Cyberattack: ସୁପରମାର୍କେଟ୍ ଫ୍ରିଜ୍‌ରେ ସାଇବର ଆକ୍ରମଣ: ଇରାନକୁ ଦାୟୀ କଲା ଫ୍ରାନ୍ସ, ରାଷ୍ଟ୍ରଦୂତଙ୍କୁ ସମନ ଜାରି

2 days ago 2
ARTICLE AD BOX

ପ୍ୟାରିସ: ଗତ ମାସରେ ସୁପରମାର୍କେଟ୍ ରେଫ୍ରିଜରେଟର ଉପରେ ହୋଇଥିବା ଏକ ବଡ଼ ସାଇବର ଆକ୍ରମଣ ପାଇଁ ଫ୍ରାନ୍ସ ଇରାନକୁ ଦାୟୀ କରିଛି। ଫ୍ରାନ୍ସ ଇରାନୀ ରାଷ୍ଟ୍ରଦୂତଙ୍କୁ ଡକାଇ କହିଛି ଯେ, ଦାୟୀ ଲୋକଙ୍କ ବିରୋଧରେ ୟୁରୋପୀୟ କଟକଣା ଲଗାଇବା ପାଇଁ ଦାବି କରାଯିବ। ଅକ୍ଟୋବର ୧୨ ତାରିଖରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ ରେଫ୍ରିଜରେଟରର ତାପମାତ୍ରା ବୃଦ୍ଧି ପାଇଥିଲା। ଫଳରେ ଦେଶର ୧୦ ହଜାର ସୁପରମାର୍କେଟ୍ ମଧ୍ୟରୁ ପ୍ରାୟ ୭୦୦ ପ୍ରଭାବିତ ହୋଇଥିଲା।ଜାରି ହୋଇଥିବା ଏକ ବିବୃତିରେ ପ୍ୟାରିସ ପବ୍ଲିକ ପ୍ରସିକ୍ୟୁଟରମାନେ କହିଛନ୍ତି ଯେ, ସେମାନେ ଜାଣିପାରିଛନ୍ତି ଯେ, ଏହି ବିଶାଳ ସାଇବର ଆକ୍ରମଣ ପଛରେ ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନରୀ ଗାର୍ଡର ହାତ ଅଛି।

ଫରାସୀ ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରିଛି। ପ୍ୟାରିସରେ ଜି-୭ ଆଲୋଚନା ସମୟରେ ଫରାସୀ ବୈଦେଶିକ ମନ୍ତ୍ରୀ ଜିନ୍-ନୋଏଲ୍ ବାରୋଟ୍ କହିଛନ୍ତି, ଏହି ଅତ୍ୟନ୍ତ ଗମ୍ଭୀର କାର୍ଯ୍ୟ ବିରୋଧରେ ଦୃଢ଼ ପ୍ରତିବାଦ ଜଣାଇବା ପାଇଁ ଇରାନୀ ରାଷ୍ଟ୍ରଦୂତଙ୍କୁ ଡକାଯାଇଥିଲା। ଏହା ଆମର ଜାତୀୟ ସ୍ୱାର୍ଥ ଏବଂ ଫରାସୀ ଲୋକଙ୍କ ସୁରକ୍ଷା ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରିଛି। ତେଣୁ ଏହାର ନିଶ୍ଚିତ ଭାବରେ ଜବାବ ଦିଆଯିବ।
ଆମେ ଏହି ଆକ୍ରମଣ ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ ୟୁରୋପୀୟ ସ୍ତରୀୟ କଟକଣା ଲାଗୁ କରିବୁ। 

ଅନ୍ତର୍ଜାତୀୟ ଗିରଫ ପରୱାନା ଜାରି
ଆକ୍ରମଣର ଜବାବ ଦେବା ଏବଂ ଭବିଷ୍ୟତରେ ଆକ୍ରମଣକୁ ରୋକିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବୁ। ତଦନ୍ତକାରୀମାନେ କହିଛନ୍ତି, ଆକ୍ରମଣକାରୀମାନେ ପାର୍ସୀ ଭାଷା ବ୍ୟବହାର କରିଥିଲେ ଏବଂ ଇରାନରେ ଥିବା ଡିଭାଇସଗୁଡ଼ିକ ସହିତ ଲିଙ୍କ୍ ହୋଇଥିବା ଆଇପି ଠିକଣା ବ୍ୟବହାର କରିଥିଲେ। ପ୍ୟାରିସ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ଏବେ ଅନ୍ତର୍ଜାତୀୟ ଗିରଫ ପରୱାନା ଜାରି କରିବାକୁ ଚେଷ୍ଟା କରୁଛି। 

ଟ୍ରଫି ଜିତିଥିବା ସବୁଠାରୁ ବୟସ୍କ ଲେଖକ ହୋଇଛନ୍ତି ହାରିସନ୍

ଆକ୍ରମଣକାରୀମାନେ ଫ୍ରାନ୍ସର ଶହ ଶହ ସୁପରମାର୍କେଟ୍ ଏବଂ ଷ୍ଟୋରଗୁଡ଼ିକରେ ଥିବା ରେଫ୍ରିଜରେସନ୍ ସିଷ୍ଟମକୁ ଦୂରରୁ ନିୟନ୍ତ୍ରଣ କରିଥିଲେ। ପ୍ରାୟ ଛଅ ଘଣ୍ଟା ପାଇଁ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍ ପହଞ୍ଚିଥିଲା, ଯାହା ଫଳରେ ଦୋକାନଗୁଡ଼ିକ ତାଜା ଏବଂ ଫ୍ରୋଜେନ୍ ସାମଗ୍ରୀ ଫିଙ୍ଗିବାକୁ ବାଧ୍ୟ ହୋଇଥିଲେ। ଇଣ୍ଟରମାର୍ଚେ ସୁପରମାର୍କେଟ୍ ଚେନ୍ ଗୋଟିଏ ଦିନରେ କୋଟି କୋଟି ୟୁରୋ କ୍ଷତି ହୋଇଥିବା ରିପୋର୍ଟ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.