Car: ହୁତ୍‌ହୁତ୍‌ ଜଳିଲା ଚଳନ୍ତା କାର୍‌: ପଳାଶୁଣୀରୁ ଆଚାର୍ଯ୍ୟବିହାର ଅସମ୍ଭାଳ ଭିଡ଼

1 week ago 6
ARTICLE AD BOX

ଭୁବନେଶ୍ବର: ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ପଳାଶୁଣୀ ଫ୍ଲାଏଓଭର୍‌ରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗିଛି। ନିଆଁ ଲାଗି ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଏଥିରେ ବସିଥିବା ଚାଳକ ଓ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅପରପଟେ ଅଗ୍ନିକାଣ୍ଡ ଯୋଗୁଁ ପଳାଶୁଣୀରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ଅସମ୍ଭାଳ ଟ୍ରାଫିକ୍ ଜାମ୍ ପରିସ୍ଥିତି ଉପୁଜିଛି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।  ଭୁବନେଶ୍ବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ନିଆଁ ଲିଭାଇବା ପରେ ଗାଡ଼ିକୁ ସେଠାରୁ ହଟାଇ ଦିଆଯାଇଥିଲା।

Madhyapradesh: ମଧ୍ୟପ୍ରଦେଶର ଦମୋହରେ ପତ୍ନୀ ଓ ୩ ସନ୍ତାନଙ୍କୁ କୁରାଢ଼ୀରେ ହାଣି ହତ୍ୟା

ଅପରପଟେ କେବଳ ଅଗ୍ନିକାଣ୍ଡ ନୁହେଁ, ସନ୍ଧ୍ୟାରେ ବର୍ଷା ସାଙ୍ଗକୁ ରସୁଲଗଡ଼ ଛକରେ ୨ଟି ଗଣେଶ ପୂଜା ଭସାଣି ଆସିବାରୁ ପଳାଶୁଣୀରୁ ନେଇ ଆଚାର୍ଯ୍ୟବିହାର ଛକ ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ପ୍ରାୟ ୩ଘଣ୍ଟା କାଳ ଜାମ୍‌ରେ ଫସିଥିଲା। ସେହିଭଳି ରସୁଲଗଡ଼ ଛକରୁ ଫ୍ଲାଏଓଭର ଦେଇ ବିଏମ୍‌ସି ଭବାନି ମଲ୍ ଓ ବମିଖାଲ ଛକ ପର୍ଯ୍ୟନ୍ତ ଲୋକେ ଭିଡ଼ରେ ଫସିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଧୁ ଧୁ ବର୍ଷା ସତ୍ତ୍ବେ ଲୋକେ ଗାଡ଼ି ଘୁଞ୍ଚାଇବାକୁ ବାଟ ପାଉ ନଥିଲେ। ଆଉ ଏତିକି ବେଳେ ଛକରେ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ଓ ଟ୍ରାଫିକ୍ କର୍ମଚାରୀ ମଧ୍ୟ ନାଚାର ଅବସ୍ଥାରେ ଛିଡ଼ା ହୋଇଥିଲା। ତେବେ ବର୍ଷା ଛାଡ଼ିଆସିବା ବେଳକୁ ୨ଟି ଗଣେଶ ମେଢ଼ ଭସାଣି ପାଇଁ ରାସ୍ତାକୁ ଆସିବାରୁ ଜାମ୍ ପରିସ୍ଥିତି ଆହୁରି ସଙ୍ଗିନ ହୋଇଥିଲା। ତେବେ ଏନେଇ ଟ୍ରାଫିକ୍ ଏସିପି ଉମାଶଙ୍କର ପ୍ରଧାନ କହିଛନ୍ତି, ବର୍ଷା ଯୋଗୁଁ ବାଇକ୍ ଆରୋହୀ ଫ୍ଲାଏଓଭର ତଳେ ଆଶ୍ରୟ ନେଇଥିଲେ। ଫଳରେ ରାସ୍ତା ଅବରୋଧ ହୋଇଥିଲା ଏବଂ ଜାମ୍ ସୃଷ୍ଟି ହୋଇଥିଲା। ଏହା ସହିତ ଆଜି ଗଣେଶ ଭସାଣି ପାଇଁ ଅନୁମତି ନଥିବା ବେଳେ ହଠାତ୍‌ ୨ଟି ମେଢ଼ ଆସିଯିବାରୁ ଟ୍ରାଫିକ୍ ସମସ୍ୟାକୁ ଦ୍ବିଗୁଣିତ ହୋଇଯାଇଥିଲା। କିଛି ସମୟ ମଧ୍ୟରେ ଟ୍ରାଫିକ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ।

Weekly Horoscope 2026 September 20 to September 26: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.