ARTICLE AD BOX
ଜୟପୁର(ରିପୋର୍ଟ ଦେବାଶିଷ ସାହୁ): ଜୟପୁର ବ୍ଲକ ଅନ୍ତର୍ଗତ ବାରିଣୀପୁଟ ପଞ୍ଚାୟତର ବାଗ୍ରା ଗ୍ରାମରେ ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ନୂତନ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ସହ ଚାଷକାର୍ଯ୍ୟ ପାଇଁ ସୁବିଧାରେ ଜଳ ଯୋଗାଇଦେବା ଲକ୍ଷ୍ୟରେ ପଞ୍ଚାୟତ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।
କୃଷି କ୍ଷେତ୍ରରେ ଆସିବ ପରିବର୍ତ୍ତନ
ଆର୍ଥିକ ବର୍ଷ ୨୦୨୫-୨୬ ଅନ୍ତର୍ଗତ ମୋଟ ୯.୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏହି ଚେକ୍ ଡ୍ୟାମ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଏହି ନୂତନ ଜଳସେଚନ ପ୍ରକଳ୍ପ ଦ୍ୱାରା ବାଗ୍ରା ଗ୍ରାମର ପ୍ରାୟ ୩୦ ଏକର କୃଷି ଜମି ସିଧାସଳଖ ଜଳସେଚିତ ହୋଇପାରିବ। ପୂର୍ବରୁ ସ୍ଥାନୀୟ ଚାଷୀମାନେ ଜଳାଭାବ ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ଏହି ଚେକ୍ ଡ୍ୟାମ୍ ନିର୍ମାଣ ହେବା ଫଳରେ ସେମାନଙ୍କ ବହୁଦିନର ସମସ୍ୟା ଦୂର ହୋଇଛି। ବାରିଣୀପୁଟ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କାହ୍ନୁ ଚରଣ ଦଣ୍ଡସେନା ପ୍ରତିକ୍ରିୟା ଦେଇ କହିଛନ୍ତି ଏହି ନିୟମିତ ଜଳସେଚନ ସୁବିଧା ମିଳିବା ଦ୍ୱାରା କେବଳ ଖରିଫ୍ ଋତୁରେ ନୁହେଁ, ବରଂ ରବି ଋତୁରେ ମଧ୍ୟ ଚାଷୀମାନେ ବିଭିନ୍ନ ଫସଲ ଓ ପନିପରିବା ଚାଷ କରିବାକୁ ଉତ୍ସାହିତ ହୋଇଛନ୍ତି। ଏହାଦ୍ୱାରା ସ୍ଥାନୀୟ କୃଷକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଅଞ୍ଚଳର କୃଷି କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଆଶା ପ୍ରକାଶ ପାଇଛି।
Keonjhar: ଶିକ୍ଷକ ପଦବୀ ପୂରଣ ଦାବିରେ ବିଦ୍ୟାଳୟ ବାହାରେ ତାଲା ପକାଇଲେ ଅଭିଭାବକ

1 hour ago
1


