Bronze again for Indian women: ଭାରତୀୟ ମହିଳାଙ୍କୁ ପୁଣି କାଂସ୍ୟ, ପୁରୁଷ ସପ୍ତମ: ଏସୀୟ ରଗ୍‌ବିରେ ହଂକଂ ଚୀନକୁ ଦ୍ବିମୁକୁଟ

1 hour ago 1
ARTICLE AD BOX

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏସୀୟ ରଗ୍‌ବି ସେଭେନ୍ସ (୨୦ ବର୍ଷରୁ କମ୍‌) ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଭାରତୀୟ ମହିଳା ନିଜ କାଂସ୍ୟ ପଦକ ସଫଳତାକୁ ଦୋହରାଇଥିବାବେଳେ ପୁରୁଷ ଦଳ ପୋଡିୟମ୍‌ ପର୍ଯ୍ୟନ୍ତ ପହଞ୍ଚି ନପାରି ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ତେବେ ହଟ୍‌ ଫେଭରିଟ୍‌ ହଂ କଂ ଚୀନ ଉଭୟ ପୁରୁଷ ଓ ମହିଳା ବିଭାଗରେ ଟ୍ରଫି ଜିିତିବା ସହ ଦ୍ବିମୁକୁଟ ଅର୍ଜନ କରିଛି। ହଂ କଂ ଚୀନ ଦଳ ଉଭୟ ଫାଇନାଲ୍‌ରେ ମାଲେସିଆକୁ ଭେଟିଥିଲା। ପୁରୁଷ ଦଳ ୩୪-୭ରେ ଏବଂ ମହିଳା ଦଳ ୪୩-୭ରେ ଏକତରଫା ଭାବେ ବିଜୟୀ ହୋଇଥିଲା।

Sabarmati Express Fire: ସାବରମତୀ ଏକ୍ସପ୍ରେସ୍‌ ଅଗ୍ନିକାଣ୍ଡ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ଥିଲା: ପୂର୍ବତନ ସିବିଆଇ ମୁଖ୍ୟ

ରବିବାର ସକାଳେ ଭାରତୀୟ ପୁରୁଷ ଦଳ ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେଠାରୁ ୫-୧୨ରେ ହାରିଯିବା ଫଳରେ ଆଗକୁ ବଢ଼ିପାରି ନଥିଲା। କ୍ଲାସିଫିକେସନ୍‌ ମ୍ୟାଚ୍‌ରେ ୫-୨୯ରେ ସିଙ୍ଗାପୁରଠାରୁ ହାରିଯିବା ପରେ ଥାଇଲାଣ୍ଡ୍‌କୁ ୨୪-୭ରେ ହରାଇ ସପ୍ତମ ସ୍ଥାନ ପାଇଥିଲା। ସକାଳେ ମହିଳା ଦଳ ମଧ୍ୟ ସେମିଫାଇନାଲ୍‌ରେ ମାଲେସିଆଠାରୁ ୧୨-୧୪ରେ ହାରିଯାଇଥିଲା। କିନ୍ତୁ ଶ୍ରୀଲଙ୍କା ବିପକ୍ଷ ମୁକାବିଲାକୁ ୨୭-୦ରେ ଜିତି କାଂସ୍ୟ ପଦକ ହାସଲ କରିଥିଲା। ଗତଥର ଅର୍ଥାତ୍ ୨୦୨୫ରେ ମଧ୍ୟ ଭାରତୀୟ ମହିଳା ଦଳ କାଂସ୍ୟ ପଦକ ହାସଲ କରିଥିଲା।

Sonam Wangchuk: ସୋନମ ୱାଙ୍ଗଚୁକ୍‌ ୬୦ ଦିନ ପାଇଁ ଗୃହବନ୍ଦୀ, ଶୀତଦିନେ ଲଦାଖ ପରିଷଦ ନିର୍ବାଚନକୁ ବିରୋଧ କରିବାରୁ ପ୍ରଶାସନର କଟକଣା

ସଂଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରଗ୍‌ବି ଇଣ୍ଡିଆ ସଭାପତି ରାହୁଲ ବୋଷ, ସମ୍ପାଦକ ଜି ପ୍ରଭୁ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ନିର୍ଦ୍ଦେଶକ ଡ. ୟେଦୁଲା ବିଜୟ, ଓଡ଼ିଶା ରଗ୍‌ବି ଫୁଟବଲ୍‌ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.