ARTICLE AD BOX
ଜୟପୁର (ଦେବାଶିଷ ସାହୁ): ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନରେ ଜୟପୁର ଟାଉନ୍ ପୁଲିସ ଚଢ଼ାଉକରି ଜୟପୁର କେନାଲ ରୋଡ୍ ନିକଟରୁ ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୦୩.୨ ଗ୍ରାମ ବ୍ରାଉନ୍ସୁଗାର ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ କହିଛି। ଏଥିସହ ଏକ ଡିଜାୟର୍ କାର୍, ୨୦ ହଜାର ଟଙ୍କା ନଗଦ, ୮ଟି ମୋବାଇଲ୍ ଫୋନ୍, ଗୋଟିଏ ଭୁଜାଲି ଓ ଗୋଟିଏ ଛୁରି ଜବତ ହୋଇଛି।
/filters:format(webp)/sambad/media/media_files/2026/10/04/brownsugar-case-jaypore1-2026-10-04-21-59-55.jpeg)
ରବିବାର ଜୟପୁର ଟାଉନ୍ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଅର୍ଚ୍ଚିତା ମିତ୍ତଲ ଚଢ଼ାଉସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶନିବାର ବିଳମ୍ବିତ ରାତିରେ ଟାଉନ୍ ଥାନାର ଏକ ଟିମ୍ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ କେନାଲ ରୋଡ୍ ନିକଟରେ ବ୍ରାଉନ୍ସୁଗାର କାରବାର ହେଉଥିବା ନେଇ ସୂଚନା ପାଇଥିଲା। ପୁଲିସ ଟିମ୍ ସେଠାରେ ପହଞ୍ଚି ଛପି ରହିଥିଲା। ପ୍ରଥମେ ୨ ଜଣ ସ୍ଥାନୀୟ ଯୁବକ ସେଠାରେ ଥିବା ବେଳେ କିଛି ସମୟ ପରେ ଏକ ଧଳା ରଙ୍ଗର ମାରୁତି ସୁଜୁକି ଡିଜାୟର୍ କାର୍ ଆସି ପହଞ୍ଚିଥିଲା। କାର୍ରେ ଥିବା ବ୍ୟକ୍ତିଙ୍କୁ ମିଶାଇ ଘଟଣାସ୍ଥଳରେ ମୋଟ ୭ ଜଣ ଥିଲେ। ପୁଲିସ ଅତର୍କିତ ଚଢ଼ଉ କରି ୬ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା।
Brown Sugar Seizure ୩ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଗାଡ଼ି ଯାଞ୍ଚ ସମୟରେ କାର୍ ଭିତରୁ ୩୭୦୦ଟି ଛୋଟ ବ୍ରାଉନ୍ସୁଗାର ପୁଡ଼ିଆ ଏବଂ ପ୍ରତ୍ୟେକରେ ପ୍ରାୟ ୧୦ ଗ୍ରାମ ଲେଖାଏଁ ଥିବା ୧୧ଟି ପ୍ୟାକେଟ୍ ଜବତ ହୋଇଥିଲା। ସମସ୍ତ ନିଶାଦ୍ରବ୍ୟର ମୋଟ ଓଜନ ୪୦୩.୨ ଗ୍ରାମ ବୋଲି ପୁଲିସ କହିଛି। ଏଥିସହ ସ୍ଥାନୀୟ ରିସିଭର୍ଙ୍କ ନିକଟରୁ ୧୦୦ଟି ପୁଡ଼ିଆ ଏବଂ କାର୍ରେ ଆସିଥିବା ବ୍ୟକ୍ତିଙ୍କଠାରୁ ପ୍ରାୟ ୧୧୦ ଗ୍ରାମ ବ୍ରାଉନ୍ସୁଗାର ମଧ୍ୟ ଜବତ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜବତ ବ୍ରାଉନ୍ସୁଗାର ଖୋର୍ଦ୍ଧା ଓ ନୟାଗଡ଼ ଅଞ୍ଚଳରୁ ଜୟପୁରକୁ ଆସିଥିଲା। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୩ ଜଣ, ନୟାଗଡ଼ର ଜଣେ ଓ କୋରାପୁଟ ଜିଲ୍ଲାର ୨ ଜଣ ରହିଛନ୍ତି। ତେଣୁ ଏହା ଏକ ଆନ୍ତଃଜିଲ୍ଲା ନିଶା କାରବାର ନେଟ୍ୱର୍କ ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହେଉଛି।
eypore-Koraput route: ରେଳଧାରଣା ଧୋଇଗଲା: ଜୟପୁର-କୋରାପୁଟ ରୁଟ୍ରେ ରେଳ ଚଳାଚଳ ବନ୍ଦ
ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ଗୋପବନ୍ଧୁନଗରର ରାମ ଛତ୍ରିଆ(୩୫), ଖୋର୍ଦ୍ଧା ବେଗୁନିଆ ଥାନା ଛତ୍ରପଡ଼ାର ପ୍ରକାଶ କୁମାର ଛୁଆଳସିଂହ (୫୨), ବୋଲଗଡ଼ ଥାନା କେନ୍ଦୁପଲ୍ଲୀର ଶେଖ୍ ଅଲ୍ଲୀ (୨୬), କୋରାପୁଟ ଟାଉନ୍ ଥାନା ମିଶନ କମ୍ପାଉଣ୍ଡର ଆଲୋକ ଚେଟ୍ଟି(୨୯), ଖୋର୍ଦ୍ଧା ବେଗୁନିଆ ଥାନା ଗୋଡ଼ତରାର ସତ୍ୟପ୍ରିୟ ପଟ୍ଟନାୟକ(୪୯) ଏବଂ ନୟାଗଡ଼ ଟାଉନ୍ ଥାନା ଅଞ୍ଚଳର ସରୋଜିନୀ ବରାଡ଼(୩୬)।ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକଙ୍କ ନାମରେ ପୂର୍ବରୁ ଏନ୍ଡିପିଏସ୍ ଆଇନ ସମେତ ହତ୍ୟା, ଡକାୟତି ଓ ଚୋରି ଭଳି ବିଭିନ୍ନ ଗୁରୁତର ଅପରାଧିକ ମାମଲା ଥିବା ପୁଲିସ କହିଛି। ଜବତ ମାରଣାସ୍ତ୍ର କେଉଁ ଉଦ୍ଦେଶ୍ୟରେ ନିଆଯାଇଥିଲା ଏବଂ ଏହାର ନିଶା କାରବାର ସହ କି ସମ୍ପର୍କ ରହିଛି, ସେନେଇ ମଧ୍ୟ ତଦନ୍ତ ଚାଲିଛି।
Police Operation ବ୍ରାଉନ୍ସୁଗାର ବେପାରୀଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ, ଘଟଣା ପଛରେ ପୁଲିସ!
ଜବତ ବ୍ରାଉନ୍ସୁଗାର ବାଣିଜ୍ୟିକ ପରିମାଣଠାରୁ ଅଧିକ ହୋଇଥିବାରୁ ଜୟପୁର ଟାଉନ୍ ଥାନାରେ ଏନ୍ଡିପିଏସ୍ ଆଇନର ଧାରା ୨୧(ସି)/୨୯ ଅନୁଯାୟୀ କେସ୍ ନଂ ୩୭୮/୨୬ ରୁଜୁ ହୋଇଛି। ଘଟଣାର ତଦନ୍ତ ଦାୟିତ୍ୱ ଏସ୍ଆଇ ସିଦ୍ଧାନ୍ତ ବେହେରାଙ୍କୁ ଦିଆଯାଇଛି। ଗିରଫ ୬ ଅଭିଯୁକ୍ତଙ୍କୁ ଜୟପୁର ସ୍ୱତନ୍ତ୍ର ତଥା ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର କରାଯାଇଛି।
ଆୟୋଜିତ ସାମ୍ୟବାଦି ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଏବଂ ଉକ୍ତ ଘଟଣାର ତଦନ୍ତ ଅଧିକାରୀ ଏସ୍ଆଇ ସିଦ୍ଧାନ୍ତ ବେହେରା ଉପସ୍ଥିତ ଥିଲେ।

1 hour ago
2


