ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଶାହ କହିଛନ୍ତି, ବିରୋଧ ପ୍ରଦର୍ଶନ ଓ ପ୍ରତିବାଦ କିଛି ହାସଲ କରେ ନାହିଁ, ରାଜନେତାମାନଙ୍କୁ ଜନକଲ୍ୟାଣ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ। ଦିଲ୍ଲୀ ବାହାରରେ ୮୯୪୧ କୋଟି ଟଙ୍କା ମୂଲ୍ୟର ୩୩ଟି ଦିଲ୍ଲୀ ଜଳ ବୋର୍ଡ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍)କୁ ତୀବ୍ର ଆକ୍ରମଣ କରିଛନ୍ତି।
ବିରୋଧୀଙ୍କ ଭୋଟ ଚୋରି ଓ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ରେ ବିସଙ୍ଗତି ଅଭିଯୋଗକୁ ଶାହ ସମାଲୋଚନା କରି କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଲୋକଙ୍କ ଜନାଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ରାଜନୈତିକ ଚଞ୍ଚକତା ଓ ଭିଡ଼ତନ୍ତ୍ର ବ୍ୟବହାର କରୁଛନ୍ତି। ଯଦି ନିର୍ବାଚନ ଜିତିବାକୁ ଚାହୁଛ ତେବେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝ। ତୁମେମାନେ ଯେଉଁଠି ନିର୍ବାଚିତ ହୋଇଛ, ସେଠାରେ ଲୋକମାନଙ୍କ କଲ୍ୟାଣ ପାଇଁ ଯୋଜନା କର, ନଚେତ୍ ସେଠାରୁ ମଧ୍ୟ ମୂଳପୋଛ ହୋଇଯିବ ବୋଲି କହିଛନ୍ତି।
ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝ
ଶାହ କହିଛନ୍ତି, ବିରୋଧୀ ଦଳ ବିଜେପି ଜିତିଲେ ଭୋଟ ଚୋରି ଅଭିଯୋଗ କରନ୍ତି, ଏହା କେବଳ ସେମାନଙ୍କ ପରାଜୟକୁ ଘୋଡ଼ାଇବା ପାଇଁ ବାହାନା। ବାସ୍ତବରେ ବିରୋଧୀ ଭୋଟ ଚୋରିର ଅଭିଯୋଗ ଆଣି ଅନୁପ୍ରବେଶକାରୀଙ୍କ ଭୋଟ ବଞ୍ଚାଇବାକୁ ଚାହୁଁଛନ୍ତି। ବିଭିନ୍ନ ରାଜ୍ୟରେ କଂଗ୍ରେସର ନିର୍ବାଚନୀ ପରାଜୟର ଉଦାହରଣ ଦେଇ କହିଛନ୍ତି ଯେ, ୨୦୧୪ରେ ବିଜେପି ଜାତୀୟ ସ୍ତରରେ କ୍ଷମତାକୁ ଆସିବା ପୂର୍ବରୁ ହିଁ ଭୋଟରମାନେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିଲେ। କେରଳ, ହିମାଚଳ ପ୍ରଦେଶ ଓ ତେଲେଙ୍ଗାନାରେ କଂଗ୍ରେସର ବିଜୟକୁ ମଧ୍ୟ ଇଙ୍ଗିତ କରି କହିଛନ୍ତି ଯେ, ଯେତେବେଳେ ସେହି ଦଳଗୁଡ଼ିକ ଜିତିଥିଲେ ସେତେବେଳେ ସମାନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଓ ନିର୍ବାଚନ କମିସନ ଥିଲେ।
ଘଟଣାର ଅନେକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି
ବିଜେପି ୩୦ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବ ବୋଲି ଭବିଷ୍ୟବାଣୀ କରି ଶାହ କହିଛନ୍ତି ଯେ, ବିରୋଧୀଙ୍କ ନକାରାତ୍ମକ ରାଜନୀତି ଏହାକୁ କ୍ଷମତାକୁ ଫେରିବାରୁ ବାଧା ଦେବ। ସେ କଂଗ୍ରେସ ଓ ଆପ୍କୁ ସେହି ରାଜ୍ୟଗୁଡ଼ିକରେ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି ଯେଉଁଠାରେ ସେମାନେ ଏବେବି କ୍ଷମତାରେ ଅଛନ୍ତି। ଦିଲ୍ଲୀରେ ପରିବେଶଗତ ସମସ୍ୟା ପାଇଁ ଶାହ କଂଗ୍ରେସ ଓ ଆପ୍ ସରକାରଙ୍କୁ ଦାୟୀ କରିଛନ୍ତି।

1 hour ago
2


