BSP: ଅଶୋକ ସିଦ୍ଧାର୍ଥଙ୍କୁ ବିଏସପିରୁ ବହିଷ୍କାର କଲେ ମାୟାବତୀ

1 hour ago 1
ARTICLE AD BOX

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ଦଳ ଭିତରେ ଏକ ବଡ଼ ଶୃଙ୍ଖଳାଗତ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଏସପି ଜାତୀୟ ସଂଯୋଜକ ଆକାଶ ଆନନ୍ଦଙ୍କ ଶ୍ୱଶୁର ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅଶୋକ ସିଦ୍ଧାର୍ଥଙ୍କୁ ସେ ଦଳରୁ ସ୍ଥାୟୀ ଭାବେ ବହିଷ୍କାର କରିଛନ୍ତି। ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ''ଏକ୍ସ'' ରେ ଏକ ପୋଷ୍ଟ କରି ମାୟାବତୀ ସ୍ପଷ୍ଟ କରିଛନ୍ତି ଯେ, କୌଣସି ପରିସ୍ଥିତିରେ ଅଶୋକ ସିଦ୍ଧାର୍ଥଙ୍କୁ ଆଉ ବିଏସପିକୁ ଫେରାଇ ନିଆଯିବ ନାହିଁ।

ଦଳୀୟ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ବହିଷ୍କାର

ମାୟାବତୀଙ୍କ ସୂଚନା ଅନୁଯାୟୀ, ଗତବର୍ଷ (୨୦୨୫) ମହାରାଷ୍ଟ୍ର ନିର୍ବାଚନ ସମୟରେ ଅନୁଶାସନହୀନତା ଓ ଟିକେଟ ବଣ୍ଟନ ନିୟମ ଉଲ୍ଲଂଘନ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିଲା। ପରେ ଦ୍ୱିତୀୟ ସୁଯୋଗ ଦେଇ କର୍ଣ୍ଣାଟକ, ଓଡ଼ିଶା ଓ ପଶ୍ଚିମବଙ୍ଗର ଦାୟିତ୍ୱ ଦିଆଯାଇଥିଲେ ବି ସେଠାରେ ମଧ୍ୟ ଅନୁଶାସନହୀନତାର ଅଭିଯୋଗ ଆସିଥିଲା। ଏହାସହ ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଦଳରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଗୁଜବ ପ୍ରସାରଣ କରାଯାଉଥିବାରୁ ଏହି କଠୋର ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ପଞ୍ଜାବ, ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀର ଦାୟିତ୍ୱରେ ଥିବା ରଣଧୀର ସିଂହ ବେନିୱାଲଙ୍କୁ ମଧ୍ୟ ଦଳୀୟ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ବହିଷ୍କାର କରାଯାଇଛି।

Landslide Death: ଶିବମୋଗାରେ ଭୂସ୍ଖଳନ: ଚାପି ହୋଇ ଗୋଟିଏ ପରିବାରର ୩ ବର୍ଷର ଶିଶୁଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ

ସାଂଗଠନିକ ପରିବର୍ତ୍ତନ କରି ରାଜ୍ୟସଭା ସାଂସଦ ରାମଜୀ ଗୌତମଙ୍କୁ ପଞ୍ଜାବର ନୂତନ ପ୍ରଭାରୀ ନିଯୁକ୍ତ କରାଯାଇଛି। ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଉତ୍ତର ପ୍ରଦେଶର ନେତାଙ୍କୁ ରାଜ୍ୟ ସଂଗଠନରେ କୌଣସି ପଦବୀ ଦିଆଯିବ ନାହିଁ ବୋଲି ଦଳ ନୀତିଗତ ନିଷ୍ପତ୍ତି ନେଇଥିବା ବେଳେ ଗୁଜବରୁ ଦୂରେଇ ରହିବାକୁ ମାୟାବତୀ କର୍ମୀ ଓ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.