Congress: ରଚନାତ୍ମକ ଆଲୋଚନା, ସଂଘର୍ଷ ହିଁ ସମୟର ଆବଶ୍ୟକତା: ସନ୍ଦୀପ ଦୀକ୍ଷିତ

1 hour ago 1
ARTICLE AD BOX

ଭୁବନେଶ୍ବର: ଦେଶର ସାମ୍ପ୍ରତିକ ଘଡ଼ିସନ୍ଧି ମୁହୂର୍ତ୍ତରେ ରଚନାତ୍ମକ ଆଲୋଚନା ଓ ସଂଘର୍ଷ ହିଁ ଏକମାତ୍ର ବିକଳ୍ପ ଏଵଂ ଏହାରି ମାଧ୍ୟମରେ ରାଜନୈତିକ ଦଳରୁ ବାହାରେଥିବା ଦେଶର ଅସଂଖ୍ୟ ଜନତାଙ୍କୁ ଏକାଠି କରିବା ସମ୍ଭବପର ଓ ସମ୍ବିଧାନ ଗଣତନ୍ତ୍ରର ସୁରକ୍ଷା ସମ୍ଭବ ବୋଲି ପ୍ରାକ୍ତନ ସାଂସଦ ସନ୍ଦୀପ ଦୀକ୍ଷିତ ପ୍ରକାଶ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଭୁବନେଶ୍ୱରରେ ଦେବୀପ୍ରସାଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଚନାତ୍ମକ ଚିନ୍ତନ ବୈଠକରେ କଂଗ୍ରେସ ନେତା ଶ୍ରୀ ଦୀକ୍ଷିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ଭାରତବର୍ଷ ଆଜି ବେକାରୀ ଦାରିଦ୍ର୍ୟ କୁଶିକ୍ଷାରେ ଜର୍ଜରିତ ହେଇଥିବା ବେଳେ ଜନତାଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ଧାର୍ମିକ ଉନ୍ମାଦନା ସୃଷ୍ଟି ହୋଇଛି ବୋଲି କହିଥିଲେ। ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ନାମ ନନେଇ ଶାସକ ଦଳପତି ଭୋଟ ଚୋରି ମାଧ୍ଯମରେ କ୍ଷମତାକୁ ଜାବୁଡ଼ି ରଖିବାକୁ ଭୟାନକ ଷଡ଼ଯନ୍ତ୍ର କରିବା ଦେଶପାଇଁ ବିରାଟ ବିପଦ ବୋଲି କହିଥିଲେ। ଗାନ୍ଧୀ ଆମ୍ବେଦକରଙ୍କ ପ୍ରଦର୍ଶିତ ରାସ୍ତା ହିଁ ସୃଜନଶୀଳ ରାସ୍ତା ବୋଲି କହିଥିଲେ। ରାହୁଳ ଗାନ୍ଧୀ ବିଭାଜନ ବିଦ୍ୱେଷ ଘୃଣା ରାଜନୀତି ବିରୁଦ୍ଧରେ ପ୍ରେମ ଭାଇଚାରା ସଂପ୍ରୀତିର ରାଜନୀତି କରିବା ସ୍ୱାଗତଯୋଗ୍ୟ। ଏହା ଭାରତ ଯୋଡ଼ ରୁ ପ୍ରମାଣିତ। ଆଜି ଓଡ଼ିଶାବାସୀ ରଚନାତ୍ମକ ଆଲୋଚନା ମାଧ୍ୟମରେ ଭବିଷ୍ୟତ ସଂଗ୍ରାମ ପାଇଁ ପ୍ରସ୍ତୁତ ହେବାକୁ ନିବେଦନ କରିଥିଲେ। 

ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଅର୍ଥ ପ୍ରାବଲ୍ୟ ରାଜନୀତି, ଭୋଟ ଚୋରିକୁ ପରାସ୍ତ କରିବାକୁ ହେଲେ ଜନତାର ସହଯୋଗ ଏକମାତ୍ର ବଳ ବୋଲି କହିଥିଲେ। ଆଜି ରାଜ୍ୟରେ ରଚନାତ୍ମକ ବିପ୍ଳବର ମୂଳଦୁଆ ପଡ଼ିଲା ଓ ସାରା ଓଡ଼ିଶାରେ ଆଗାମୀ ଦିନରେ ଲୋକ ସମ୍ପର୍କ ସମନ୍ଵୟ ଆଲୋଚନା ମାଧ୍ୟମରେ ବ୍ୟାପକ ଜନ ଆନ୍ଦୋଳନ ସଙ୍ଘଟିତ ହେବ ବୋଲି କହିଥିଲେ। 

ଶିକ୍ଷାବିତ୍ ବୁଦ୍ଧିଜୀବୀ ବିଶେଷଜ୍ଞ ପ୍ରଶାସକ ନଳିନୀ ରଞ୍ଜନ ମହାନ୍ତି, ସନ୍ଦୀପ ପଟ୍ଟନାୟକ ଶ୍ରୀଚରଣ ବେହେରା ପଲ୍ଲବୀ ମିଶ୍ର ସରିତା ବଡ଼ପଣ୍ଡା ଅନୀଲ ଧୀର କପିଳେଶ୍ୱର ମିଶ୍ର ସରୋଜ ସତପଥୀ କେଦାର ମିଶ୍ର ବିଧାୟକ ରାଜନ୍ ଏକ୍କା ଦେବପ୍ରସାଦ ରାୟ ମହାପାତ୍ର, ସଜଲେନ୍ଦୁ ମା ଲା କା ର, ଅରବିନ୍ଦ ବେହେରା, କସ୍ତୁରୀ ଖଟେଇ, ତୁଷାର ରାୟ, ପ୍ରତାପ ରଥ, ପୂର୍ନେଣ୍ଡୁ ମିଶ୍ର, ସୁଧାଂଶୁ ଦେଓ, ସୁଦର୍ଶନ ଦାସ କର୍ମା ଲାକ୍ରା ପ୍ରମୁଖ ଆଦିବାସୀ ଅତାଚର୍ ଶୋଷଣ, ପ୍ରାକୃତିକ ସଂପଦ ଲୁଟ୍ ସହିତ ଭୋଟ ଚୋରୀ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ପ୍ରାକ୍ତନ ସଭାପତି ନିରଂଜନ ପଟ୍ଟନାୟକ ନିଃସ୍ୱାର୍ଥପର ଭାବରେ ରଚନାତ୍ମକ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ। ଦେଶ ଆଜି ସତ୍ୟନିଷ୍ଠ ରାଜନେତାଙ୍କୁ ଚାହୁଁଛି। ମିଥ୍ୟାଚାରୀ ଦୁର୍ନୀତିଗ୍ରସ୍ତ ଅପାରଗ ରାଜନେତା ଦେଶ ଜାତି କୁ ଧ୍ବଂସ ମୁଖକୁ ଟାଣି ନିଅନ୍ତି ବୋଲି କହିଥିଲେ। ଯୁବପିଢ଼ି ବାହାରୁ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମରେ ନେତୃତ୍ୱ ନେଇ ବୋଲି କହିଥିଲେ। ପ୍ରସାଦ ହରିଚନ୍ଦନ ଭୋଟ ଚୋରୀ ବିରୁଦ୍ଧରେ ଜନମତକୁ ଜାଗ୍ରତ କରି ବିରାଟ ଆନ୍ଦୋଳନ ଗଢିତୋଳିବା ଦେଶପାଇଁ ସବୁଠୁ ବଡ ରଚନାତ୍ମକ ଦେଶପ୍ରେମୀ କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.