BSF Recovers Maoist Dump: ସ୍ବାଭିମାନ ଅଞ୍ଚଳରୁ ବିଏସଏଫ ପକ୍ଷରୁ ମାଓ ଡମ୍ପ ଉଦ୍ଧାର

1 hour ago 1
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରୁ ଘନବେଡା ଠାରେ ରହିଥିବା ୧୭୭ ବିଏସଏଫ ବାଟାଲିୟନ ତରଫରୁ ମାଓ ଡମ୍ପ ଉଦ୍ଧାର କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ସ୍ବାଭିମାନ ଅଂଚଳରେ ରହିଥିବା ଘନବେଡା ବିଏସଏଫ କ୍ୟାମ୍ପର ଯବାନ ଏବଂ ଡିଭିଏଫ ଯବାନ ପକ୍ଷରୁ ଯଡାମ୍ବ ଥାନା ଅଂଚଳର ଅରାପଦର ଏବଂ ଘୁମସାପଦର ଜଂଗଲରେ ମାଓବାଦୀଙ୍କ ତରଫରୁ ଲୁଚାଇ ରଖାଯାଇଥିବା ଡମ୍ପକୁ ଉଦ୍ଧାର କରାଯାଇଥିଲା। 

ଏହି ମାଓ ଡମ୍ପରୁ ୩ କିଲୋ ଓଜନର ୩ଟି ଲ୍ୟାଣ୍ଡମାଇନ ଜବତ କରାଯାଇଥିବା ବେଳେ ଜିଲୋଟିନ ଷ୍ଟିକ ୩୨ଟି, ଡିଟୋନେଟର ୧୧ଟି, ବନ୍ଧୁକ ପାଉଡର ୫୦୦ ଗ୍ରାମ, କୋଡେକ୍ସ ତାର ୩ ମିଟର, ଛୋଟ ସୋଲାର ପେନଲ ଗୋଟିଏ, ରିଡିଓ ଗୋଟିଏ, ୨ଟି ଟର୍ଚ୍ଚ, ୧୨ଟି ବ୍ୟାଟେରି, ବିଦ୍ୟୁତ ତାର ୨୫ ମିଟର, ଜେଟ ପାଇପ ଗୋଟିଏ ସମେତ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି। 

ମାଓବାଦୀ ନୀରିହ ଜନସାଧାରଣ ଓ ପୁଲିସ ଉପରେ ଆକ୍ରମଣ ପାଇଁ ଏଠାରେ ଲୁଚାଇ ରଖିଥିବା କୁହାଯାଇଛି। ବିଏସଏଫ ଏବଂ ଡିଭିଏଫ ତରଫରୁ ଜିଲ୍ଲାର ସମସ୍ତ ମାଓ ପ୍ରବଣ ଅଂଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଉଛି।

Chitrakonda: ବୁଲାବୁଲି: ଚାଲ ଯିବା ଚିତ୍ରକୋଣ୍ଡା

Read Entire Article
LEFT SIDEBAR AD

Hidden in mobile, Best for skyscrapers.