ARTICLE AD BOX
ଯାଜପୁରଟାଉନ: ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବ୍ରାଉନ୍ସୁଗାର ଜବତ କରାଯାଇଛି। ଜବତ ନିଶାସାମଗ୍ରୀର ଆନୁମାନିକ ବଜାରଦର ପ୍ରାୟ ୬ଲକ୍ଷ ଟଙ୍କା ହେବ। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
Brownsugar Seized ୮୨ ଗ୍ରାମର ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଗିରଫ
ବ୍ରାଉନ୍ସୁଗାର କାରବାର ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନାଧାରରେ ଅବକାରୀ ବିଭାଗର ଏକ ଟିମ୍ ଯାଜପୁର ସହରସ୍ଥ ପ୍ରାଶାସନିକ ଭବନ ପଡ଼ିଆରେ ଚଢ଼ାଉ କରିଥିଲା। ୨ ଜଣ ପେଶାଦାର ବେପାରୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୬୦ ଗ୍ରାମ ବ୍ରାଉନ୍ସୁଗାର ଜବତ କରାଯାଇଥିବା ବେଳେ ଏକ ବାଇକ୍ ମଧ୍ୟ ଜବତ ହୋଇଛି।
Brownsugar Seized: ୧୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ କୋର୍ଟ ଚାଲାଣ
ଗିରଫ ଦୁଇ ଅଭିଯୁକ୍ତ ହେଲେ ଭଦ୍ରକଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ଗ୍ରାମର ଜୀବନ କୁମାର ସେଠୀ ଓ ସନ୍ତୋଷ କୁମାର ବେହେରା । ଉଭୟଙ୍କ ବିରୋଧରେ ଏନ୍ଡିପିଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

1 hour ago
2


