ARTICLE AD BOX
ଭୁବନେଶ୍ବର: ଇଣ୍ଡି ମେଣ୍ଟ ପକ୍ଷରୁ ଆଜି ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲେ ବି ଭୁବନେଶ୍ବରରେ ଅପରାହ୍ଣ ପ୍ରାୟ ୨ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। କିନ୍ତୁ ଅପରାହ୍ଣ ୨ଟା ପରେ ବନ୍ଦ ପ୍ରଭାବଶୂନ୍ୟ ଥିଲା ଓ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ରହିଥିଲା। ବ୍ୟାଙ୍କ, ଦୋକାନବଜାର, ଛୋଟବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ଖୋଲା ରହିଥିଲା। ବନ୍ଦ ପାଳନ ବେଳେ କିଛି ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ବନ୍ଦ ଡାକରା ସତ୍ତ୍ବେ ଏହାକୁ ନମାନି ଚଳାଚଳ କରୁଥିବା ଅଟୋ, ଚାରିଚକିଆ ଓ ବସ୍ ସବୁ ଆଜି ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ।
Election: ଛାତ୍ର ସଂସଦ ନିର୍ବାଚନରେ ଭାଗ ନେବେ ୧୦ହଜାର ଛାତ୍ରଛାତ୍ରୀ
କିଛି ଅଟୋର କାଚ ସବୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିଲେ। କିଛି ସ୍ଥାନରେ ଲୋକଙ୍କ ସହ ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। କିଛି ପେଟ୍ରୋଲ୍ ପମ୍ପ ବି ଖୋଲା ରଖିବାରୁ ଆକ୍ରୋଶର ଶିକାର ହୋଇଥିଲେ। ଜରୁରୀକାଳୀନ ସେବା ବନ୍ଦ କରାଯିବନି ବୋଲି ଘୋଷଣା କରାଯାଇଥିଲେ ବି ଆଜି ଡାକ୍ତରମାନେ କ୍ୟାପିଟାଲ୍ ହସ୍ପିଟାଲ୍ ଯିବାବେଳେ ଆନ୍ଦୋଳନକାରୀମାନେ ଅଟକାଇବାରୁ ହିନସ୍ତା ହୋଇଥିଲେ। ଡାକ୍ତରମାନେ ଆଇକାର୍ଡ ଦେଖାଇଥିଲେ ବି ସେମାନଙ୍କୁ ଅନ୍ୟ ରାସ୍ତାରେ ବୁଲିଯିବାକୁ କୁହାଯାଇଥିଲା। ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ହଇରାଣ ହୋଇଥିଲେ। ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲରେ ଛାଡ଼ିବାକୁ ଯିବାବେଳେ ଆନ୍ଦୋଳନକାରୀମାନେ ବାଟ ଓଗାଳିଥିଲେ। ବିମାନବନ୍ଦର, ରେଳ ଯାତ୍ରୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାତ୍ରୀଙ୍କୁ ଚାଲିଚାଲି ଯିବାକୁ ପଡ଼ିଥିଲା। କିନ୍ତୁ ରୋଗୀ, ସେମାନଙ୍କ ପରିବାର ସଦସ୍ୟ, ଜରୁରୀକାଳୀନ ସେବା ପ୍ରଭାବିତ ହୋଇନଥିଲା। ଆନ୍ଦୋଳନକାରୀମାନେ ଜରୁରୀକାଳୀନ ସେବା, ରୋଗୀସେବା ଆଦିକୁ ଆନ୍ଦୋଳନରୁ ମୁକ୍ତ ରଖିଥିଲେ।
ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ବରଖାସ୍ତ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ବନ୍ୟା ପ୍ରଭାବିତଙ୍କୁ ସହାୟତା ଦାବିରେ ଇଣ୍ଟି ମେଣ୍ଟ ପକ୍ଷରୁ ଆଜି ସକାଳ ୬ଟାରୁ ବନ୍ଦ ଡାକରା ଦିଆଯାଇଥିଲେ ବି ବନ୍ଦ ପାଳନର ପ୍ରଭାବ ସାଢ଼େ ୭ଟା ପରଠୁ ଅନୁଭବ ହୋଇଥିଲା। ଏହି ଅବସରରେ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ କଂଗ୍ରେସ ଆଜି ଭୁବନେଶ୍ବର ସହରରେ ବାଇକ୍ ରାଲି କରିଥିଲା। ମାଷ୍ଟରକ୍ୟାଣ୍ଟିନ ଛକ ଓ ଅନ୍ୟ ସ୍ଥାନରେ କଂଗ୍ରେସର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍), କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ବି ଭିନ୍ନଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପଦଯାତ୍ରା କରିଥିଲେ।
Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ ‘ସହରୀ ଗତିଶୀଳତା ଭାରତ ସମ୍ମିଳନୀ
ଆଜି ଲୋୟର ପିଏମ୍ଜି ଅଞ୍ଚଳରେ ବନ୍ଦର ପ୍ରଭାବ ଅଧିକ ଅନୁଭୂତ ହୋଇଥିଲା। ଆନ୍ଦୋଳନକାରୀମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଗାଡ଼ିମୋଟର ସବୁ ଅଟକାଇଥିଲେ। ‘ଆମ ବସ୍’ ବି ଆଜି ରାସ୍ତାରେ ଗଡ଼ି ପାରିନଥିଲା। ଖୋଲା ଥିବା ପେଟ୍ରୋଲ ପମ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ଆନ୍ଦୋଳନକାରୀମାନେ ବୁଲିବୁଲି ବନ୍ଦ କରିଥିଲେ। ସେହିପରି ବରମୁଣ୍ଡା ବସ୍ଷ୍ଟାଣ୍ଡ୍, ସତ୍ସଙ୍ଗ ବିହାର, ରସୁଲଗଡ଼, ପଳାଶୁଣୀ ଅଞ୍ଚଳରେ ଆନ୍ଦୋଳନକାରୀମାନେ ଯାତ୍ରୀବାହୀ ବସ୍ ଓ ଅନ୍ୟ ଗାଡ଼ିମୋଟର ସବୁ ଅଟକାଇ ରଖିଥିଲେ। ଫଳରେ ରାସ୍ତାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସଂପୂର୍ଣ୍ଣ ଜାତୀୟ ରାଜପଥ କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା। ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।
ଜାତୀୟ ରାଜପଥ ଉପରେ ବସିଲେ
ବାଲିଅନ୍ତା ବଜାର: ହଂସପାଳ ଓ ପ୍ରତାପରୁଦ୍ରପୁର ଅଞ୍ଚଳରେ ଜୋନ୍ କଂଗ୍ରେସ ସଭାପତି ଜିତେନ୍ଦୁ ନନ୍ଦଙ୍କ ନେତୃତ୍ୱରେ କର୍ମୀ ଓ ସମର୍ଥକମାନେ ପ୍ରତାପରୁଦ୍ରପୁର-କଣ୍ଟାପଡ଼ା, ହଂସପାଳ-ଅଭୟମୁଖୀ ରାସ୍ତା ଅବରୋଧ କରିଥିଲେ। ସେହିଭଳି ୧୬ନମ୍ବର ଜାତୀୟ ରାଜପଥରେ ହଂସପାଳ ରୁଦ୍ରପୁର ନିକଟସ୍ଥ ସିମ୍ଫୋନି ମଲ୍ ସମ୍ମୁଖରେ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିବା ଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା। କୌଣସି ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ତଥା ଏଡ଼ାଇବା ପାଇଁ ପାହାଳ ଥାନା ଅଧିକାରୀ ଅଶ୍ୱିନୀ ଜେନା ଘଟଣାସ୍ଥଳରେ ଉପସ୍ଥିତ ରହି ସମସ୍ତଙ୍କୁ ବୁଝାସୁଝା କରୁଥିଲେ। ସଞ୍ଜୁ ଭୋଇ, ପ୍ରଶାନ୍ତ କୁମାର ନନ୍ଦ, ରମେଶ ଚନ୍ଦ୍ର ଭୋଇ, ରବୀନ୍ଦ୍ର କୁମାର ନନ୍ଦ, କାଳନ୍ଦୀଚନ୍ଦ୍ର ଦାଶ ଓ ରମେଶଚନ୍ଦ୍ର ନନ୍ଦଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ସମର୍ଥକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ
ବାଲିଅନ୍ତାରେ ଗାଡ଼ିମଟର ଚଳାଚଳ ବନ୍ଦ
ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ କଂଗ୍ରେସ ସଭାପତି ଜନ୍ମେଞ୍ଜୟ ସ୍ୱାଇଁ ଓ ବରିଷ୍ଠ ନେତା ବେଣୁଧର ଭୋଇଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ସରଦେଇପୁର-ନିମାପଡ଼ା ମୁଖ୍ୟରାସ୍ତାରେ ବାଳକାଟି ପୁରୀ କେନାଲ ବସନ୍ତପେଡି ବ୍ରିଜ୍ ଓ ଟଙ୍କପାଣି ବ୍ରିଜ୍ ନିକଟରେ ବାଉଁଶ ବାନ୍ଧି,ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଏହି ମୁଖ୍ୟରାସ୍ତା ସମେତ ବାଳକାଟି-ଧବଳାହାର ଜଳସେଚନ ରାସ୍ତା, ଝିଣ୍ଟିଶାସନ ରାସ୍ତାରେ ଗାଡ଼ିମଟର ଚଳାଚଳ ବନ୍ଦ ହୋଇଯାଇଥିଲା। ପଞ୍ଚାୟତ ସଭାପତି ପ୍ରମୋଦ ସାହୁ, ମନୋରଞ୍ଜନ ମିଶ୍ର, ଉପେନ୍ଦ୍ରନାଥ ଶତପଥୀ, ସୋମନାଥ ବେହେରା, ଇଂ ପ୍ରଭାସ ବାରିକ, ଜଗତ ଜୀବନ ମହାନ୍ତି, ବିଜୟ ସାହୁ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

13 hours ago
1


