ARTICLE AD BOX
ଛତ୍ରପୁର(ବସନ୍ତ ମହାରଣା): ଆଜି (ଗୁରୁବାର) ଥିଲା ଗାନ୍ଧୀ ଜୟନ୍ତୀ। ଏହି ଅବସରରେ ଜିଲ୍ଲା ସଦରମହକୁମା ଛତ୍ରପୁରରେ ବିରୋଧୀ ଦଳ ରାଜନୀତି ସକ୍ରିୟ ହୋଇଛି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସିପିଆଇ, କଂଗ୍ରେସ ଓ ବିଜେଡିର ନେତା ଓ କର୍ମୀମାନେ ଏକାଠି ହୋଇଛନ୍ତି। ମିଳିତ ଭାବେ ବିଜେପି ବିରୋଧୀ ଅଭିଯାନକୁ ଶକ୍ତି ଦେବାକୁ ପଣ କରିଛନ୍ତି।
କ୍ଷମତା ଲଢ଼େଇରେ ରାଜପରିବାରର ପୁତ୍ର, କନ୍ୟା: ଗଞ୍ଜାମ ରାଜନୀତିରେ ପିଢ଼ି ବଦଳିଲା
ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ଅନୌପଚାରିକ ସଭା ହୋଇଥିଲା। ଏଥିରେ, ନେତାମାନେ କେନ୍ଦ୍ରର ବିଜେପି ସରକାର ଏବଂ ଓଡ଼ିଶାର ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ। କଥିତ ‘ଭୋଟ୍ ଚୋରି’ ପ୍ରସଙ୍ଗ ସହ ଏମ୍ଡିଏମ୍ଆର୍ ସଂଶୋଧନକୁ ନେଇ ମଧ୍ୟ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବାମପନ୍ଥୀ ନେତା ତଥା ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ କହିଥିଲେ, ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ପାଇଁ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ସହ ‘ଭୋଟ୍ ଚୋରି’ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଆଗକୁ ଜାରି ରହିବ।
ଗଞ୍ଜାମ ରାଜନୀତିରେ ରାଜପରିବାର: ୨୦୨୪ରେ ତିନି ରାଣୀଙ୍କ ଭୂମିକା ଉପରେ ସଭିଙ୍କ ନଜର
ଏହି କାର୍ଯ୍ୟକ୍ରମରେ, ସିପିଆଇ ଜିଲ୍ଲା ସହ - ସମ୍ପାଦକ ନୀଳକଣ୍ଠ ଦାଶ, ଜିଲ୍ଲା ନେତା ସିଏଚ ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନଲ ସମ୍ପାଦକ ଡି ଆଦିନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ, ଏନ. ସୁକାନ୍ତ ଆଚାରୀ, ଅନୁରାଗ ମିଶ୍ର, ଆଇନଜୀବି ଆଦିତ୍ୟ ମିଶ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ, କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାଗୀରଥୀ ବେହେରା, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ ଓ ଡି. ରାମସ୍ୱାମୀ ରେଡ୍ଡୀ, ଗଣପତି ବାରିକ, ଚକ୍ରପାଣି ପଲାଇ, କାଳୁ ଚରଣ ତ୍ରିପାଠୀ ଏବଂ ବିଜୁ ଜନତା ଦଳର ଛତ୍ରପୁର ବ୍ଲକ ସଭାପତି ଏସ. ଚକ୍ର ପାଣି ରେଡ୍ଡୀ, ଛତ୍ରପୁର ପୌରପରିଷଦ ସଭାପତି ବି. ରାଜୁବାବୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ଯୁବ ବିଜେଡି ରାଜ୍ୟ ସମ୍ପାଦକ ବିମଳ କୁମାର ପଣ୍ଡା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଓ ଟି. ଚନ୍ଦ୍ର ଶେଖର ରାଓ , ମତ୍ସ୍ୟଜୀବି ନେତା ବି. ଭୀମ ସେନ ପ୍ରମୁଖ ଉପସ୍ଥିତ ଥିଲେ l
ହିଂସା ବାଟରେ ଗଞ୍ଜାମ ରାଜନୀତି: ଖଣ୍ଡା, ଗୁଳି କଥା କହୁଛି, ବଳି ପଡ଼ୁଛନ୍ତି କର୍ମୀ
ସଦ୍ଭାବନା ଦିବସ ଅବସରରେ ତିନି ରାଜନୈତିକ ଦଳର ନେତାମାନେ ଏକାଠି ହେବାକୁ ନେଇ ଛତ୍ରପୁରର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷକରି ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ କୁ ଫୋକସ ରେ ରଖି ଏହି ଏକତ୍ରୀକରଣର ରାଜନୈତିକ ପ୍ରଭାବ କ’ଣ ହେବ, ତାହାକୁ ନେଇ ଆଲୋଚନା ଚାଲିଛି।

35 minutes ago
1


