China Masters: ଚାଇନା ମାଷ୍ଟର୍ସ: ପ୍ରିକ୍ବାର୍ଟରରେ ତନ୍ବୀ, ଶ୍ରୀକାନ୍ତ

56 minutes ago 2
ARTICLE AD BOX

ସେନ୍‌ଝେନ୍‌:ଭାରତର ତନ୍ବୀ ଶର୍ମା ଓ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଚାଇନା ମାଷ୍ଟର୍ସ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବୁଧବାର ମହିଳା ଏକକ ରାଉଣ୍ଡ-୩୨ରେ ତନ୍ବୀ ୨୧-୧୬, ୨୧-୧୭ରେ ଡେନ୍‌ମାର୍କର ଆମାଲିଏ ଶ୍ଚୁଲ୍‌ଜଙ୍କୁ ହରାଇଥିଲେ। ପୁରୁଷ ଏକକ ମୁକାବିଲାରେ ଶ୍ରୀକାନ୍ତ ୨୧-୧୬, ୨୧-୧୫ରେ ତାଇୱାନ୍‌ର ଚି ୟୁ-ଜେନ୍‌ଙ୍କୁ ହରାଇଛନ୍ତି।

ପୁରୁଷ ଏକକ ମୁକାବିଲାରେ ଶ୍ରୀକାନ୍ତ

ତେବେ ମହିଳା ଏକକ ଖେଳାଳି ଦେବୀକା ସିହାଗ ୧୮-୨୧, ୧୫-୨୧ରେ ବୁଲଗେରିଆର କାଲୋୟାନା ନାଲବାନ୍ତୋଭାଙ୍କଠୁ ହାରି ବିଦାୟ ନେଇଛନ୍ତି। ସେହିପରି ତାରକା ଖେଲାଳି ଲକ୍ଷ୍ୟ ସେନ୍‌ଙ୍କ ଅଭିଯାନ ମଧ୍ୟ ରାଉଣ୍ଡ-୩୨ରେ ଶେଷ ହୋଇଛି। ସେ ୧୪-୨୧, ୧୭-୨୧ରେ କାନାଡାର ଭିକ୍ଟର ଲାଇଙ୍କଠୁ ପରାସ୍ତ ହୋଇଛନ୍ତି। ମିଶ୍ରିତ ଯୁଗଳରେ ଧ୍ରୁବ କପିଳ ଓ ତନିଷା କ୍ରାଷ୍ଟୋ ୨୧-୮, ୨୧-୯ରେ ଥାଇଲାଣ୍ଡର ତୋଙ୍କିଡ ଓ ତୋନ୍ରୁଗ ସାହେଙ୍ଗଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଥିଲେ। ରୋହନ ବୋପାନ୍ନା ଓ ଋତିକା ଗଡ଼େ ୧୬-୨୧, ୧୮-୨୧ରେ ଉ ଗୁଆଁ ଜୁନ୍‌ ଓ ଲି ଚିଆ ସିନ୍‌ଙ୍କଠୁ ହାରିଯାଇଛନ୍ତି।

National Youth Athletics: ଜାତୀୟ ଯୁବ ଦୌଡ଼କୁଦ: ଦୂତିଙ୍କ ରେକର୍ଡ ଭାଙ୍ଗିଲେ ମ୍ରିଥିକା

Read Entire Article
LEFT SIDEBAR AD

Hidden in mobile, Best for skyscrapers.