ARTICLE AD BOX
ନୂଆଦିଲ୍ଲୀ: ଦେଶର ଆଗାମୀ ଜନଗଣନା-୨୦୨୭ରେ ତଥ୍ୟ ସଂଗ୍ରହ ପ୍ରଣାଳୀରେ କେତେକ ପରିବର୍ତ୍ତନ ହେବ। ଏଥିରେ ପ୍ରଥମଥର ପାଇଁ ‘ଭିକାରି ଓ ଭୂମିହୀନ ଯାଯାବର’ଙ୍କ ପାଇଁ ଥିବା ସ୍ୱତନ୍ତ୍ର ବର୍ଗକୁ ବାଦ୍ ଦିଆଯାଇଛି। ଜନଗଣନା ପ୍ରଶ୍ନାବଳୀରେ ଅଣ-ଅର୍ଥନୈତିକ କାର୍ଯ୍ୟକଳାପ ଅଧୀନରେ ଏହି ବର୍ଗ ଆଉ ରହିବ ନାହିଁ। ଏହି ବର୍ଗରେ ପଡ଼ୁଥିବା ବ୍ୟକ୍ତିଙ୍କୁ ‘ଅନ୍ୟାନ୍ୟ’ ଶ୍ରେଣୀରେ ସାମିଲ କରାଯିବ।
ଆହୁରି ପଢନ୍ତୁ :Bharat Electronics Limited: ବେଲରେ ଚାକିରି ସୁଯୋଗ: ୧୦ମ ପାସ ପ୍ରାର୍ଥୀ ବି କରି ପାରିବେ ଆବେଦନ
ପୂର୍ବ ଜନଗଣନାଗୁଡ଼ିକରେ ଛାତ୍ରଛାତ୍ରୀ, ଘରୋଇ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି, ନିର୍ଭରଶୀଳ, ପେନ୍ସନ୍ଭୋଗୀ ଓ ଅନ୍ୟମାନଙ୍କ ସହ ‘ଭିକାରି ଓ ଭୂମିହୀନ ଯାଯାବର’ଙ୍କୁ ଅଣ-ଅର୍ଥନୈତିକ କାର୍ଯ୍ୟକଳାପ ଭିତରେ ଅଲଗା ଭାବେ ଦର୍ଶାଯାଉଥିଲା। ୨୦୧୧ ଜନଗଣନାରେ ପ୍ରାୟ ୩.୮ ଲକ୍ଷ ଅଣ-ଶ୍ରମିକ ଓ ସୀମାନ୍ତ ଶ୍ରମିକ ନିଜକୁ ଏହି ବର୍ଗର ବୋଲି ଦର୍ଶାଇଥିଲେ। ୨୦୦୧ରେ ଏହି ସଂଖ୍ୟା ୬.୩ ଲକ୍ଷ ଓ ୧୯୯୧ରେ ପ୍ରାୟ ୫.୪ ଲକ୍ଷ ଥିଲା। ତେବେ ଭିକ୍ଷାବୃତ୍ତି ସହ ଜଡ଼ିତ ସାମାଜିକ ଲଜ୍ଜା କାରଣରୁ ଅନେକ ଲୋକ ନିଜ ପେସା କିମ୍ବା ଅଣ-ଅର୍ଥନୈତିକ କାର୍ଯ୍ୟକଳାପ ଭାବେ ଏହା ଦର୍ଶାଇବାକୁ ଅନିଚ୍ଛୁକ ଥିବାରୁ ପୂର୍ବର ତଥ୍ୟକୁ ବାସ୍ତବ ଚିତ୍ରଠାରୁ କମ୍ ବୋଲି ଅଧିକାରୀମାନେ ମନେ କରୁଥିଲେ। ଜନଗଣନା ନିୟମ ଅନୁଯାୟୀ, ଉତ୍ତରଦାତା ଯାହା ଘୋଷଣା କରନ୍ତି, ଗଣନାକାରୀ ତାହା ହିଁ ରେକର୍ଡ କରିଥାନ୍ତି।
ଆହୁରି ପଢନ୍ତୁ :Governor’s Police ADC ଓଡ଼ିଶା ରାଜ୍ୟପାଳଙ୍କ ପୁଲିସ୍ ଏଡିସି ଭାବେ ଯୋଗ ଦେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଏହାଛଡ଼ା ନୂଆ ଜନଗଣନାରେ ସ୍ଥାନାନ୍ତରର କାରଣ ତାଲିକାରେ ‘ପ୍ରାକୃତିକ ବିପର୍ଯ୍ୟୟ’କୁ ଯୋଡ଼ାଯାଇଛି। କାମ, ବ୍ୟବସାୟ, ଶିକ୍ଷା, ବିବାହ, ଜନ୍ମ ପରେ ସ୍ଥାନାନ୍ତର ଓ ପରିବାର ସହ ସ୍ଥାନାନ୍ତର ଭଳି କାରଣ ସହ ଏହା ରହିବ। ଜନଗଣନାରେ ମାତାପିତାଙ୍କ ସମ୍ପର୍କରେ ମଧ୍ୟ ଅଧିକ ତଥ୍ୟ ସଂଗ୍ରହ କରାଯିବ। ସେମାନେ ସମାନ ପରିବାରରେ ନ ଥିଲେ କିମ୍ବା ମୃତ ହୋଇଥିଲେ, ସେମାନଙ୍କ ଜନ୍ମତାରିଖ, ଜନ୍ମସ୍ଥାନ ଓ ଧର୍ମ ସମ୍ପର୍କିତ ବିବରଣୀ ନିଆଯିବ। ଏହି ତଥ୍ୟରୁ ପିଢ଼ିଭିତ୍ତିକ ଅନ୍ତଃଧର୍ମୀୟ ବିବାହ ଓ ଧର୍ମ ପରିବର୍ତ୍ତନ ସମ୍ପର୍କିତ ଧାରା ବୁଝିବା ସହ ନାଗରିକତା ଆଇନ ଅନୁଯାୟୀ ଭାରତୀୟ ନାଗରିକତାର ଯୋଗ୍ୟତା ସମ୍ପର୍କିତ ସାମଗ୍ରିକ ତଥ୍ୟ ମିଳିପାରିବ। ଏଥିସହ ଉପଲବ୍ଧ ଥିଲେ ମୋବାଇଲ୍ ନମ୍ବର, ଆଧାର, ଭୋଟର ପରିଚୟପତ୍ର ଓ ଭାରତୀୟ ପାସ୍ପୋର୍ଟ ନମ୍ବର ମଧ୍ୟ ନିଆଯିବ। ତେବେ ଏସବୁ ତଥ୍ୟ ଦେବା ବାଧ୍ୟତାମୂଳକ ନୁହେଁ।

1 hour ago
2


