Crime: ଭାଇ ଉଜାଡ଼ିଦେଲା ଭଉଣୀ ସଂସାର: ନିଶାସକ୍ତ ଅବସ୍ଥାରେ ଆକ୍ରମଣ କରିଥିଲା

1 week ago 4
ARTICLE AD BOX

ଭୁବନେଶ୍ବର: ସାମାନ୍ୟ ଶୋଇବାକୁ ନେଇ ଜାଗା ନ ଛାଡ଼ିବାରୁ ନିଜ ଭିଣେଇକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ଶଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ। ମୃତ ମୋହନ ଦାସଙ୍କ ପତ୍ନୀ କବିତା ଦାସଙ୍କ ଏତଲା କ୍ରମେ ଚନ୍ଦକା ଥାନା ପୁଲିସ ବ୍ରଜକିଶୋର ଭୋଇ ଓରଫ ବାପିକୁ ଗିରଫ କରିଛି। ପ୍ରାୟ ୨ଦିନ କାଳ ମରଣ ସହିତ ସଂଗ୍ରାମ କରିବା ପରେ କଟକ ବଡ଼ ମେଡିକାଲରେ ମୋହନଙ୍କ ମୃତ୍ୟୁ ଘଟିଛି। ମୁଣ୍ଡରେ ଗଭୀର ଆଘାତ ସାଙ୍ଗକୁ ମାତ୍ରାଧିକ ରକ୍ତସ୍ରାବ କାରଣରୁ ମୋହନଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।

Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା

ନିଶାସକ୍ତ ଅବସ୍ଥାରେ ଆକ୍ରମଣ କରିଥିଲା
ଛାତରୁ ପଡ଼ିଥିବା ନେଇ ମିଛ କହିଥିଲା

ପୁଲିସ ସୂଚନା ଅନୁସାରେ, ପାଇକରାପୁର ଗ୍ରାମରେ ଏକ ପରିତ୍ୟକ୍ତ କୋଠା ଅଛି। ଏହି କୋଠାକୁ କାହାରି ଯା ଆସ ନଥିବାରୁ ଗାଁର ଦିବାକର ଭୋଇ ଓ ତାଙ୍କ ପୁଅ ବାପି ଜଗାରଖା କରୁଥିଲେ। ଏହି କ୍ରମରେ  ପ୍ରତିଦିନ ବାପି ଓ ତାଙ୍କର କିଛି ସାଙ୍ଗ ସେଠାରେ ଶୁଅନ୍ତି। ସେହିଭଳି ଘଟଣା ଦିନ ଅର୍ଥାତ୍ ଅଗଷ୍ଟ ପହିଲାରେ ମୃତ ମୋହନ ଗାଁର ୩ଜଣ ଯୁବକ ବିନୁ, ହନୁ ଓ ଲିପୁଙ୍କ ସହ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୩ଟା ବେଳେ ବାପି ନିଶାସକ୍ତ ଅବସ୍ଥାରେ ସେଠାକୁ ଆସିଥିଲେ। ବାପି ଯେଉଁ ସ୍ଥାନରେ ଶୋଉଥିଲେ ସେଠାରେ ଏହି ୪ଜଣଙ୍କୁ ଦେଖି ସେଠାରୁ ଉଠିଯିବା ପାଇଁ କହିଥିଲେ। ମାତ୍ର ନିଦ ହୋଇଥିବାରୁ କେହି ବାପିଙ୍କୁ କଥାକୁ ଶୁଣିପାରି ନଥିଲେ। ଏତିକିରେ ବାପି ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗା ଆଣି ସମସ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବିନୁ, ହନୁ ଓ ଲିପୁ କୌଣସି ମତେ ନିଜ ଜୀବନ ବଞ୍ଚାଇ ପଳାଇଥିଲେ। ମାତ୍ର ନିଶାରେ ଚୂର ବାପି ନିଶାରେ ନିଜ ଭିଣେଇକୁ ଚିହ୍ନି ନପାରି ତାଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟି ଚାଲିଥିଲା। ମୋହନ କିଛି ସମୟରେ ନିସ୍ତେଜ୍ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଭାବି ଘରକୁ ଫେରି ଯାଇଥିଲା। ପରେ ତାଙ୍କର ଜଣେ ସାଙ୍ଗ ମାନସ ଭୋଇଙ୍କୁ ଡାକି ନେଇ ଘଟଣାସ୍ଥଳକୁ ଆସିଥିଲା। ଛାତରୁ ପଡ଼ି ଭିଣେଇଙ୍କ ମୁଣ୍ଡ ଫାଟିଯାଇଛି କହି ତାଙ୍କୁ ଏକ ଘରୋଇ ମେଡିକାଲକୁ ନେଇଥିଲା।

Horoscope 2026 August 08: ଜାଣନ୍ତୁ ଆଜିର ରାଶିଫଳ...

ମାତ୍ର ତାଙ୍କ ସ୍ଥିତି ସଙ୍କଟାପନ୍ନ ଥିବାରୁ ସେଠାରୁ ଏମ୍‌ସ ଓ ପରେ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ପରେ ନିଜ ଭଉଣୀକୁ କହିଥିଲା ଯେ ଭିଣେଇଙ୍କର ଛାତରୁ ପଡ଼ି ମୃତ୍ୟୁ ଘଟିଛି। ଶୀଘ୍ର କଟକ ଆସ। ପରେ ଭଉଣୀ ଡାକ୍ତରଖାନାକୁ ଆସିବା କ୍ଷଣି ମୋହନଙ୍କୁ ଛାଡ଼ି ଫେରାର୍ ହୋଇଯାଇଥିଲା। ତାଙ୍କ ଭଉଣୀ ପାଇକରାପୁର ଗାଁର ଲୋକଙ୍କୁ ଘଟଣା ସଂପର୍କରେ ପଚାରିବାରୁ ୧ ତାରିଖ ରାତିରେ ଘଟିଥିବା ଅଘଟଣ ବାବଦରେ ବିନୁ ଓ ହନୁ ସବୁ କଥା କହିଥିଲେ। ପରେ ଏହି ଆଧାରରେ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଠେଙ୍ଗାରେ ପିଟିପିଟି ମୋହନଙ୍କୁ ଦରମରା କରିବା ପରେ ଛାତରୁ ପଡ଼ିଯାଇଥିବା ନେଇ ମିଛ କହିଥିଲା। ଏହା ସହିତ ଘଟଣାସ୍ଥଳରୁ ଠେଙ୍ଗା ଓ ଅନ୍ୟାନ୍ୟ ପ୍ରମାଣ ନଷ୍ଟ କରିଥିଲା। ତେଣୁ ପୁଲିସ ଘଟଣାଦିନ ଉପସ୍ଥିତ ବିନୁ, ହନୁ ଓ ଲିପୁଙ୍କ ସାକ୍ଷ୍ୟ କ୍ରମେ ଫେରାର୍ ବାପିକୁ ଗିରଫ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.