Cricket: ସଚିନଙ୍କ ସହ ଗଲି କ୍ରିକେଟ୍ ଖେଳିଲେ ୱେଲ୍ସ ରାଜକୁମାର

48 minutes ago 1
ARTICLE AD BOX

ମୁମ୍ବାଇ:  ଭାରତ ଗସ୍ତରେ ଆସିଥିବା ୱେଲ୍ସର ରାଜକୁମାର ୱିଲିୟମ୍ ଓ ରାଜକୁମାରୀ କେଟ୍ ମିଡଲଟନ୍ ମୁମ୍ବାଇର ବଲାର୍ଡ ଇଷ୍ଟେଟ୍‌ରେ କ୍ରିକେଟ୍ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କୁ ଭେଟିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେଠାରେ ଥିବା ଏକ ଚା’ ଦୋକାନକୁ ଯାଇ ସଚିନଙ୍କ ସହ ମାଟି ପାତ୍ରରେ ଚା’ ପିଇଥିଲେ। 

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌
ଏହପରେ ଅବସରରେ ସଚିନଙ୍କ ସହ ଉଭୟ ଗଲି କ୍ରିକେଟ୍ ଖେଳିବାର ମଜା ନେଇଥିଲେ। ସେଠାରେ ଉପସ୍ଥିତି ଥିବା ସ୍କୁଲ୍‌ ପିଲାଙ୍କ ସହ ଏହି ୩ ଜଣ କ୍ରିକେଟ୍‌ ଖେଳିଥିଲେ। ଖେଳିବା ପୂର୍ବରୁ ସଚିନଙ୍କଠୁ ରାଜକୁମାର ଓ ରାଜକୁମାରୀ କିଛ କ୍ରିକେଟ୍‌ ଟିପ୍ସ ନେଇଥିଲେ। ଏହାପରେ ସଚିନ, ୱିଲିୟମ୍ ଓ କେଟ୍ ଜଣଙ୍କ ପରେ ଜଣେ ବ୍ୟାଟିଂ କରିଥିଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେଉ ହେଉ ଭାଇରାଲ୍‌ ହୋଇଯାଇଥିଲା।

Cricket: ପୁରୁଣା ଜିନିଷକୁ କେମିତି ସାଇତି ରଖିବେ? ଶିଖାଇଲେ ମାଷ୍ଟର ବ୍ଲାଷ୍ଟର

Read Entire Article
LEFT SIDEBAR AD

Hidden in mobile, Best for skyscrapers.