ARTICLE AD BOX
ଅକ୍ଲାଣ୍ଡ: ସଂପ୍ରତି ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୦-୨ରେ ପଛୁଆ ଥିବା ନ୍ୟୁଜିଲାଣ୍ଡକୁ ଆହତ ଜନିତ ଝଟ୍କା ଲାଗିଛି। ଦ୍ରୁତ ବୋଲର ଲୋକି ଫର୍ଗୁସନ୍ ସୁସ୍ଥ ହୋଇ ନଥିବାରୁ ଶେଷ ଦୁଇ ମ୍ୟାଚ୍ ଲାଗି ଦଳରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସହ ସହ ଏଥିରେ ୱେଲିଂଟନ୍ ଦିନିକିଆରେ ମୁଣ୍ଡରେ ଆଘାତ ପାଇଥିବା ବ୍ଲେୟାର ଟିକନର୍ ମଧ୍ୟ ଯୋଡ଼ି ହୋଇଛନ୍ତି।
୭ ଦିନ ବିଶ୍ରାମ ପାଇଁ ପାରିବେନି ଖେଳି
ଟିକ୍ନର ସୁସ୍ଥ ହୋଇଥିଲେ ମଧ୍ୟ ମୁଣ୍ଡ ଆଘାତ ଜନିତ ଆଇସିସି ନିୟମ ଅନୁଯାୟୀ ୭ ଦିନ ବିଶ୍ରାମ ପାଇଁ ଖେଳିପାରିବେନି। ତେଣୁ ତାଙ୍କ ସ୍ଥାନରେ ଦଳରେ କ୍ରିଷ୍ଟିଆନ୍ କ୍ଲାର୍କଙ୍କୁ ସାମିଲ କରାଯାଇଛି। ଦିନିକିଆ ଶୃଙ୍ଖଳା ପୂର୍ବରୁ ଆହତ ହୋଇଥିବା ମ୍ୟାଟ୍ ହେନରି ଚତୁର୍ଥ ଦିନିକିଆ ବେଳକୁ ଫେରିବାର ସମ୍ଭାବନା ରହିଛି।

1 hour ago
1


