Boxing Medals: ଭାରତୀୟ ମୁଷ୍ଟିଯୋଦ୍ଧାଙ୍କୁ ଆୟରଙ୍କ ପ୍ରଶଂସା

1 week ago 5
ARTICLE AD BOX

ନୂଆଦିଲ୍ଲୀ: ଗ୍ଲାସଗୋରେ ସଦ୍ୟ ସମାପ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଆଥଲେଟମାନଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଭାରତର ଟ୍ବେଣ୍ଟି-୨୦ ଅଧିନାୟକ ଶ୍ରେୟସ ଆୟର ସେମାନଙ୍କୁ ପ୍ରଶଂସା କରିଛନ୍ତି। ବିଶେଷ କରି ମୁଷ୍ଟିଯୋଦ୍ଧାମାନଙ୍କ ଐତିହାସିକ ଏବଂ ରେକର୍ଡ-ଭଙ୍ଗକାରୀ ଅଭିଯାନ ପାଇଁ ସେ ସେମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି।

ଦେଶକୁ ଗୌରବାନ୍ୱିତ କରିଛନ୍ତି ଖେଳାଳୀ

ଆୟର ‘ଏକ୍ସ’ ରେ ପୋଷ୍ଟ କରି ଲେଖିଛନ୍ତି,“ଭାରତୀୟ ଦଳ ପାଇଁ କି ଅସାଧାରଣ ରାଜ୍ୟଗୋଷ୍ଠୀ କ୍ରୀଡ଼ା! ଆମର ବକ୍ସରମାନେ ଗ୍ଲାସଗୋରେ ଆଧିପତ୍ୟ ବିସ୍ତାର କରି ବିପୁଳ ସ୍ୱର୍ଣ୍ଣ ପଦକ ହାସଲ ସହ ଦେଶକୁ ଗୌରବାନ୍ୱିତ କରିଛନ୍ତି। ଦେଶକୁ ପ୍ରେରଣା ଯୋଗାଇଥିବା ଆମର ସମସ୍ତ ଚାମ୍ପିଅନ ଏବଂ ପାରା-ଖେଳାଳିମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ଏହା ଭାରତୀୟ ଖେଳକୁଦର ଶ୍ରେଷ୍ଠ ରୂପ। ତ୍ରିରଙ୍ଗା ପିନ୍ଧିଥିବା ପ୍ରତ୍ୟେକ ଆଥଲେଟଙ୍କ ପାଇଁ ଗର୍ବିତ’’।

Auqib Nabi: ଟେଷ୍ଟ ପଦାର୍ପଣ କରିବେ ନବି

ସୂଚନାଯୋଗ୍ୟ ଯେ ଭାରତର ମୁଷ୍ଟିଯୋଦ୍ଧାମାନେ ରାଜ୍ୟଗୋଷ୍ଠୀରେ ଦେଶ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଅଭୂତପୂର୍ବ ୭ଟି ସ୍ୱର୍ଣ୍ଣ ଏବଂ ୩ଟି ରୌପ୍ୟ ପଦକ ହାସଲ କରି ମୁଷ୍ଟିଯୁଦ୍ଧ ପଦକ ତାଲିକାର ଶୀର୍ଷରେ ରହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.