ARTICLE AD BOX
ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା ଦକ୍ଷିଣ-ପୂର୍ବ ଓ ତତ୍ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା ପ୍ରତି ୭ କିମି ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତ ଆଣ୍ଡାମାନ ଦ୍ୱୀପର ଶ୍ରୀବିଜୟପୁରମ୍ଠାରୁ ୬୭୦ କିମି ପଶ୍ଚିମ-ଦକ୍ଷିଣପଶ୍ଚିମ, ତାମିଲନାଡୁର ଚେନ୍ନାଇଠାରୁ ୭୮୦ କିମି ପୂର୍ବ-ଦକ୍ଷିଣପୂର୍ବ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୯୨୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଓ ଓଡ଼ିଶାର ଗୋପାଳପୁରଠାରୁ ୧,୦୩୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ ସୋମବାର ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ଓ ତତ୍ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ୧୭ ତାରିଖରେ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅଧିକ ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ ତଥା ଭୀଷଣ ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ଦୁଇ ଦିନରେ ଅଧିକ ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ କରିଛି। ବାତ୍ୟା ରୂପ ନେବା ପରେ ଏହାର ନାମ ‘ଅକ୍ଭାନ୍’ ରଖାଯିବ।
କଳାକୃତି ଦେଇଛି ରୋଜଗାର: ବହୁ ମହିଳାଙ୍କୁ ଆତ୍ମନିର୍ଭରଶୀଳ କଲେଣି ମନୀଷା
ଆନ୍ଧ୍ରମୁହାଁ ‘ଅକ୍ଭାନ୍’, ଓଡ଼ିଶାରେ ବର୍ଷିବ
ପବନର ଘଣ୍ଟାପ୍ରତି ବେଗ ୧୫୦ କିମି ଛୁଇଁବ
୧୯ରୁ ୨୧ ଯାଏଁ ରାଜ୍ୟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଗୋପାଳପୁରରୁ ୧୦୩୦ କିମି ଦୂରରେ କେନ୍ଦ୍ରୀଭୂତ
ଉପଗ୍ରହରୁ ମିଳିଥିବା ଚିତ୍ର ଅନୁଯାୟୀ ଗତକାଲି ତୁଳନାରେ ଗଭୀର ଅବପାତ ସହ ଜଡ଼ିତ ବାଦଲ ଏକତ୍ରୀକରଣ ବୃଦ୍ଧି ପାଇଛି। ଏଥିସହ ଘୂର୍ଣ୍ଣାୟମାନ ପବନର ବେଗ ମଧ୍ୟ ବଢ଼ିଛି, ଯାହାକି ଘନୀଭୂତ ପ୍ରକ୍ରିୟାକୁ ଅଧିକ ସଙ୍ଗଠିତ କରୁଛି। ଏବେ ଗଭୀର ଅବପାତ ନିକଟରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେଉଛି ଏବଂ ଝଟକା ପବନର ବେଗ ୭୦ କିମିରେ ପହଞ୍ଚୁଛି। ସୋମବାର ସନ୍ଧ୍ୟାରେ ବାତ୍ୟା ରୂପ ନେବା ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫ରୁ ୮୫ କିମି ଓ ଝଟକା ପବନ ୯୫ କିମି ରହିବ। ୧୭ ତାରିଖ ସନ୍ଧ୍ୟା ବେଳକୁ ଏହା ସମୁଦ୍ର ଭିତରେ ଭୀଷଣ ବାତ୍ୟାରେ ପରିଣତ ହେବା ସହ ଆନ୍ଧ୍ର ଉପକୂଳମୁହାଁ ହେବ। ୧୮ ତାରିଖରେ ଭୀଷଣ ବାତ୍ୟା ଭାବେ ରହିବା ପରେ ୧୯ ତାରିଖରେ ଅତିଭୀଷଣ ରୂପ ଧାରଣ କରିବ। ଅତିଭୀଷଣ ରୂପ ଧାରଣ କରିବା ଦ୍ବାରା ପବନର ବେଗ ୧୨୦ରୁ ୧୩୦ କିମି ରହିବ ଏବଂ ମଝିରେ ମଝିରେ ୧୪୫ କିମି ବେଗରେ ଝଟକା ପବନ ହୋଇପାରେ। ଆନ୍ଧ୍ରମୁହାଁ ହେଉଥିଲେ ମଧ୍ୟ ଓଡ଼ିଶାରେ ପ୍ରଭାବକୁ ଏଡ଼ାଇ ହେବ ନାହିଁ। ୧୮ ତାରିଖରେ ଓଡ଼ିଶାରେ ହାଲୁକା ବର୍ଷା ହେବାକୁ ଥିବା ବେଳେ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୯ ତାରିଖରେ ପୁରୀ, ଗଞ୍ଜାମ ଓ ଗଜପତି, ୨୦ ତାରିଖ ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି, ୨୧ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
Netanyahu Gaza war: ଆତ୍ମଜୀବନୀ ‘ପ୍ରମିସ୍ ମି, ଆମେରିକା’ରେ ନେତାନ୍ୟାହୁଙ୍କୁ ବିଡେନଙ୍କ ତୀବ୍ର କଟାକ୍ଷ
ଅନ୍ୟପକ୍ଷରେ ରାତିର ତାପମାତ୍ରା ପୁଣିଥରେ ହ୍ରାସ ପାଇଛି। କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଓ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଆଜି ଭୋର ସମୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ଦାରିଙ୍ଗବାଡ଼ିରେ ୧୩ ଡିଗ୍ରି, ଫୁଲବାଣୀରେ ୧୪ ହିଗ୍ରି, କୋରାପୁଟରେ ୧୪.୫ ଡିଗ୍ରି, ଭବାନୀପାଟଣାରେ ୧୫ ଡିଗ୍ରି, ଚିପିଲିମାରେ ୧୫.୧ ଡିଗ୍ରି, ନବରଙ୍ଗପୁରରେ ୧୫.୨ଡିଗ୍ରି, ଝାରସୁଗୁଡ଼ାରେ ୧୫.୬ ଡିଗ୍ରି ରହିଥିଲା।

2 hours ago
1


