Cricket: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନବୀ କାଉଣ୍ଟି ଖେଳିବେ!

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଭାରତର ଆଗାମୀ ନ୍ୟୁଜିଲାଣ୍ଡ ଟେଷ୍ଟ ଗସ୍ତକୁ ନଜରରେ ରଖି ପ୍ରତିଭାବାନ ଦ୍ରୁତ ବୋଲର ଆକିବ ନବୀଙ୍କୁ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳାଇବା ନେଇ ବିସିସିଆଇ ଯୋଜନା କରୁଛି। ଏଥିଲାଗି ବୋର୍ଡ କେତେକ ଇଂଲିଶ୍ କାଉଣ୍ଟି ଦଳ ସହ ଆଲୋଚନା କରୁଛି। 

କାଉଣ୍ଟି ଚାମ୍ପିୟନସିପ୍‌ର ଶେଷ କିଛି ପର୍ଯ୍ୟାୟ ପାଇଁ ନବୀଙ୍କୁ ସ୍ୱଳ୍ପକାଳୀନ ଚୁକ୍ତିରେ ଖେଳାଇବା ନେଇ ଆଲୋଚନା ଚାଲିଛି। ତାଙ୍କୁ ଇଂଲଣ୍ଡରେ ଅତି କମରେ ୨ରୁ ୩ଟି ଲାଲ୍‌ବଲ୍‌ ମ୍ୟାଚ୍‌ ଖେଳାଇବାକୁ ଯୋଜନା ରହିଛି। ଆଗାମୀ ଟେଷ୍ଟ ଗସ୍ତ ପୂର୍ବରୁ ଏହି ଅଭିଜ୍ଞତା ନବୀଙ୍କ ପାଇଁ ବେଶ୍‌ ଉପଯୋଗୀ ହେବ ବୋଲି ବୋର୍ଡ ମନେ କରୁଛି।

Cricket: କାନାଡ଼ା କ୍ରିକେଟ୍‌ରେ ସଂକଟ; ୩ମାସରେ ଇସ୍ତଫା ଦେଲେ ମୁଖ୍ୟ ପ୍ରଶିକ୍ଷକ

ଗତ ରଣଜୀ ସିଜନରେ ୬୦ଟି ୱିକେଟ୍‌ ନେଇ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଥିଲେ ନବୀ। ତେବେ ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଦୁଇଟି ଟେଷ୍ଟରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା। କିନ୍ତୁ ନ୍ୟୁଜିଲାଣ୍ଡର ପାଣିପାଗରେ ସେ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି ବୋଲି ମନେକରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.