Cycling: ଏଚ୍‌ସିଏଲ୍‌ ସାଇକ୍ଲୋଥନରେ ସ୍ବସ୍ତି ପ୍ରଥମ

13 minutes ago 1
ARTICLE AD BOX

ଭୁବନେଶ୍ବର: ଓଡ଼ିଆ ଝିଅ ସ୍ବସ୍ତି ସିଂହ ରବିବାର ହାଇଦ୍ରାବାଦରେ ଆୟୋଜିତ ୨୦୨୬ ଏଚ୍‌ସିଏଲ୍‌ ସାଇକ୍ଲୋଥନରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଭାରତୀୟ ସାଇକ୍ଲିଂ ମହାସଂଘ ଓ ତେଲେଙ୍ଗାନା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ମହିଳା ଏଲିଟ୍‌ ୫୦ କିମି କ୍ରିଟେରିଅମ୍‌ ରେସ୍‌ରେ ସ୍ବସ୍ତି ଏହି ଟ୍ରଫି ଜିତିଥିଲେ। 

ପୁରସ୍କାର ରାଶି ୩୩.୬ ଲକ୍ଷ ଟଙ୍କା 
ତାଙ୍କ ପଛକୁ ସୌମ୍ୟା ଅନ୍ତପୁର ଓ ନନ୍ଦା ଚାନାମାଲ୍ଲାପ୍ପା ଚିନଚାକଖଣ୍ଡି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରୁଷ ବର୍ଗରେ ମନଜିତ ସିଂହ, ସାହିଲ ସିଂହ ଓ ଦିନେଶ କୁମାର ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାରେ ୨୦୦୦ରୁ ଅଧିକ ପେସାଦାର ଓ ଆମେଚର ସାଇକ୍ଲିଷ୍ଟମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ମୋଟ ୩୩.୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।

New Zealand vs India: ନ୍ୟୁଜିଲାଣ୍ଡକୁ ୨୨ ରନ୍‌ରେ ହରାଇ ଶୃଙ୍ଖଳା ଜିତିଲା ଭାରତ, ଶେଷ ମ୍ୟାଚ୍‌ରେ ଦମ୍‌ଦାର ବିଜୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.