ARTICLE AD BOX
ନୂଆଦିଲ୍ଲୀ: ଭାରତରେ ହରଡ଼, ମସୁର ଭଳି ଅତ୍ୟାବଶ୍ୟକୀୟ ଡାଲିର ଆମଦାନୀ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ବିଦେଶରୁ ଡାଲି ଆମଦାନୀ ପରିମାଣ ୬୭ ପ୍ରତିଶତ ବୃଦ୍ଧି ପାଇ ୨.୦୬ ମିଲିୟନ୍ ଟନରେ ପହଞ୍ଚିଛି। ଏହା ସହିତ ଏହାକୁ କ୍ରୟ କରିବା ବାବଦରେ ହେଉଥିବା ଖର୍ଚ୍ଚ ମଧ୍ୟ ୩୮ ପ୍ରତିଶତ ବଢ଼ିଛି।
ଆହୁରି ପଢନ୍ତୁ :Room Freshener: ରୁମ୍ ଫ୍ରେସନର୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ କେଉଁ ସ୍ୱାସ୍ଥ୍ୟକର ବିକଳ୍ପ ବାଛିପାରିବା?
ବର୍ତ୍ତମାନର ଡାଲି ଦର (ଗତ ବର୍ଷ ତୁଳନାରେ):
ହରଡ଼ ଡାଲି: କିଲୋପ୍ରତି ୧୩୨.୭୫ ଟଙ୍କା (ଗତ ବର୍ଷଠାରୁ ୧୫% ଅଧିକ ମହଙ୍ଗା)
ବିରି ଡାଲି: କିଲୋପ୍ରତି ୧୨୫.୪୬ ଟଙ୍କା (ଗତ ବର୍ଷଠାରୁ ୧୦% ଅଧିକ ମହଙ୍ଗା)
ଚଣା ଡାଲି: କିଲୋପ୍ରତି ୯୩.୪୮ ଟଙ୍କା (ଗତ ବର୍ଷଠାରୁ ୭.୫% ଅଧିକ ମହଙ୍ଗା)
ଆହୁରି ପଢନ୍ତୁ :Malaika Arora: ମଲାଇକାଙ୍କୁ ବିବାହ ପ୍ରସ୍ତାବ ଦେଲେ ମିକା ସିଂ, କହିଲେ ‘ମୋଠାରୁ ଧନୀ ବର ମିଳିବନି’
ଆଗକୁ କଣ ଦର ବଢ଼ିବ?
ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ଡାଲିର ମୂଲ୍ୟ ବୃଦ୍ଧି ପାଇବ କି ନାହିଁ ତାହା ଫସଲ ଉତ୍ପାଦନ, ବୈଦେଶିକ ଯୋଗାଣ ଏବଂ ପାଣିପାଗ ଉପରେ ନିର୍ଭର କରେ। ତେବେ ସରକାରଙ୍କ ପାଖାପାଖି ୪.୫ ମିଲିୟନ୍ ଟନ୍ ଡାଲିର ମହଜୁଦ ରହିଛି, ଯାହା ବଜାରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରେ। ଯଦିଓ ଦର ବୃଦ୍ଧି ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନାହିଁ, ତଥାପି ଆମଦାନୀ ଓ ଖର୍ଚ୍ଚ ବୃଦ୍ଧି ପାଇବା କାରଣରୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ୍ ଉପରେ ଚାପ ପଡ଼ିବାର ଆଶଙ୍କା ରହିଛି |

1 hour ago
2


