China Earthquake: ଚୀନ୍‌ରେ ୫.୧ ତୀବ୍ରତା ଭୂମିକମ୍ପ

1 hour ago 2
ARTICLE AD BOX

ବେଜିଂ:ଚୀନର ସରକାରୀ ଖବର ସଂସ୍ଥା ସିନହୁଆ ଶୁକ୍ରବାର ରିପୋର୍ଟ କରିଛି ଯେ, ତିବ୍ଦତର ପଡ଼ୋଶୀ ସିଚୁଆନ ପ୍ରଦେଶର କିଛି ଅଂଶରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାଦ୍ବାରା ନେପାଳ ଓ ତିବ୍ଦତର କିଛି ଅଂଶରେ ଭୟଙ୍କର ବନ୍ୟା ଆସିବାର କିଛି ଦିନ ପରେ ନେପାଳରେ ନୂତନ ବନ୍ୟାର ଆଶଙ୍କା ଦେଖାଦେଇଛି। ନାଇଜିଆଙ୍ଗର ଲଙ୍ଗଚାଙ୍ଗ ସହରରେ ଭୂମିକମ୍ପ ହୋଇଥିଲା। ବେଜିଂ ସମୟ ଅନୁଯାୟୀ ଅପରାହ୍ଣ ୧ଟା ୧୩ ମିନିଟରେ ଭୂମିକମ୍ପ ଆସିଥିବା ଚୀନ୍‌ ଭୂମିକମ୍ପ ନେଟୱର୍କ କେନ୍ଦ୍ର (ସିଇଏନ୍‌ସି) ସୂଚନା ଦେଇଛି।

ଗୁରୁତ୍ୱପୂର୍ଣ୍ଣ ପରିବହନ ସଂଯୋଗ

ଭୂମିକମ୍ପର କେନ୍ଦ୍ରସ୍ଥଳ ୨୯.୨୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୧୦୫.୨୨ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ। ଭୂମିକମ୍ପଟି ୧୩ କିଲୋମିଟର ଗଭୀରରେ ଅନୁଭୂତ ହୋଇଥିଲା, ଯାହାର ଅର୍ଥ ହେଉଛି ନିକଟବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହେବାର ଆଶଙ୍କା ରହିଛି। ଲଙ୍ଗଚାଙ୍ଗ ସହର ସିଚୁଆନ୍ ବେସିନରେ ଅବସ୍ଥିତ ଓ ସିଚୁଆନ୍ ଏବଂ ପଡ଼ୋଶୀ ଅଞ୍ଚଳଗୁଡ଼ିକ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ ସଂଯୋଗ। କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତାହତ, କ୍ଷୟକ୍ଷତି କିମ୍ବା ସମ୍ଭାବ୍ୟ ପରବର୍ତ୍ତୀ ଝଟକାର ବିବରଣୀ ପ୍ରଦାନ କରିନାହାନ୍ତି।

Flood Warning: ଦୌଡ଼… ପାଣି ଆସୁଛି!’ ୨୦ ମିନିଟ୍‌ର ଚେତାବନୀରେ ନେପାଳରେ ଭୟଙ୍କର ଆତଙ୍କ

Read Entire Article
LEFT SIDEBAR AD

Hidden in mobile, Best for skyscrapers.