Brown sugar: ଖେଳପଡ଼ିଆରୁ ୮.୧୨ ଗ୍ରାମ୍‌ ବ୍ରାଉନସୁଗାର ଜବତ, ୨ ଗିରଫ

1 hour ago 1
ARTICLE AD BOX

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): କୋଇଲା ଖଣି କ୍ଷେତ୍ର ହେମଗିର ଅଞ୍ଚଳରେ ବ୍ରାଉନସୁଗାରର ଚୋରା କାରବାର ଚାଲିଥିବା ଅଭିଯୋଗ ଥିଲା। ଗୁରୁବାର ପୁଲିସ ହାତରେ ଦୁଇ ବେପାରୀ ଧରା ପଡ଼ିଛନ୍ତି। ଏକ ବିଶ୍ୱସ୍ତ ସୂଚନା ଆଧାରରେ ୬ ତାରିଖ ସନ୍ଧ୍ୟାରେ ହେମଗିର ଥାନା ବଲିଙ୍ଗା ଫାଣ୍ଡି ପୁଲିସ ଡୁଡୁକା କଲେଜ ପଛପଟ ଗାଁ ଖେଳ ପଡ଼ିଆରେ ଚଢ଼ଉ କରି ଦୁଇ ବେପାରୀଙ୍କୁ କାବୁ କରିବା ସହ ସେମାନଙ୍କଠାରୁ ୮.୧୨ ଗ୍ରାମ୍‌ ବ୍ରାଉନସୁଗର ଜବତ କରିବାରେ ସକ୍ଷମ ହୋଇଛି। 

ଅଭିଯୁକ୍ତମାନେ ହେଲେ ଡୁଡୁକାର ଭବାନୀ ନାଏକ (୩୯) ଓ ଠିଠେଇଟାଙ୍ଗରର ମନୋଜ ଭୋଇ (୩୯)। ସେମାନଙ୍କଠାରୁ ନଗଦ ୧୦୫୧୦ ଟଙ୍କା, ୨ଟି ‌ମୋବାଇଲ୍‌ ଜବତ କରାଯାଇଛି। ଏ ନେଇ ହେମଗିର ଥାନାରେ ଏନଡିପିଏସ୍‌ ଆଇନର ଧାରା ୨୧(ବି)/୨୯ରେ ଏକ ମାମଲା ରୁଜୁ କରି ପୁଲିସ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Arrest: ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.