ARTICLE AD BOX
ଛତ୍ରପୁର: ଛତ୍ରପୁରସ୍ଥିତ ପବ୍ଲିକ୍ ସ୍କୁଲ ପରିସରରେ ସୋମବାର ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଇନ ସେବାର ଗୁରୁତ୍ୱ, ସାଧାରଣ ଲୋକଙ୍କ ଆଇନଗତ ଅଧିକାର ଏବଂ ନିଃଶୁଳ୍କ ଆଇନ ସହାୟତା ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିରେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ସାମଲ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବିଷ୍ଣୁପ୍ରିୟା ସାମନ୍ତରାୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସ୍ୱାଗତିକା ସ୍ୱାଇଁ, କମିଟି ସଦସ୍ୟ ସୁରଜିତ ସାମନ୍ତରାୟ ଓ ମନୋଜ କୁମାର ପାଢ଼ୀ ଯୋଗଦେଇଥିଲେ।
ସେହିପରି ପବ୍ଲିକ୍ ସ୍କୁଲର ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ,ପ୍ରିନ୍ସପାଲ ମମତା ପଣ୍ଡାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଆଇନ ସଚେତନତା ଓ ନ୍ୟାୟ ପାଇବାର ଅଧିକାର ସମ୍ପର୍କରେ ଅବଗତ କରାଯାଇଥିଲା।

3 days ago
7


