Cyclone: ଜାପାନକୁ ‘ଡଲଫିନ୍‌’ର ପ୍ରହାର, ୫୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ୍‌

1 week ago 4
ARTICLE AD BOX

ୱାସିଂଟନ: ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ଡଲଫିନ୍‌’ ଜାପାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ମାଡ଼ ହୋଇଛି। ଘଣ୍ଟାପ୍ରତି ସର୍ବାଧିକ ୧୯୮ କିଲୋମିଟର ବେଗର ପବନ, ପ୍ରବଳ ବର୍ଷା ଓ ଉଚ୍ଚ ଜୁଆର ଆଶଙ୍କାକୁ ଦୃଷ୍ଟିରେ ରଖି କାଗୋସିମା ଓ ଓକିନାୱା ପ୍ରାନ୍ତର ପ୍ରାୟ ୨.୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପ୍ରଭାବରେ ଶୁକ୍ରବାର ସାରା ଦେଶରେ ୫୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ୍‌ କରାଯାଇଛି।

ଜାପାନ ପାଣିପାଗ ବିଭାଗ (ଜେଏମ୍‌ଏ) ସୂଚନା ଅନୁସାରେ, ‘ଡଲଫିନ୍‌’ ଏକ ପ୍ରଥମ ଶ୍ରେଣୀର ଘୂର୍ଣ୍ଣିଝଡ଼ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ବେଶ୍‌ ବ୍ୟାପକ। ଝଡ଼ର କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୧୪୪ କିଲୋମିଟର ବେଗର ସ୍ଥାୟୀ ପବନ ବହୁଥିବାବେଳେ ଅନ୍ୟତ୍ର ପବନର ବେଗ ସର୍ବାଧିକ ୧୯୮ କିଲୋମିଟରରେ ପହଞ୍ଚିଛି। ଝଡ଼ଟି କ୍ୟୁସୁ ଓ ଓକିନାୱା ମଧ୍ୟବର୍ତ୍ତୀ ଦ୍ୱୀପପୁଞ୍ଜ ଦେଇ ଅଗ୍ରସର ହେଉଥିବାରୁ ଅନେକ ସ୍ଥାନରେ ଭୂସ୍ଖଳନ, ଆକସ୍ମିକ ବନ୍ୟା ଓ ସମୁଦ୍ରରେ ବିଶାଳ ଢେଉ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

Japan Defense: ଡ୍ରୋନ୍ ଏବଂ ଏଆଇ ବିକାଶ ଆଡକୁ ମୁହାଁଇଲା ଜାପାନ: ଜାରି କଲା ପ୍ରତିରକ୍ଷା ଶ୍ବେତପତ୍ର

ଝଡ଼ର ପ୍ରଭାବରେ ଓକିନାୱାର ନାହା ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଛି। ସେଠାରୁ ସମସ୍ତ ଘରୋଇ ଓ ଆନ୍ତର୍ଜାତିକ ବିମାନ ଉଡ଼ାଣ ବାତିଲ୍‌ ହୋଇଛି। ଟୟୋଟା କମ୍ପାନି ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଏହାର ୯ଟି କାରଖାନାରେ ଉତ୍ପାଦନ ବନ୍ଦ ରଖିଛି। କାଗୋସିମା ଓ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଏହି ଘୂର୍ଣ୍ଣିଝଡ଼ର ପ୍ରଭାବ କୁମାମୋଟୋ ପ୍ରାନ୍ତ ମଧ୍ୟ ପଡ଼ିଛି। 

ଗତ ସପ୍ତାହରେ ସେଠାରେ ୭.୧ ତୀବ୍ରତାର ଭୂକମ୍ପ ହୋଇଥିବାରୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏବେ ମଧ୍ୟ ପ୍ରାୟ ୬,୭୦୦ ଲୋକ ଆଶ୍ରୟସ୍ଥଳରେ ରହୁଛନ୍ତି। ଏଭଳି ସ୍ଥିତିରେ ପ୍ରବଳ ବର୍ଷା ଓ ପବନ ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ଅଧିକ କଷ୍ଟସାଧ୍ୟ କରିପାରେ ବୋଲି କର୍ତ୍ତୃପକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ବାତ୍ୟା ଜାପାନରୁ ଚୀନ୍ ଆଡ଼କୁ ମୁହାଁଇଛି। ସେଠାରେ ୧୭୦ରୁ ୨୦୫ କିମି ବେଗରେ ପବନ ବହିବାର ଆଶଙ୍କା ଅଛି। ସୋମବାର ସକାଳ ସୁଦ୍ଧା ଚୀନ୍‌ର ପୂର୍ବତଟରେ ପହଞ୍ଚିବା ପରେ ବାତ୍ୟା ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ କହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.