Buddhist heritage Odisha ବୌଦ୍ଧ ଆଧ୍ୟାତ୍ମିକ ପର୍ଯ୍ୟଟନ ବିକାଶ, ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

1 month ago 10
ARTICLE AD BOX

ଭୁବନେଶ୍ୱର:  ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଆଜି (ବୁଧବାର) ରାଜ୍ୟ ସରକାର ଓ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। 

Boudh Culture MOU1

ଲୋକସେବା ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡ଼ା ଓ ଯୁବସେବା ଏବଂ ଉଚ୍ଚଶିକ୍ଷା  ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,  ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଜିରାଙ୍ଗ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାରର ସଭାପତି ହିଜ୍ ଏମିନେନ୍ସ ଗ୍ୟେତ୍ରୁଲ ଜିଗ୍ମେ ରିନପୋଛେଙ୍କ ସମ୍ମାନଜନକ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ବରିଷ୍ଠ ପଦାଧିକାରୀ, ବୌଦ୍ଧ ସନ୍ନ୍ୟାସୀ ସମ୍ପ୍ରଦାୟର ସଦସ୍ୟ ଏବଂ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।

Buddhist: ଲୁପ୍ତ ହେବାକୁ ବସିଛି ବୌଦ୍ଧ କୀର୍ତ୍ତିରାଜି

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି,  ଓଡ଼ିଶାର ବୌଦ୍ଧ ଐତିହ୍ୟ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ସାଂସ୍କୃତିକ ସମ୍ପଦ ଏବଂ ଏହାର ପର୍ଯ୍ୟଟନ ସମ୍ଭାବନାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ବୌଦ୍ଧ ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ଆନ୍ତର୍ଜାତୀୟ ଗନ୍ତବ୍ୟ ସ୍ଥଳ ଭାବେ ଗଢ଼ି ତୋଳିବାରେ ଏହି ସହଭାଗିଦାରୀ ସହାୟକ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Odisha : ‘ବୌଦ୍ଧ ସର୍କିଟ୍‌’ରେ ସାମିଲ ହେଉନି ଓଡ଼ିଶା

ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି,  ଓଡ଼ିଶାର ବୌଦ୍ଧ ପରମ୍ପରା ଇତିହାସ, ଦର୍ଶନ ଏବଂ ଜୀବନ୍ତ ସଂସ୍କୃତିର ଏକ ଅନନ୍ୟ ସମନ୍ୱୟ। ଏହି ଭାଗିଦାରୀ ଦ୍ବାରା ମୂଲ୍ୟବାନ ଐତିହ୍ୟର ସଂରକ୍ଷଣ ଓ ଆଗାମୀ ପିଢ଼ି ପାଇଁ ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତି ସହିତ ଗବେଷଣା, ସାଂସ୍କୃତିକ ଆଦାନପ୍ରଦାନ ଏବଂ ଜନସାଧାରଣଙ୍କ ଗଭୀର ସମ୍ପୃକ୍ତିକୁ ମଧ୍ୟ ପ୍ରୋତ୍ସାହିତ କରିବ। ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟକଙ୍କ ଉତ୍ତମ ଅନୁଭୂତି ଏବଂ ସ୍ଥାୟୀ ପର୍ଯ୍ୟଟନ ଉପରେ ବିଶେଷ ଗୁରୁତ୍ୱ ଦେଇ ରତ୍ନଗିରି-ଉଦୟଗିରି-ଲଳିତଗିରି-ଜିରାଙ୍ଗ ବୌଦ୍ଧ ସର୍କିଟ୍‌କୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ, ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ଗନ୍ତବ୍ୟ ସ୍ଥଳ ଭାବରେ ସମନ୍ୱିତ ବିକାଶ କରିବାକୁ ଏହା ସହାୟତା ପ୍ରଦାନ କରିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.