Brown Sugar Seized ଜଗତସିଂହପୁରରେ ୪.୯୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

55 minutes ago 2
ARTICLE AD BOX

ଜଗତସିଂହପୁର ସଦର: ଗୁଇନ୍ଦା ସୂତ୍ରରୁ ଖବର ପାଇ ଜଗତସିଂହପୁରଜିଲା ଅବକାରୀ ସ୍କାର୍ଡ ବିଭାଗ ପକ୍ଷରୁ ଚଢ଼ାଉକରାଯାଇ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। 

Brownsugar seized ଖୋର୍ଦ୍ଧା-ଟାଙ୍ଗୀ ଅଞ୍ଚଳରୁ ୫୦୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଜିଲା ଅବକାରୀ ସ୍କାର୍ଡ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସୂଚନା ଅନୁସାରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଗାଲୁପଡା ଗ୍ରାମର ଲିପକ ଦାସ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ନେଇ ସୂଚନା ମିଳିଥିଲା। ପୂର୍ବ ପ୍ରସ୍ତୁତି ଅନୁସାରେ ଅବକାରୀ ଟିମ୍‌ ସୋମନାଥ ହାଟ ରାସ୍ତାରେ ଚଢ଼ାଉ କରି ଲିପକ ନିକଟରୁ ୪୯ଗ୍ରାମ ବ୍ରାଉନ୍‌ସୁଗାର  ଜବତ ସହ ଲିପକ କୁ ଗିରଫ କରାଯାଇଛି। ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୪ଲକ୍ଷ୯୦ ହଜାର ଟଙ୍କା ହେବ। 

Brownsugar: ୫୨ ଗ୍ରାମ ବ୍ରାଉନସୁଗାର ସହ ୬ଟି ଗାଡ଼ି-ନଗଦ ଟଙ୍କା ଜବତ, ୨ ଗିରଫ

ଏହି ଚଢଉରେ ସବଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସ୍‌ଆଇ କ୍ଷୀରୋଦ ସାହୁ, କନେଷ୍ଟବଳ ସୁକାନ୍ତ ମାଝି, ବିଶ୍ୱରଂଜନ ସ୍ୱାଇଁ, ଶୁଭଶ୍ରୀ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ । ବ୍ରାଉନସୁଗାର ବେପାରୀ ଲିପକ କୁମାର ଦାସକୁ କୋର୍ଟ ଗଲଣ କରାଯାଇଥିବା ଇନ୍ସପେକ୍ଟର ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.