ARTICLE AD BOX
ସେଣ୍ଟଲୁଇସ:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଏଠାରେ ଆୟୋଜିତ ସିଙ୍କୁଏଫିଲ୍ଡ ଚେସ୍ ପ୍ରତିଯୋଗିତାରେ ଉପବିଜେତା ହୋଇଛନ୍ତି। ଆର୍ମାଗେଡନ ଗେମ୍ରେ ଟେବୁଲରେ ଥିବା ୱେସ୍ଲେ ସୋ’ ବୁଧବାର ହାରିଯିବା ପରେ ପ୍ରଜ୍ଞାନନ୍ଦ ଉପବିଜେତା ହେବା ନିଶ୍ଚିତ ହୋଇଥିଲା। ୨୧ ବର୍ଷୀୟ ପ୍ରଜ୍ଞାନନ୍ଦ ଫାଇନାଲ୍ କ୍ଲାସିକାଲ୍ ଗେମ୍ରେ ନେଦରଲାଣ୍ଡ୍ସର ଆନିଶ ଗିରିଙ୍କ ସହ ଡ୍ର’ ରଖିଥିଲେ।
ସିନ୍ଦାରୋଭ ଅଧା ପଏଣ୍ଟ ପାଇଁ ବଞ୍ଚିତ
ଫଳରେ ଟେବୁଲ ଶୀର୍ଷରେ ଥିବା ସୋ’ଙ୍କ ସହ ଖେଳିଥିଲେ। ହେଲେ କଳା ଗୋଟିରେ ଖେଳୁଥିବା ଆମେରିକୀୟ ଜିଏମ୍ ସୋ’ ଡ୍ର’ ରଖି ଟ୍ରଫି ଜିତିଥିଲେ। ଏଠାରେ ଉପବିଜେତା ହେବା ପରେ ପ୍ରଜ୍ଞାନନ୍ଦ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଗ୍ରାଣ୍ଡ ଚେସ୍ ଟୁର୍ ଫାଇନାଲ୍ସ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ତାଙ୍କ ସହ ଏହି ପ୍ରତିଯୋଗିତାରେ ଶୀର୍ଷ ୪ରେ ଥିବା ସୋ’ ଫାବିଆନୋ କାରୁଆନା ଓ ଭିନ୍ସେଣ୍ଟ୍ କେମର ଗ୍ରାଣ୍ଡ ଚେସ୍ ଟୁର୍ ଫାଇନାଲ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ତେବେ ଯୁଗ୍ମ ତୃତୀୟ ସ୍ଥାନରେ ଥିବା ଜାଭୋଖିର ସିନ୍ଦାରୋଭ ଅଧା ପଏଣ୍ଟ ପାଇଁ ବଞ୍ଚିତ ହୋଇଛନ୍ତି।
Manav Suthar: ୯୩ ବର୍ଷ ତଳର ପୁରୁଣା ରେକର୍ଡ ସହ ସମକକ୍ଷ ହେଲେ ସୁଥାର

1 month ago
13

