ARTICLE AD BOX
ଅହମଦାବାଦ: ପଦାର୍ପଣକାରୀ ତନ୍ମୟ ବଲୋଡ଼ାଙ୍କ ୧୪ ୱିକେଟ୍ ସଫଳତା ବଳରେ ଭାରତର ୧୯ ବର୍ଷରୁ କମ୍ ଦଳ ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ଦଳ ବିପକ୍ଷ ଦ୍ବିତୀୟ ଟେଷ୍ଟ୍କୁ ୧୦ ୱିକେଟ୍ରେ ଜିତି ନେଇଛି। ଏହି ବିଜୟ ସହ ଭାରତ ୨ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରି ନେଇଛି।
ପ୍ରଥମ ପାଳିରେ ୬ ୱିକେଟ୍ ନେଇଥିବା ତନ୍ମୟ ଦ୍ବିତୀୟ ପାଳି ୮ ୱିକେଟ୍ ନେବାରୁ ଅଷ୍ଟ୍ରେଲିଆ ୧୫୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ଭାରତ ସମ୍ମୁଖରେ ବିଜୟ ଲକ୍ଷ୍ୟ ମାତ୍ର ୧୧ ରନ୍ ରହିଥିଲା। ଏହାକୁ ଭାରତର ଦୁଇ ଓପନର୍ ଲକ୍ଷ୍ୟ ରାଇଚନ୍ଦାନୀ (୯*, ୪ ବଲ୍) ଓ ସାଗର ବୀର୍କ (୨*, ୧ ବଲ୍) ମାତ୍ର ୫ ବଲ୍ରେ ହାସଲ କରିନେଇଥିଲେ।
ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୦ ୱିକେଟ୍ରେ ପରାସ୍ତ
ଏହି ୪ଦିନିଆ ମ୍ୟାଚ୍ର ବୁଧବାର ତୃତୀୟ ଦିନରେ ୮୬/୪ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଏଥିରେ ୬୬ ରନ୍ ଯୋଡ଼ି ଅବଶିଷ୍ଟ ୬ ୱିକେଟ୍ ହରାଇଥିଲା। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୭୪ ରନ୍ କରିଥିଲା ବେଳେ ଭାରତ ୩୧୫ ରନ୍ କରି ୧୪୧ ରନ୍ରେ ଆଗୁଆ ରହିଥିଲା। ଚମତ୍କାର ବୋଲିଂ (୬/୩୨, ୮/୪୧) ସହ ଦ୍ବିତୀୟ ପାଳିରେ ଉପଯୋଗୀ ୨୮ ରନ୍ କରିଥିବା ତନ୍ମୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ବ୍ଲାକ୍ କାଟଲ (୨୯୬ ରନ୍)ଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

59 minutes ago
1


