Container Overturned on The Road: ରାସ୍ତାକୁ ଓଲଟି ପଡ଼ିଲା ‘ଦେଶୀ ଘିଅ’ ବୋଝେଇ ଟ୍ରକ୍

5 days ago 5
ARTICLE AD BOX

ନୂଆଦିଲ୍ଲୀ: 'ଦେଶୀ ଘିଅ'ର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାର ଦାମ୍ ସାଧାରଣତଃ କିଲୋଗ୍ରାମ ପିଛା ୫୦୦ ରୁ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏପରି ପରିସ୍ଥିତିରେ  ରାସ୍ତା ଉପରେ ପାଣି ଭଳି ଘିଅ ଯଦି ବୋହିବାକୁ ଲାଗେ, ସେତେବେଳେ ଲୋକମାନେ ଏହାକୁ ସଂଗ୍ରହ କରିବା ପାଇଁ ଧାଇଁଯିବା ତ ସ୍ୱାଭାବିକ କଥା। 

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦେଶୀ ଘିଅ ରାସ୍ତା ଉପରେ ସେହିଭଳି ଭାବରେ ବୋହୁଥିବାର ଦେଖିବାକୁ ମିଳୁଛି। ରିପୋର୍ଟ ଅନୁଯାୟୀ, ଦେଶୀ ଘିଅ ବୋଝେଇ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକୁ ଓଲଟି ପଡ଼ିଥିଲା। ଲୋକମାନେ ବୋହି ଯାଉଥିବା ଘିଅକୁ ସଂଗ୍ରହ କରିବା ପାଇଁ ଦୁର୍ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ।  ଏହି ଘଟଣା ମୋରାଦାବାଦରେ ଘଟିଥିବା ଜଣାପଡ଼ିଛି। 

ଯଦିଓ ଭିଡିଓରେ ଲୋକମାନେ ଘିଅ ସଂଗ୍ରହ କରିବା ପାଇଁ ବ୍ୟସ୍ତ ହେଉଥିବାର ଦେଖାଯାଉଛି, କିନ୍ତୁ କେହି ଜଣେ ହେଲେ ଟ୍ରକ୍ କିମ୍ବା ଏହାର ଡ୍ରାଇଭରଙ୍କ ଅବସ୍ଥା ବୁଝିବାକୁ ଚେଷ୍ଟା କରୁଥିବାର ଦେଖାଯାଉନାହିଁ। ମାଗଣା ଜିନିଷ ଦେଖିବା ମାତ୍ରେ ଲୋକମାନେ କିପରି ମାନବିକ ମୂଲ୍ୟବୋଧ ଭୁଲି ଯାଆନ୍ତି, ତାହାକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। 

ସନ୍ତୋଷୀମା’ ମନ୍ଦିରରେ ବଡ଼ ଚୋରି, ଅଳଙ୍କାର ଲୁଟ୍‌ ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଦୁର୍ବୃତ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.