ARTICLE AD BOX
ପଟିଆଲା : ପଞ୍ଜାବ ପଟିଆଲାର ଜଣେ ୨୪ ବର୍ଷୀୟ ଯୁବକ ଖୁସକରନଦୀପ ସିଂହଙ୍କୁ କିଛି ଦୁର୍ବୃତ୍ତ କାଲିଫର୍ନିଆରେ ଗୁଳି କରି ହତ୍ୟା କରିଛନ୍ତି । ସିଂହ ନିଜ ପରିବାରକୁ ସହଯୋଗ କରିବାପାଇଁ ଗତ ୫ ବର୍ଷ ପୂର୍ବେ କାଲିଫର୍ନିଆ ଯାଇ ସେଠାରେ ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ତାଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ ଜୁଲାଇ ୩୦ ତାରିଖ ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ । ତାଙ୍କ ମୋବାଇଲ ଫୋନ୍ ମଧ୍ୟ ଲାଗୁନାହିଁ ।
Heavy Rainfall: ଲଗାଣ ବର୍ଷାରେ ବେହାଲ୍ ଦିଲ୍ଲୀ-NCR ! ରାସ୍ତାରେ ସୁଅ
ତେବେ ବାରମ୍ବାର ଏନେଇ ଅଭିଯୋଗ କରାଯିବାପରେ କାଲିିଫର୍ନିଆ କର୍ତ୍ତୃପକ୍ଷମାନେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଏହାପରେ ସିଂହଙ୍କ ମର ଶରୀର ଏକ ଜଙ୍ଗଲ ଅଞ୍ଚଳରୁ ମିଳିଥିଲା । ଆମେରିକା ପୁଲିସ ଦ୍ବାରା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସିଂହ ତାଙ୍କ ଗାଡ଼ିରେ ଯାତ୍ରା କରୁଥିବାବେଳେ ତାଙ୍କୁ ଗୁଳି କରାଯାଇଛି ।
ତେବେ ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି। ଆକ୍ରମଣକାରୀଙ୍କୁ ଧରିବାପାଇଁ ସ୍ଥାନୀୟ ଡିଟେକ୍ଟିଭ୍ମାନେ ତଦନ୍ତ ଜାରି ରଖିଛନ୍ତି । ସିଂହଙ୍କ ବାପା ବଲବିନ୍ଦର ସିଂହ ଯିଏ କି ପଟିଆଲାର ଅଟଲନ ଗ୍ରାମରେ ରହୁଛନ୍ତି ସେ ତାଙ୍କ ପୁଅର ମର ଶରୀରକୁ ଆଣି ଶେଷ ସଂସ୍କାର କରିବାପାଇଁ ସରକାରଙ୍କୁ ଏବଂ ବିଦେଶ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ଇତି ମଧ୍ୟରେ ଉତ୍ତର ଆମେରିକୀୟ ପଞ୍ଜାବୀ ବଂଶୋଦ୍ଭମୋନେ ଏହି ଯୁବକଙ୍କ ପରିବାର ସଦସ୍ୟଙ୍କୁ ସହଯୋଗ କରିବାପାଇଁ ପାଣ୍ଠି ଯୋଗାଡ଼ ଅଭିଯାନ ଆରମ୍ଭ କରିଛନ୍ତି ।

1 hour ago
1


