ARTICLE AD BOX
ସିଓଲ: ଦକ୍ଷିଣ କୋରିଆର ଡାଏଗୁ ସହରରେ ଏକ ସୁପରମାର୍କେଟ୍ର ପ୍ଲାଷ୍ଟର ସିଲିଂର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ ଅଧିକାରୀଙ୍କ ଅନୁଯାୟୀ, ଏହି ଦୁର୍ଘଟଣାରେ ୩୮ ଜଣ ଲୋକ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେଇ ଡାଏଗୁ ଅଗ୍ନିଶମ ବିଭାଗ କହିଛି, ପୂର୍ବାହ୍ନ ୧୦ଟା ୧୬ରେ ଛାତ ଭୁଶୁଡ଼ି ପଡ଼ିଥିଲା। କୋଠାରୁ ୬୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ
ନଅ ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ଅଧିକାରୀ ୟୁନ୍ ଜୋଙ୍ଗ-ମି କହିଛନ୍ତି, ଆହତଙ୍କ ସଂଖ୍ୟା ବଢ଼ିପାରେ।କୋଠାର ଦ୍ୱିତୀୟ ମହଲାର ଛାତ ଭୁଶୁଡ଼ି ପଡ଼ିବା କାରଣ ଜଣାପଡ଼ି ନାହିଁ। ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Press Secretary: କେଟି ଜାକାରିଆ ହ୍ୱାଇଟ୍ ହାଉସ୍ର ନୂଆ ପ୍ରେସ୍ ସଚିବ: ଘୋଷଣା କଲେ ଟ୍ରମ୍ପ

1 hour ago
1


