Cricket: ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦: ଆଗୁଆ ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ଭାରତ

5 hours ago 2
ARTICLE AD BOX

ନୂଆଦିଲ୍ଲୀ: ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ-ଆଫଗାନିସ୍ତାନ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତିଥିବା ଭାରତ ଏହି ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା କବ୍‌ଜା କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଆଫ୍‌ଗାନିସ୍ତାନ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାରେ ଜୀବିତ ରହିବା ଆଶାରେ ରହିଛି।  

Supremecourt: ହିନ୍ଦୀରେ ‘ଜନ ସୂଚନା ସେବା’ ଆରମ୍ଭ କରିବେ ସୁପ୍ରିମ୍‌କୋର୍ଟ

ପ୍ରଥମ ଟ୍ବେଣ୍ଟି-୨୦ର ପାୱାର ପ୍ଲେ ଭିତରେ ୪୩ ରନ୍‌ରେ ୫ ୱିକେଟ୍‌ ହରାଇ ଆରମ୍ଭରୁ ଆଫ୍‌ଗାନିସ୍ତାନ ସଙ୍କଟରେ ପଡ଼ିଥିଲା। ତେବେ ଆଜମତୁଲ୍ଲା ଓମରଜାଇ ଓ ମହମ୍ମଦ ନବି ୮୩ ରନ୍‌ର ଭାଗୀଦାର ଗଢ଼ିବାରୁ ଦଳ ୧୫୬/୮ କରିଥିଲା। ହେଲେ ଏହା ଭାରତର ଦୃଢ଼ ବ୍ୟାଟିଂ ଲାଇନ୍‌ ଆଗରେ କିଛି ନଥିଲା। ଅଭିଷେକ ଶର୍ମାଙ୍କ ୩୨ ବଲ୍‌ରୁ ୮୨ ଏବଂ ଈଶାନ କିଶନଙ୍କ ୪୨ ରନ୍‌ ବଳରେ ଭାରତ ୧୩.୪ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩/୯ ବୋଲିଂ ସଫଳତା ପାଇଥିବା ବେଳେ ଅନ୍ତର୍ଜାତୀୟ ପ୍ରତି‌ଯୋଗିତାକୁ ଫେରିଥିବା ଯଶ୍‌ପ୍ରୀତ ଆରମ୍ଭରୁ ୱିକେଟ୍‌ ନେଇଥିଲେ। ଏମାନଙ୍କ ସହ ଦୁଇ ସ୍ପିନର ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ୱିକେଟ୍‌ ନେବାରୁ ଆଫ୍‌ଗାନିସ୍ତାନ ବଡ଼ ସ୍କୋର୍‌ କରି ପାରି ନଥିଲା।

ଆଗୁଆ ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ଭାରତ

ଦ୍ବିତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନର ଶୀର୍ଷକ୍ରମ ବ୍ୟାଟର୍‌ ଭଲ କଲେ ଓମରଜାଇ, ନବି, ରସିଦ ଖାନ୍‌ ଏହାକୁ ଆଗକୁ ବଢ଼ାଇପାରିବେ। ଦଳରେ ମ୍ୟାଚ୍‌ ବିଜୟୀ ଖେଳାଳି ରସିଦ ଖାନ, ନୂର ଅହମଦ, ମୁଜୀବ ଉର୍‌ ରହମାନ ଓ ନବୀନ-ଉଲ୍‌-ହକ୍ ରହିଛନ୍ତି। ପୂର୍ଣ୍ଣକାଳୀନ ଟ୍ବେଣ୍ଟି-୨୦ ଅଧିନାୟକ ହେବା ପରେ ଇବ୍ରାହିମ୍‌ ଜଦ୍ରାନଙ୍କ ଏହା ପ୍ରଥମ ଶୃଙ୍ଖଳା। ତେଣୁ ତାଙ୍କ ଖେଳାଳିମାନେ ବ୍ୟକ୍ତିଗତ ଭାବେ ଆହୁରି ଶାଣିତ ହେଲେ ଦଳ ବିଜୟ ପାଇବା ସହଜ ହେବ। ପ୍ରଥମ ମ୍ୟାଚ୍‌ରେ ଅଭିଷେକ ଓ ଈଶାନ ସଫଳ ହୋଇ ନିଜ ସ୍ଥାନକୁ ଦୃଢ଼ କରିଥିଲା ବେଳେ ସଂଜୁ ସାମ୍‌ସନ୍‌ଙ୍କୁ ନେଇ ଦଳ ଚିନ୍ତାରେ ରହିଛି। ଫଳରେ ଦଳ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ତାଙ୍କ ସ୍ଥାନରେ ଖେଳାଇପାରେ। ବରୁଣ ଚକ୍ରବର୍ତ୍ତୀ ଆହତ ହୋଇଥିବାରୁ ପୂରା ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ରବି ବିଷ୍ଣୋଇ କିମ୍ବା ୱାସିଂଟନ୍‌ ସୁନ୍ଦର ଦ୍ବିତୀୟ ମ୍ୟାଚ୍‌ରେ ଖେଳିବେ। ଉଭୟ ଦଳ ୧୦ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୯ଟି ଜିତିଛି ଏବଂ ଗୋଟିଏ ଫଳଶୂନ୍ୟ ରହିଛି।

National Sports Day: ଜାତୀୟ କ୍ରୀଡ଼ା ଦିବସ

ସମ୍ଭାବ୍ୟ ଭାରତୀୟ ଏକାଦଶ: ସଂଜୁ ସାମ୍‌ସନ୍‌ (ୱିକେଟ୍‌କିପର), ଅଭିଷେକ ଶର୍ମା, ଈଶାନ କିଶାନ, ଶ୍ରେୟସ ଆୟର (ଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶ୍‌ପ୍ରୀତ ବୁମ୍‌ରା, ରବି ବିଷ୍ଣୋଇ/ୱାସିଂଟନ୍‌ ସୁନ୍ଦର।

ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ଇବ୍ରାହିମ ଜଦ୍ରାନ (ଅଧିନାୟକ), ରହମନୁଲ୍ଲା ଗୁରବାଜ (ୱିକେଟ୍‌କିପର), ସେଦିକ୍‌ଉଲ୍ଲା ଅଟଳ, ଡରୱିସ୍‌ ରସୋଲି, ଆଜମତୁଲ୍ଲା ଓମରଜାଇ, ଗୁଲବଦିନ ନୈବ, ମହମ୍ମଦ ନବି, ରସିଦ ଖାନ, ମୁଜୀବ ଉର୍‌ ରହମାନ, ନୂର୍‌ ଅହମଦ, ଫଜଲହକ୍‌ ଫାରୁକି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.