CRPF: ଜୀବନ ହାରୁଛନ୍ତି ସିଆର୍‌ପିଏଫ୍‌ ଯବାନ: ୨୦୨୫ରେ ୫୯ ଯବାନଙ୍କ ଜୀବନହାନି

1 week ago 6
ARTICLE AD BOX

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଅର୍ଦ୍ଧସାମରିକ ବାହିନୀ ସିଆର୍‌ପିଏଫରେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୫ ବର୍ଷ ମଧ୍ୟରେ ୨୦୨୫ ମସିହାରେ ସର୍ବାଧିକ ୫୯ ଜଣ ସିଆର୍‌ପିଏଫ ଯବାନ ଆତ୍ମହତ୍ୟା କରିଥିବା ନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଆତ୍ମହତ୍ୟା କରିଥିବା କର୍ମଚାରୀଙ୍କ ମଧ୍ୟରେ କନେଷ୍ଟବଳ ପାହ୍ୟାର କର୍ମଚାରୀଙ୍କ ସଂଖ୍ୟା ୮୦ ପ୍ରତିଶତରୁ ଅଧିକ ରହିଛି। 

୨୦୨୧ ରୁ ୨୦୨୫ ମସିହା ମଧ୍ୟରେ ପ୍ରକାଶିତ ସରକାରୀ ସଂଖ୍ୟା ଅନୁଯାୟୀ, ୭୭ ପ୍ରତିଶତରୁ ଅଧିକ କ୍ଷେତ୍ରରେ ଯବାନମାନେ କର୍ତ୍ତବ୍ୟରତ ଥିବା ସମୟରେ (୨୬୨ ମାମଲା ମଧ୍ୟରୁ ୨୦୨ ମାମଲା) ନିଜର ଜୀବନ ହାରିଛନ୍ତି। ଅବଶିଷ୍ଟ ଯବାନ ଛୁଟିରେ ଥିବା ସମୟରେ ଆତ୍ମହତ୍ୟା କରିଛନ୍ତି। ଏ ସମ୍ପର୍କରେ ବାହିନୀ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ, ସିଆର୍‌ପିଏଫ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଯବାନମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଏହି ପ୍ରକ୍ରିୟା ନିରନ୍ତର ଜାରି ରହିଛି।

Salute: ସିଆର୍‌ପିଏଫ୍‌ ଅଧିକାରୀ ସିମରନଙ୍କୁ ସାବାସୀ

ଅଧିକାଂଶ ଆତ୍ମହତ୍ୟା ମାମଲା ପାରିବାରିକ ସମସ୍ୟା ସହିତ ଜଡ଼ିତ ଥିବା ଜଣାପଡ଼ିଛି, ଯାହା ସେବା କାଳର କଠିନ ପରିସ୍ଥିତି ଓ କଠୋର କର୍ତ୍ତବ୍ୟ ଯୋଗୁଁ ଅଧିକ ଜଟିଳ ହୋଇଯାଏ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ପ୍ରାୟ ୩.୨୫ ଲକ୍ଷ କର୍ମଚାରୀଙ୍କୁ ନେଇ ଗଠିତ ସିଆର୍‌ପିଏଫ ହେଉଛି ଦେଶର ପ୍ରମୁଖ ଆଭ୍ୟନ୍ତରୀଣ ସୁରକ୍ଷା ବାହିନୀ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେକୌଣସି ସମୟରେ ସିଆର୍‌ପିଏଫର ପ୍ରାୟ ୯୫ ରୁ ୯୭ ପ୍ରତିଶତ କାର୍ଯ୍ୟକ୍ଷମ ଶକ୍ତି ଆତଙ୍କବାଦୀ, ବିଦ୍ରୋହୀଙ୍କ ମୁକାବିଲା କିମ୍ବା ଆଇନ ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ନିୟୋଜିତ ରହିଥାନ୍ତି। ପରିସଂଖ୍ୟାନ ଅନୁଯାୟୀ, ୨୦୨୫ ମସିହାରେ ୫୯ ଜଣ ଯବାନ ଆତ୍ମହତ୍ୟା କରିଥିବା ବେଳେ ୨୦୨୪ରେ ଏହି ସଂଖ୍ୟା ୪୬, ୨୦୨୩ରେ ୫୭, ୨୦୨୨ରେ ୪୩ ଏବଂ ୨୦୨୧ରେ ୫୭ ଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.