Britain: ବ୍ରିଟେନରେ ଭାରତୀୟ ମହିଳାଙ୍କୁ ଛୁରି ଭୁସି ହତ୍ୟା

7 hours ago 1
ARTICLE AD BOX

ଲଣ୍ଡନ: ବ୍ରିଟେନରେ ବସବାସ କରୁଥିବା ୨୪ ବର୍ଷୀୟା ଭାରତୀୟ ମହିଳା କିରଣଦୀପ କୌରଙ୍କୁ ତାଙ୍କ ଘରେ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣା ପରେ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମୃତ ମହିଳାଙ୍କ ପରିବାର ଏହାକୁ ଘୃଣାହିଂସା କହି ନିଷ୍ପକ୍ଷ ତଦନ୍ତ ଦାବି କରିଛନ୍ତି। ବ୍ରିଟିସ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢନ୍ତୁ:Rath Yatra In Gajapati: ଲକ୍ଷାଧିକ ଭକ୍ତଙ୍କ ସମାଗମ; ମହିଳାଙ୍କ ହାତରେ ଟଣାହେଲା ଦର୍ପଦଳନ

ସୂଚନା ଅନୁସାରେ, କିରଣଦୀପ କୌର ବ୍ରିଟେନରେ ନିଜ ସ୍ୱାମୀ ଓ ଛୋଟ ପିଲାଙ୍କ ସହ ରହୁଥିଲେ। ତାଙ୍କ ଘର ଭିତରେ ତାଙ୍କୁ ଛୁରିରେ ଏକାଧିକ ଥର ଆକ୍ରମଣ କରାଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରାଉଚରା କରାଯାଉଛି। ତେବେ ହତ୍ୟା ପଛର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ମତ ପ୍ରକାଶ କରିନାହିଁ। ମୃତ ମହିଳାଙ୍କ ପରିବାରର ଅଭିଯୋଗ ହେଉଛି, ଏହା ସାଧାରଣ ହତ୍ୟାକାଣ୍ଡ ନୁହେଁ, ବରଂ ଘୃଣାଜନିତ ଅପରାଧ।

ଆହୁରି ପଢନ୍ତୁ:Rath Yatra: ଜରଡ଼ାରେ ରଥଯାତ୍ରା, ୫୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ

 ପରିବାର ପକ୍ଷରୁ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସ୍ଥାନୀୟ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ଘଟଣାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ ପୀଡ଼ିତ ପରିବାରକୁ ନ୍ୟାୟ ଦେବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ପୁଲିସ କହିଛି, ଫରେନସିକ ବିଶେଷଜ୍ଞଙ୍କ ସହାୟତାରେ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଇଛି। ସାକ୍ଷୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି। ତଦନ୍ତ ଶେଷ ହେବା ପରେ ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.