀ କୂଳଖାଉଛି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.