ARTICLE AD BOX
ଭୁବନେଶ୍ବର: ସିଏନ୍ଜି ଟାକ୍ସିର ଗ୍ରହଣୀୟତା ବଢ଼ାଇବା ପାଇଁ ହୁଣ୍ଡାଇ ମୋଟର ଇଣ୍ଡିଆ ଓ ଗେଲ୍ (ଇଣ୍ଡିଆ) ଲିମିଟେଡ୍ ମଧ୍ୟରେ ଏକ ବୁଝାମଣା ହୋଇଛି। ଉଭୟ ସଂସ୍ଥା ଭୁବନେଶ୍ବର ଓ କଟକରେ ସିଏନ୍ଜି ଟାକ୍ସିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିଳିତ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।। ଏହି ଅଭିଯାନର ଅଂଶ ସ୍ବରୂପ ଆଜି ପୋଖରୀପୁଟସ୍ଥିତ ଗେଲ୍ର ସିଏନ୍ଜି ଷ୍ଟେସନରେ ୨୫ଟି ହୁଣ୍ଡାଇ ପ୍ରାଇମ୍ ଏସ୍ଡି ସିଏନ୍ଜି ସେଡାନ ଗାଡ଼ି ଗ୍ରାହକଙ୍କୁ ହସ୍ତାନ୍ତର କରାଯାଇଥିଲା।
ଆହୁରି ପଢନ୍ତୁ: Monsoon: ମୌସୁମୀ ବର୍ଷା ଦୁର୍ବଳ, ଦେଶର ଜଳଭଣ୍ଡାର ଶୁଖିଲା: କ୍ଷମତାର ମାତ୍ର ୩୨.୩୮ ପ୍ରତିଶତ ପାଣି ଅଛି
ଯୋଗ୍ୟ ହିତାଧିକାରୀମାନଙ୍କୁ ଗେଲ୍ ତରଫରୁ ୨୫ ହଜାର ଟଙ୍କାର ସିଏନ୍ଜି ରିଚାର୍ଜ କୁପନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶାରେ ସିଏନ୍ଜି ଗାଡ଼ିର ଗ୍ରହଣୀୟତା ବଢ଼ାଇବା ଦିଗରେ ଉଭୟ ସଂସ୍ଥାର ମିଳିତ ଉଦ୍ୟମ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ବିଚାର କରାଯାଉଛି। ହୁଣ୍ଡାଇ ପ୍ରାଇମ୍ ଏସ୍ଡି ସିଏନ୍ଜିରେ ଗାଡ଼ି ଚଲାଇବା ଖର୍ଚ୍ଚ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିଥିବା ବେଳେ ଇନ୍ଧନ ପ୍ରଦର୍ଶନ ଉନ୍ନତ ଏବଂ ଅନେକ ସୁରକ୍ଷା ଓ ଯାତ୍ରୀ ସୁବିଧା ରହିଛି। ସେଥିପାଇଁ ହାଇ-ମାଇଲେଜ୍ ଟାକ୍ସି ଅପରେଟରଙ୍କ ଏହା ପସନ୍ଦର ଗାଡ଼ିରେ ପରିଣତ ହୋଇଛି।

12 hours ago
1


