ARTICLE AD BOX
ଭୁବନେଶ୍ୱର: ଆଜି ସକାଳେ ଦ୍ବୈତ ନଗରୀରେ ଶୀତର ପ୍ରକୋପ ଅନୁଭୂତ ହୋଇଛି। ଏବର୍ଷ ପ୍ରଥମ ଥର ଲାଗି ୨୦ ଡିଗ୍ରି ତଳକୁ ଖସିଛି ପାରଦ ଆଉ କମିଛି ତାପମାତ୍ରା। ସକାଳ ଓ ରାତିରେ ଅନୁଭୂତ ହେଉଛି ଶୀତର ପ୍ରଭାବ। ନଭେମ୍ବର ଆରମ୍ଭରୁ ଦ୍ବୈତ ନଗରୀରେ ଶୀତର ଆଗମନୀ ସଙ୍କେତ ମିଳିଛି ।
ଶୀତର ପ୍ରଭାବ ଆହୁରି ବଢ଼ିବ
ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, କଟକରେ ସର୍ବନିମ୍ନ ତାପମାତ୍ରା ୧୭.୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ପାରଦ ୧୮.୯ ଡିଗ୍ରି ସେଲସିୟସ୍କୁ ଖସିଛି । ଉଭୟ ସହରରେ ୨୦ ଡିଗ୍ରୀ ତଳକୁ ତାପମାତ୍ରା ଖସିବା ପରେ ଥଣ୍ଡାର ଅନୁଭୂତି ବଢ଼ିଛି । ବିଶେଷକରି ସକାଳୁ ଘରୁ ବାହାରୁଥିବା ଲୋକ ଏବଂ ରାତିରେ ଯାତାୟତ କରୁଥିବା ଲୋକଙ୍କୁ ଥଣ୍ଡା ଅଧିକ ଅନୁଭୂତ ହେଉଛି । ତେବେ ଧୀରେ ଧୀରେ ପାରଦ ଖସୁଥିବାରୁ ଆଗକୁ ଦ୍ବୈତ ନଗରୀରେ ଶୀତର ପ୍ରଭାବ ଆହୁରି ବଢ଼ିବ କି, ତାହା ଉପରେ ନଜର ରହିଛି ।
Rashtriya Swayamsevak Sangh: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଛଅ ସରସଂଘଚାଳକଙ୍କୁ ଜାଣନ୍ତୁ

4 days ago
2


