CRPF: ସିଆରପିଏଫ୍ ଯବାନଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆତ୍ମହତ୍ୟା: ରୋକିବା ପାଇଁ ଗଠନ ହେଲା ୧୦ ଜଣିଆ କୋର୍ ଗ୍ରୁପ୍

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍)ରେ ଯବାନମାନଙ୍କ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ମାମଲାକୁ ଗମ୍ଭୀରତାର ସହ ନେଇ ପ୍ରଶାସନ ଏକ ୧୦ ଜଣିଆ କୋର୍ ଗ୍ରୁପ୍ ଗଠନ କରିଛି। ୨୦୨୫ ମସିହାରେ ସିଆରପିଏଫରେ ସର୍ବାଧିକ ୫୯ ଜଣ ଯବାନ ଆତ୍ମହତ୍ୟା କରିଥିବା ରେକର୍ଡ ହୋଇଛି, ଯାହା ଗତ ୫ ବର୍ଷ ମଧ୍ୟରେ ସବୁଠାରୁ ଅଧିକ। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ୍ (ଏନଏଚଆରସି) ସ୍ୱତଃପ୍ରବୃତ୍ତ ସଂଜ୍ଞାନ ନେଇ କେନ୍ଦ୍ର ଗୃହ ସଚିବ ଏବଂ ସିଆରପିଏଫ୍ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିବାର କିଛି ଦିନ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ସିଆରପିଏଫ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଉଚ୍ଚସ୍ତରୀୟ ଗ୍ରୁପ୍ ପ୍ରତିମାସରେ ବୈଠକ କରି ପ୍ରତ୍ୟେକ ମାମଲାର ଅନୁଧ୍ୟାନ କରିବ। ଯବାନମାନଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ ରଖିବା ପାଇଁ ପ୍ରଶାସନିକ, ୱେଲଫେୟାର ଏବଂ ଚିକିତ୍ସା ସମ୍ବନ୍ଧୀୟ ସୁଧାର ଆଣିବା ସହ ଜବାବଦେହିତା ନିର୍ଦ୍ଧାରଣ କରାଯିବ। ସୂଚନାଯୋଗ୍ୟ ଯେ, ୨୦୨୧ରୁ ୨୦୨୫ ମଧ୍ୟରେ ହୋଇଥିବା ଆତ୍ମହତ୍ୟା ମାମଲାଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ କନଷ୍ଟେବଳ ସ୍ତରର ଯବାନ ଥିଲେ ଏବଂ ୭୭ ପ୍ରତିଶତରୁ ଅଧିକ ଘଟଣା କାର୍ଯ୍ୟରତ ଅବସ୍ଥାରେ ଘଟିଥିଲା। ପରିବାରଠାରୁ ଦୂରରେ ରହିବା, ଦୀର୍ଘଦିନର କଠିନ ଡ୍ୟୁଟି ଏବଂ ପାରିବାରିକ ସମସ୍ୟା ଏହାର ମୁଖ୍ୟ କାରଣ ବୋଲି ଦର୍ଶାଯାଇଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି।

ବିଫଳ ହୋଇଥିବା ନୀତି ପୁଣିଥରେ ଲାଗୁ କରିବା ଆମେରିକା ପାଇଁ ପରାଜୟ ଆଣିବ: ତେହରାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.