ARTICLE AD BOX
କେନ୍ଦ୍ର ସରକାର ୨୦୨୭-୨୮ ଆର୍ଥିକବର୍ଷର ବଜେଟ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବଜେଟ୍ ସର୍କୁଲାର ଜାରି କରାଯାଇଛି। ଉକ୍ତ ସର୍କୁଲାରରେ ୨୦୨୬-୨୭ ପାଇଁ ସଂଶୋଧିତ ଅଟକଳ ଏବଂ ୨୦୨୭-୨୮ର ବଜେଟ ଅଟକଳ ପ୍ରକ୍ରିୟା ସଂପର୍କରେ ଉଲ୍ଲେଖ କରାଯାଇଛି।
/sambad/media/media_files/2026/08/30/30bbs_86_30082026_112-2026-08-30-21-10-26.jpg)
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୭-୨୮ ଆର୍ଥିକବର୍ଷର ବଜେଟ୍ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବଜେଟ୍ ସର୍କୁଲାର ଜାରି କରାଯାଇଛି। ଉକ୍ତ ସର୍କୁଲାରରେ ୨୦୨୬-୨୭ ପାଇଁ ସଂଶୋଧିତ ଅଟକଳ ଏବଂ ୨୦୨୭-୨୮ର ବଜେଟ ଅଟକଳ ପ୍ରକ୍ରିୟାସଂପର୍କରେ ଉଲ୍ଲେଖ କରାଯାଇଛି। ଆସନ୍ତା ଅକ୍ଟୋବର ୧୨ ତାରିଖରୁ ପ୍ରାକ୍ ବଜେଟ୍ ବୈଠକ ଆରମ୍ଭ କରିବାକୁ ଧାର୍ଯ୍ୟ କରାଯାଇଛି।
ଆହୁରି ପଢନ୍ତୁ :Woman dead: କର୍ଣ୍ଣାଟକରେ ଟ୍ରେନ୍ ସିଟ୍ ତଳେ ମହିଳାଙ୍କ ମୃତଦେହ ଉଦ୍ଧାର
ତେଣୁ ଅକ୍ଟୋବର ୬ ପୂର୍ବରୁ ଆବଶ୍ୟକ ସୂଚନା ଦାଖଲ କରିବାକୁମନ୍ତ୍ରାଳୟଓ ବିଭାଗଗୁଡ଼ିକୁ କୁହାଯାଇଛି। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସରକାର ରଖିଥିବା ଲକ୍ଷ୍ୟକୁ ଦୃଷ୍ଟିରେ ରଖି ବଜେଟ୍ରେ ଯୋଜନାମାନ ରହିବ ବୋଲି ଆଶା କରାଯାଉଛି। ତେବେ ବଜେଟ୍ ଆକଳନ ଠିକ୍ ଓ ବାସ୍ତବତାକୁ ଦେଖି କରିବା ଲାଗି ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


