ARTICLE AD BOX
ତାଳଚେର (ବିକାଶ ଚନ୍ଦ୍ର ସାହୁ): ତାଳଚେର ଅବକାରୀ ବିଭାଗ ପକ୍ଷରୁ କୋଲିୟାରି ଥାନା ଟେଣ୍ଟଲୋଇ ଅଞ୍ଚଳର ଜଣେ ମହିଳାଙ୍କ ଠାରୁ ୨୭ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଅବକାରୀ ଉପଅଧୀକ୍ଷକ ଧୀରେନ୍ କୁମାର ବେହେରାଙ୍କ ନେତୃତ୍ୱରେ ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁଙ୍କ ସହ ଏକ ଟିମ୍ ଚଢ଼ଉ କରି ୨୭ ଗ୍ରାମ ବ୍ରାଉନ୍ସୁଗାର ଓ ୪୦୨୦୦ ଟଙ୍କା ଜବତ କରିଛି। ଏହି ଘଟଣାରେ ଟେଣ୍ଟଲୋଇ ଗାଁର ପ୍ରୀତିମୟୀ ଦାସ (୪୨)କୁ ଗିରଫ କରାଯାଇଛି।
Sundargarh: ଅବକାରୀ ବିଭାଗର ଅଜବ କାର୍ଯ୍ୟାନୁଷ୍ଠାନ: ବାପାଙ୍କ ନାମରେ ଥିଲା ଅଭିଯୋଗ, ୨ ବର୍ଷର ପୁଅ ସହ ମାଙ୍କୁ ଅଟକ
ଜବତ ବ୍ରାଉନ୍ସୁଗାରର ଦାମ୍ ୨ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ। ଚଢ଼ଉରେ ଅବକାରୀ ଏଏସଆଇ ରଂଜିତ ପାତ୍ର, ସରୋଜ କୁମାର ସାହୁ, ପପୁନ କୁମାର ପ୍ରଧାନ ଏବଂ ଗୌରୀ ଓରାମ ସାମିଲ ଥିଲେ।

4 days ago
4


