ARTICLE AD BOX
ରୌଦ୍ରତାପ ପ୍ରଶମନ ନିମନ୍ତେ ନଗରାଞ୍ଚଳରେ ଅଧିକରୁ ଅଧିକ ବୃକ୍ଷରୋପଣ ନିମନ୍ତେ ପ୍ରୋତ୍ସାହିତ କରାଯାଉଛି। କିନ୍ତୁ, ଦେଖାଯାଉଛି କେତେକ ସହରରେ ଅଧିକ ବୃକ୍ଷରୋପଣ କରିବା ଯୋଗୁଁ ଲୋକଙ୍କୁ ଅପେକ୍ଷାକୃତ ଅଧିକ ଗରମ ଲାଗୁଛି! ଏତାଦୃଶ ବିରୋଧାଭାସ ଉପରେ ପରୀକ୍ଷାନିରୀକ୍ଷା କରିଥିବା ଆଇଆଇଟି-ଗାନ୍ଧୀନଗର ଓ ଆମେରିକାର ନର୍ଥଇଷ୍ଟର୍ଣ୍ଣ ୟୁନିଭର୍ସିଟିର ଗବେଷକମାନେ ଏକ ନୂତନ ଗବେଷଣା-ନିବନ୍ଧ ପ୍ରକାଶ କରିଛନ୍ତି। ବାୟୁ ତାପମାତ୍ରା ଓ ଭୂମି ତାପମାତ୍ରା ଉପରେ ଧ୍ୟାନ ଦିଆଯିବା ସହିତ ଏହି ଗବେଷଣାକାଳରେ ହିଟ୍ ଇଣ୍ଡେକ୍ସ ବା ଉତ୍ତାପ ସୂଚକାଙ୍କ ଉପରେ ବି ଧ୍ୟାନ ଦିଆଯାଇଥିଲା। ସାଧାରଣ ଭାଷାରେ ହିଟ୍ ଇଣ୍ଡେକ୍ସ ହେଉଛି ଉତ୍ତାପ ଓ ଗୁଳୁଗୁଳି ଆବଦ୍ଧ କରି ରଖୁଥିବା ତାପମାତ୍ରା।
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ
ଗବେଷଣାରୁ ଜଣାପଡ଼ିଛି ଯେ ନଗରାଞ୍ଚଳେର ଥିବା ବୃକ୍ଷଗୁଡ଼ିକ ସାଧାରଣତଃ ଛାୟା ପ୍ରଦାନ କରି, ସୌରବିକିରଣ ହ୍ରାସ କରି ଓ ଭୂଇଁ ତାପମାତ୍ରାକୁ କମାଇ ସହରକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଆନ୍ତି। କିନ୍ତୁ, ଆର୍ଦ୍ର ଅଞ୍ଚଳରେ ଥିବା ସହରମାନଙ୍କରେ ଗହଳ ବୃକ୍ଷ-ପଟଳ ଯୋଗୁଁ ଭୂମି ଓ ବୃକ୍ଷ ପତ୍ରରାଜିରୁ ଜଳୀୟଅଂଶ ବାଷ୍ପୀଭବନ ତୀବ୍ରତର ହୁଏ। ଫଳରେ ବାୟୁ ଅଧିକ ଆର୍ଦ୍ର ହୁଏ। ସେ ସବୁ ସହରରେ କୋଠାବାଡ଼ି ଖୁନ୍ଦାଖୁନ୍ଦି ହୋଇ ରହିଥିବାରୁ ଭଲ ଭାବେ ବାୟୁ ପ୍ରବାହ ମଧ୍ୟ ହୋଇପାରେ ନାହିଁ। ତେଣୁ, ବାୟୁ ଶୀତଳ ଥିଲେ ବି ଅତ୍ୟଧିକ ଆର୍ଦ୍ରତା ହେତୁ ହିଟ୍ ଇଣ୍ଡେକ୍ସ ବୃଦ୍ଧିପାଏ। ଅପରପକ୍ଷେ, ଅାଂଶିକ-ଶୁଷ୍କ ସହରଗୁଡ଼ିକରେ ବୃକ୍ଷ ବହୁଳତା ଯୋଗୁଁ ଏତାଦୃଶ ପରିସ୍ଥିତି ସୃଷ୍ଟି ହୁଏ ନାହିଁ। କାରଣ, ସେ ଅଞ୍ଚଳର ଶୁଷ୍କ ବାୟୁମଣ୍ଡଳ ଅତିରିକ୍ତ ଜଳୀୟଅଂଶ ଶୋଷଣ କରିନେଉଥିବାରୁ ଗୁଳୁଗୁଳି ଅନୁଭୂତ ହୁଏନାହିଁ।
ଏକା ବୃକ୍ଷ ହେଲେ ବି ରୋପଣ ସ୍ଥାନ, କୋଠାବାଡ଼ି ଗହଳି ଓ ସ୍ଥାନୀୟ ଜଳବାୟୁ ଅନୁଯାୟୀ ଉତ୍ତାପଗତ ତାରତମ୍ୟ ଦେଖାଯାଏ। ଚତୁଃପାର୍ଶ୍ବରେ ଥିବା ଗ୍ରାମାଞ୍ଚଳ ଅେପକ୍ଷା ସହରସବୁ ଚଞ୍ଚଳ ଉତ୍ତପ୍ତ ହୋଇଯାଉଥିବାରୁ ଜଳବାୟୁକୁ ସୁହାଇଲା ଭଳି ବୃକ୍ଷରୋପଣ କରାଯିବା ଦରକାର।
ଏହି ଗବେଷକ ଦଳର ମୁଖ୍ୟ ଅନଙ୍ଗ ବୋରା କହନ୍ତି- ଏକା ବୃକ୍ଷ ହେଲେ ବି ରୋପଣ ସ୍ଥାନ, କୋଠାବାଡ଼ି ଗହଳି ଓ ସ୍ଥାନୀୟ ଜଳବାୟୁ ଅନୁଯାୟୀ ଉତ୍ତାପଗତ ତାରତମ୍ୟ ଦେଖାଯାଏ। ଚତୁଃପାର୍ଶ୍ବରେ ଥିବା ଗ୍ରାମାଞ୍ଚଳ ଅେପକ୍ଷା ସହରସବୁ ଚଞ୍ଚଳ ଉତ୍ତପ୍ତ ହୋଇଯାଉଥିବାରୁ ଜଳବାୟୁକୁ ସୁହାଇଲା ଭଳି ବୃକ୍ଷରୋପଣ କରାଯିବା ଦରକାର। ଉପରୋକ୍ତ ଗବେଷଣା ସମୟରେ ବନସ୍ପତିର ତିନିଟି ପୃଥକ୍ ଦିଗ ଉପରେ ବିଶ୍ଳେଷଣ କରାଯାଇଥିଲା। ସେଗୁଡ଼ିକ ହେଉଛି- ଇଭିଆଇ ବା ଏନ୍ହାନ୍ସ୍ଡ ଭେଜିଟେସନ୍ ଇଣ୍ଡେକ୍ସ, ଏଲ୍ଏଆଇ ବା ଲିଫ୍ ଏରିଆ ଇଣ୍ଡେକ୍ସ ଏବଂ ଏଫ୍ପିଏଅାର୍ ବା ଫ୍ରାକ୍ସନ୍ ଅଫ୍ ଆବ୍ଜର୍ବଡ୍ ଫଟୋସିନ୍ଥେଟିକାଲି ଆକ୍ଟିଭ୍ ରେଡିଏସନ୍। ଏସବୁ କଥା ସାଧାରଣ ଭାବେ କହିଲେ ବୁଝାଇବ ଯେ, ବୃକ୍ଷ ବା ବନସ୍ପତି ଗହଳି, ପତ୍ର ପରିମାଣ ଏବଂ ପତ୍ର ଶୋଷଣ କରୁଥିବା ସୂର୍ଯ୍ୟରଶ୍ମି ବିକିରଣ। ୨୦୦୩ରୁ ୨୦୨୦ ମସିହା ମଧ୍ୟରେ ବିବିଧ କିସମ ଜଳବାୟୁ ଥିବା ୧୩୮ଟି ଭାରତୀୟ ସହରରେ ଉପରୋକ୍ତ ତଥ୍ୟାବଳୀ ବିଶ୍ଳେଷଣ କରାଯାଇଥିଲା। ସ୍ବଳ୍ପ ବୃଷ୍ଟିପାତ ହେଉଥିବା କ୍ରାନ୍ତିବୃତ୍ତ ଅଞ୍ଚଳ, ମୌସୁମୀ କ୍ରାନ୍ତିବୃତ୍ତ ଅଞ୍ଚଳ, ଆର୍ଦ୍ର ଉପ-କ୍ରାନ୍ତିବୃତ୍ତ ଅଞ୍ଚଳ, ଉଷ୍ମ ଆଂଶିକ-ଶୁଷ୍କ ଅଞ୍ଚଳ ଓ ଉତ୍ତପ୍ତ ମରୁଭୂମି ଅଞ୍ଚଳରେ ଉକ୍ତ ସହରଗୁଡ଼ିକ ଅବସ୍ଥିତ।
Road Accident: ଦୁର୍ଘଟଣାରେ ପ୍ରାଣ ହାରିଲେ ବାପା-୨ପୁଅ, ବଡ଼ପୁଅ ସହ ଜୀବନ ସହ ସଂଘର୍ଷ କରୁଛନ୍ତି ମା’
ଗାନ୍ଧୀନଗର, ଜୟପୁର, ଅହମଦାବାଦ ଏବଂ କୋଏମ୍ବାଟୁର୍ ଭଳି ଉଷ୍ମ, ଆଂଶିକ-ଶୁଷ୍କ ସହରରେ ପ୍ରଚଣ୍ଡ ନିଦାଘ କାଳରେ ଆର୍ଦ୍ରତା ଅପେକ୍ଷାକୃତ ଅଳ୍ପ ରହେ। ଏସବୁ ସହରରେ ଘନ ବୃକ୍ଷ-ପଟଳ ଏବଂ ଆଲୋକ ସଂଶ୍ଳେଷଣକାରୀ ପତ୍ରଯୁକ୍ତ ଗଛ ଶୀତଳତା ପ୍ରଦାନ କରେ। କିନ୍ତୁ, ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ସ୍ବଳ୍ପ ବୃଷ୍ଟିପାତ ହେଉଥିବା କ୍ରାନ୍ତିବୃତ୍ତାଞ୍ଚଳ ସହରରେ ଘନ ବୃକ୍ଷ-ପଟଳ ଏବଂ ଭୂପୃଷ୍ଠରେ ଅଧିକ ଗୁଳ୍ମଲତା ରହିଲେ ଉତ୍ତାପ ବୃଦ୍ଧି ପାଇଥାଏ। ଗବେଷକ ବୋରା କହନ୍ତି- କେଉଁ ସହର ପାଇଁ କେଉଁ ଧରଣର ବୃକ୍ଷ ଆବଶ୍ୟକ ସେଥିପାଇଁ ସେ ଅଞ୍ଚଳରେ ବିଶେଷ ଗବେଷଣା କରାଯିବା ଆବଶ୍ୟକ। ସହରରେ ଖାଲି ବୃକ୍ଷ ରୋପଣ କରିଦେଲେ ସମସ୍ୟା ସମାଧାନ ହୋଇଯିବ ନାହିଁ। କେଉଁ ପ୍ରଜାତିର ବୃକ୍ଷ କେଉଁ ସ୍ଥାନରେ ରୋପଣ କରାଯିବ, ସେ ସବୁ ବୃକ୍ଷ ପ୍ରସାରଣ କରିବାକୁ ଥିବା ଶାଖାପ୍ରଶାଖା ପାଇଁ ଯଥେଷ୍ଟ ବାୟୁ ଚଳାଚଳ ହେଉଛି କି ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

1 hour ago
1


