Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_uatrj3nr8la5jra8nohkoorr5c, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
CAG raises objection: ଆପତ୍ତି ଉଠାଇଲେ ସିଏଜି: ଖଣିଜ ପାଣ୍ଠି ଲୁଟିଛନ୍ତି - CGPT.IN

CAG raises objection: ଆପତ୍ତି ଉଠାଇଲେ ସିଏଜି: ଖଣିଜ ପାଣ୍ଠି ଲୁଟିଛନ୍ତି

1 hour ago 1
ARTICLE AD BOX

ଯାଜପୁର(ଗଦାଧର ପଣ୍ଡା): ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଗଠନ ହୋଇଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ) ପାଣ୍ଠିକୁ ଲୁଟ୍‌ କରାଯାଇଛି। ଖଣିଜ ପାଣ୍ଠି ଖର୍ଚ୍ଚ କଲାବେଳେ ଜିଲ୍ଲା ପ୍ରଶାସନ ସବୁ ନିୟମକୁ ଜଳାଞ୍ଜଳି ଦେଇଛି। ପ୍ରଶାସନର ଅବହେଳା ଓ ନିୟମିତ ସମୀକ୍ଷା ଅଭାବରୁ ଜିଲ୍ଲା ଖଣିଜ ପାଣ୍ଠିରୁ ଆଦାୟ ହୋଇଥିବା ମୋଟ ୩୧୩୬.୨୪ କୋଟି ଟଙ୍କାରୁ ମଞ୍ଜୁର ହୋଇଥିବା ୧୨୧୬ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଯାଜପୁର ଜିଲ୍ଲା‌ରେ ହୋଇଥିବା ଖଣିଜ ପାଣ୍ଠି ଅନିୟମିତତାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି। ପାଣ୍ଠି ବିନିଯୋଗ ବେଳେ ଏଠାରେ ନିୟମକାନୁନକୁ ଅନୁସରଣ କରାଯାଇନାହିଁ। ସିଧାସଳଖ ଖଣି ପ୍ରଭାବିତ ଅଞ୍ଚଳରେ ଅତିକମ୍‌ରେ ୬୦ ପ୍ରତିଶତ ଓ ପରୋକ୍ଷ ପ୍ରଭାବିତ ଅଞ୍ଚଳରେ ସର୍ବାଧିକ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହେବାର ନିୟମ ଥିବାବେଳେ ଜିଲ୍ଲାରେ ଏହାର ବ୍ୟତିକ୍ରମ କରାଯାଇଛି। 

Relief distribution: ଯାଜପୁର ଇନରହୁଇଲ କ୍ଲବ ପକ୍ଷରୁ ବରୀରେ ରିଲିଫ୍ ବଣ୍ଟନ

ଜିଲ୍ଲା ଖଣିଜ ପାଣ୍ଠିକୁ ପୂର୍ବତନ ଜିଲ୍ଲାପାଳମା‌ନେ ଜିଲ୍ଲାର ପ୍ରଭାବଶାଳୀ ନେତାଙ୍କ ହାତବାରିସି ସାଜି ଅପବ୍ୟୟ କରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲା ପ୍ରଶାସନ ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳରେ ୩୬.୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବାବେଳେ ନିୟମ ବାହାରକୁ ଯାଇ ଅଣପ୍ରଭାବିତ ଅଞ୍ଚଳରେ ୪୩.୫୪ ପ୍ରତିଶତ ଖର୍ଚ୍ଚ କରିଛି। ଖଣି ପୀଡ଼ିତଙ୍କ ଅଧିକାର ଛଡ଼ାଇ ନେଇ ଅଣପ୍ରଭାବିତ ଅଞ୍ଚଳରେ ଅନୁଦାନ ବ୍ୟୟ କରିବା ଭଳି ସାଂଘାତିକ ନିୟମ ଉଲ୍ଲଂଘନ ସିଏଜିଙ୍କ ନଜରକୁ ଆସିବା ପରେ ଜିଲ୍ଲା ପ୍ରଶାସନ ସିଧାସଳଖ କାଠଗଡ଼ାରେ ଠିଆ ହୋଇଛି। ଏପରିକି ଦୁଇମାସ ତଳୁ ଏ ନେଇ ସରକାରଙ୍କ ଏକ କମିିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇ ସାରିଥିବା ବେଳେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା‌ରେ ବିଳମ୍ବ ହେଉଛି। ଏପ‌ଟେ ଶହଶହ କୋଟିର ପ୍ରକଳ୍ପ ଖତ ଖାଉଥିବାବେଳେ ସେସବୁ କାର୍ଯ୍ୟକ୍ଷମ ହେଉନାହିଁ।

ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳରେ ୩୭% ଓ ପରୋକ୍ଷ ପ୍ରଭାବିତ ଅଞ୍ଚଳରେ ୪୩% ଖର୍ଚ୍ଚ
ଖର୍ଚ୍ଚ ହୋଇପାରୁନି ୧୨୧୬ କୋଟି ଟଙ୍କା
‘ହାତପାଣ୍ଠି ଭଳି ବ୍ୟବହାର କରୁଥି‌ଲେ ନେତା’

ଅନ୍ୟପକ୍ଷରେ ଖଣି ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଘୋର ଅଭାବ ପରିଲକ୍ଷିତ ହେଉଛି। ଯେଉଁ ଅଞ୍ଚଳରୁ ଖଣି ଉତ୍ତୋଳନ ହେଉଛି ଖଣିଜ ପ୍ରତିଷ୍ଠାନ ଅର୍ଥ ସେ ଅଞ୍ଚଳର ବିକାଶ ପରିବର୍ତ୍ତେ କମ୍‌ ପ୍ରଭାବିତ ଅଞ୍ଚଳରେ ଅଧିକ ଖର୍ଚ୍ଚ କରାଯାଇଛି। ଜିଲ୍ଲାରେ ସିଧାସଳଖ ଭାବେ ପ୍ରଭାବିତ ହେଉଥିବା ସୁକିନ୍ଦା ବ୍ଲକ୍‌ ଓ ଦାନଗଦୀର କିଛି ପଞ୍ଚାୟତର ବିକାଶରେ ଏହି ଅର୍ଥ ଖର୍ଚ୍ଚ କରାଯାଇନାହିଁ। ଜିଲ୍ଲାର ଏହି ଦୁଇ ବ୍ଲକ୍‌ ବିଭିନ୍ନ କ୍ଷେତ୍ରରେ ସବୁଠୁ ଅଧିକ ପଛୁଆ। ଅଥଚ ଖଣିଜ ପାଣ୍ଠିରେ ଶହଶହ କୋଟିର ଅଟ୍ଟାଳିକା ଜିଲ୍ଲା ମୁଖ୍ୟାଳୟରେ ଠିଆ ହୋଇଛି। ଖଣିଜ ପାଣ୍ଠିରେ ନିର୍ମାଣ ହୋଇଥିବା ଶତକଡ଼ା ୭୦ ଭାଗ ପ୍ରକଳ୍ପ ଉପଯୋଗୀ ହୋଇପାରୁନାହିଁ। ଏବେ ବି ଯେତିକି ଅର୍ଥ ଜମା ରହିଛି ତା’ର ମଧ୍ୟ ଖର୍ଚ୍ଚ କରାଯାଉନାହିଁ।     

Horoscope 2026 August 27: ଜାଣନ୍ତୁ ଆଜିର ରାଶିଫଳ...

ସୂଚନା ଅଧିକାର ମାଧ୍ୟମରେ ଚଳିତ ଅଗଷ୍ଟ ମାସରେ ମିଳିଥିବା ତଥ୍ୟ ମୁତାବକ, ୨୦୨୬ ଜୁନ୍ ସୁଦ୍ଧା ଜିଲ୍ଲା ଖଣିଜ ପାଣ୍ଠିରୁ ମୋଟ ୩୧୩୬.୨୪ କୋଟି ଟଙ୍କା ଆଦାୟ ହୋଇଛି। ଏହିଅର୍ଥରୁ ଜିଲ୍ଲାର ମୋଟ ୬,୫୩୮ଟି ପ୍ରକଳ୍ପ ପାଇଁ ୩୦୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବର୍ତ୍ତମାନ ସୁଦ୍ଧା ମଞ୍ଜୁରପ୍ରାପ୍ତ ଅର୍ଥରୁ ୧୮୦୯ କୋଟି ଟଙ୍କା ଖର୍ଚ୍ଚ ସରିଥିବାବେଳେ ୧୨୧୬ କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ। ଖଣି ପ୍ରଭାବିତ ଅଞ୍ଚଳରେ ମୌଳିକ ସମସ୍ୟା ଲାଗି ରହିଥିବାବେଳେ ଏତେବଡ଼ ପରିମାଣର ପାଣ୍ଠି ଖର୍ଚ୍ଚ ନ ହୋଇ ପଡ଼ିରହିବା ଜିଲ୍ଲା ପ୍ରଶାସନର ଖଣିଜ ପାଣ୍ଠି ପରିଚାଳନା ଓ ସ୍ୱଚ୍ଛତା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶହଶହ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଅନ୍ଧାରୀ ପ୍ରକଳ୍ପ ଗଢ଼ି ଉଠିଛି। ଏ ସଂପର୍କରେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ‌ଗୌତମ ରାୟଙ୍କୁ ପଚାରିବାରେ ପୂର୍ବରୁ ଖଣିଜ ପାଣ୍ଠିକୁ ନେତା ତାଙ୍କ ହାତପାଣ୍ଠି ଭଳି ବ୍ୟବହାର କରୁଥିଲେ। ନେତା ହୁକୁମ କଲେ ଜିଲ୍ଲାପାଳ ମଞ୍ଜୁର କରୁଥିଲେ। ତେବେ ସେ ଅର୍ଥରେ ‌ଯେଉଁ ପ୍ରକଳ୍ପ ସବୁ ହୋଇଛି ତାହା ଅନୁପଯୋଗୀ ହୋଇ ପଡ଼ିରହିଛି। ଠିକାଦାର ବିଲ୍‌ ନେଇ ସାରିଲେଣି। ଏ ସଂପର୍କରେ ସେ ଦୁଇଥର ଲିଖିତ ଭାବେ ଜଣାଇଛନ୍ତି। ଏକ କମିଟି ଡିଏମ୍‌ଏଫର ନିର୍ମିତ ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେଇ ସାରିଛନ୍ତି। ଖୁବଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା ରଖିଛି। ଏବେ ଖଣିଜ ପାଣ୍ଠି ବ୍ୟୟର ନିୟମ ବଦଳିଛି। ଏହାକୁ କଡ଼ାକଡ଼ି କରାଯାଇଛି। ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳ ଅଧିକ ଲାଭବାନ ହେବେ ବୋଲି ଶ୍ରୀ ରାୟ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.