Court: ଅଜିତ ଡୋଭାଲ ଓ ପୂର୍ବତନ ‘ର’ ମୁଖ୍ୟଙ୍କୁ ସମନ ପାଇଁ ଦିଲ୍ଲୀ ଅଦାଲତଙ୍କ ସହାୟତା ଲୋଡ଼ିଲେ ଆମେରିକୀୟ ଅଦାଲତ

3 hours ago 3
ARTICLE AD BOX

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଏବଂ ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ମୁଖ୍ୟ ସାମନ୍ତ ଗୋଏଲଙ୍କୁ ଆମେରିକାର ଏକ ମାମଲାରେ ସମନ ଜାରି କରିବା ପାଇଁ ଦିଲ୍ଲୀର ତିନିଟି ଜିଲ୍ଲା ଅଦାଲତଙ୍କ ସହାୟତା ଲୋଡ଼ିଛନ୍ତି ନ୍ୟୁୟର୍କର ଏକ ସଂଘୀୟ ଅଦାଲତ। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ)ର ଆଇନ ପରାମର୍ଶଦାତା ଗୁରପତୱନ୍ତ ସିଂହ ପନ୍ନୁ ଦାଏର କରିଥିବା ଏକ ମାମଲାରେ ଏହି ପଦକ୍ଷେପ ନିଆଯାଇଛି।

ଆମେରିକାର ନ୍ୟୁୟର୍କସ୍ଥିତ ସାଉଦର୍ଣ୍ଣ ଡିଷ୍ଟ୍ରିକ୍ଟ ଜିଲ୍ଲା ଅଦାଲତର ବିଚାରପତି କ୍ୟାଥରିନ୍‌ ପୋଲ୍କ ଫୈଲା ନଭେମ୍ବର ୧୩ ତାରିଖରେ ଏ ସଂକ୍ରାନ୍ତ ଆଦେଶ ଦେଇଥିଲେ। ଏହି ଆଦେଶ ଅନୁଯାୟୀ, ଦିଲ୍ଲୀର ପଟିଆଲା ହାଉସ୍‌, ଦ୍ୱାରକା ଓ ତିସ୍‌ ହଜାରୀ ଜିଲ୍ଲା ଅଦାଲତକୁ ସମନ ଓ ଅନ୍ୟ ନ୍ୟାୟିକ ଦସ୍ତାବିଜ ଗ୍ରହଣ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରାଯାଇଛି। ଏଥିସହ ସମନ ପହଞ୍ଚାଇବା ପାଇଁ କରାଯାଇଥିବା ପ୍ରୟାସର ଲିଖିତ ବିବରଣୀ ଆମେରିକୀୟ ଅଦାଲତକୁ ପଠାଇବାକୁ ମଧ୍ୟ କୁହାଯାଇଛି।

ପନ୍ନୁ ୨୦୨୪ରେ ଏହି ମାମଲା ଦାଏର କରିଥିଲା। ଏଥିରେ ଭାରତ ସରକାର, ଅଜିତ ଡୋଭାଲ, ସାମନ୍ତ ଗୋଏଲ, ବିକ୍ରମ ଯାଦବ, ନିଖିଲ ଗୁପ୍ତାଙ୍କ ସମେତ ଅନ୍ୟ କେତେକ ଅଜ୍ଞାତ ବ୍ୟକ୍ତିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଖଲିସ୍ତାନ ଆନ୍ଦୋଳନରେ ତାଙ୍କର ସମ୍ପୃକ୍ତି ଯୋଗୁଁ ତାଙ୍କୁ ହତ୍ୟା କରିବା ପାଇଁ ଭାରତୀୟ ଅଧିକାରୀମାନେ ଷଡ଼୍‌ଯନ୍ତ୍ର କରିଥିବା ପନ୍ନୁ ଅଭିଯୋଗ କରିଛନ୍ତି।

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନ ସହ କଥା ହେଲେ NSA ଅଜିତ ଡୋଭାଲ

ପନ୍ନୁର ଦାବି ଅନୁଯାୟୀ, ଆମେରିକା ଗସ୍ତ ସମୟରେ ସେ ତିନିଥର ଡୋଭାଲଙ୍କୁ ସମନ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇଥିଲେ। ଭାରତର ଆଇନ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଡୋଭାଲ, ଗୋଏଲ ଓ ବିକ୍ରମ ଯାଦବଙ୍କୁ ସମନ ପଠାଇବା ଉଦ୍ୟମ ମଧ୍ୟ ବିଫଳ ହୋଇଥିଲା। ଏହାପରେ ହେଗ୍‌ କନ୍‌ଭେନ୍‌ସନ୍‌ର ଧାରା ୧୯ ଏବଂ ଭାରତର ଦେୱାନୀ ପ୍ରକ୍ରିୟା ସଂହିତା ଆଧାରରେ ବିକଳ୍ପ ପଦ୍ଧତିରେ ସମନ ପଠାଇବାକୁ ନଭେମ୍ବର ୯ରେ ଅଦାଲତ ଅନୁମତି ଦେଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.