ARTICLE AD BOX
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ’ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପବନର ବେଗ ବଢ଼ିଛି। ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି। ରାତି ପାହିଲା ବେଳକୁ ବର୍ଷା ଆହୁରି ଅଧିକ ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ଅକ୍ଟୋବର ୨୮ ତାରି ରାତି ୨ଟାରୁ ସକାଳ ୪ଟା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ବିଗତ ୬ ଘଣ୍ଟା ହେଲା ବାତ୍ୟା ଘଣ୍ଟାପିଛା ୧୮କିମି ବେଗରେ ଅଗ୍ରସର ହେଉଛି।
ବାତ୍ୟାର ପ୍ରଭାବ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର କିଛି ଜିଲ୍ଲା ଉପରେ ପଡ଼ିଛି। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଗଂଜାମ, ଗଜପତି, କେରାପୁଟ, ରାୟଗଡ଼ା, ନବରଂଗପୁର ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ପବନର ଘଣ୍ଟା ପିଛା ବେଗ ୧୨୫ରୁ ୧୩୫କିମି ରହିଛି। ଝଟକା ପବନ ୧୫୦ କିମି ପର୍ଯ୍ୟନ୍ତ ପହଞ୍ଚି ପାରେ ବୋଲି ଅନୁମାନ କରାଯାଉଛି। ବାତ୍ୟା କାରଣରୁ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଉପକୂଳ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ କ୍ଷେତ୍ରରେ ପ୍ରବଳ ବର୍ଷା ଜାରି ରଖିଛି। ପବନ ସହିତ ସମୁଦ୍ରରେ ଉଚ୍ଚ ଢେଉ ଆସୁଛି।
Cyclone Arnab: ସ୍ଥଳଭାଗ ଛୁଇଁଲା ବେଳକୁ ବାତ୍ୟାର ଘଣ୍ଟା ପିଛା ବେଗ ରହିବ ୧୫୦କିମି!
ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ସମ୍ଭାବିତ ପ୍ରଭାବିତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। କେବଳ ଆନ୍ଧ୍ରପ୍ରଦେଶରେ ୪ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏହାରି ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଳାରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି, ଯେଉଁଥିରେ ମାଲକାନଗିରି, ନବରଂଗପୁର, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, କଟକ ଏବଂ ଖୋର୍ଦ୍ଧା ସାମିଲ ଅଛି। ସେହିପରି ୪ଟି ରାଜ୍ୟରେ ୬୦ରୁ ଅଧିକ ଟ୍ରେନ୍ ବାତିଲ କରିଦିଆଯାଇଛି। ଏବେ ପ୍ରଶାସନ ଅକ୍ଟୋବର ୨୮ ତାରିଖ ଉପରେ ନଜର ରଖିଛି, ଯେଉଁ ସମୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ।

3 hours ago
5


