Bofors Case: ବୋଫର୍ସ କେସ୍‌ରେ ବଡ଼ ମୋଡ଼! ହିନ୍ଦୁଜା ଭ୍ରାତାଙ୍କ ବିରୋଧରେ ଆବେଦନ ଖାରଜ

1 hour ago 2
ARTICLE AD BOX

ନୂଆଦିଲ୍ଲୀ : ପ୍ରାୟ ଚାରି ଦଶନ୍ଧି ଧରି ଚର୍ଚ୍ଚାରେ ରହିଥିବା ବୋଫର୍ସ ତୋପ କିଣା ମାମଲାରେ ସୁପ୍ରିମ୍‌କୋର୍ଟ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ଏହାର ଆଇନଗତ ଅଧ୍ୟାୟର ପରିସମାପ୍ତି ଘଟାଇଛନ୍ତି । ହିନ୍ଦୁଜା ଭ୍ରାତାମାନଙ୍କୁ ଦୋଷମୁକ୍ତ କରିଥିବା ଦିଲ୍ଲୀ ହାଇକୋର୍ଟଙ୍କ ୨୦୦୫ ମସିହାର ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । ଏହା ସହ ବହୁଚର୍ଚ୍ଚିତ ଏହି ମାମଲାର ଆଇନଗତ ପ୍ରକ୍ରିୟାର ଶେଷ ହୋଇଥିବା ସ୍ପଷ୍ଟ ହୋଇଛି ।

ବିଚାରପତି ଜେବି ପାର୍ଦ୍ଦିୱାଲା ଓ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଆବେଦନକାରୀ ଓକିଲ ଅଜୟ କୁମାର ଅଗ୍ରୱାଲ ଯୁକ୍ତି ଉପସ୍ଥାପନ କରିଥିଲେ । ଆବେଦନରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବାକୁ ଦାବି କରାଯାଇଥିଲା । କିନ୍ତୁ ସୁପ୍ରିମ୍‌କୋର୍ଟ କହିଛନ୍ତି, ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବା ପାଇଁ କୌଣସି ଯଥେଷ୍ଟ ଆଇନଗତ କାରଣ ନାହିଁ ।

Foreign Currency : ବିଦେଶୀ ମୁଦ୍ରା ଭଣ୍ଡାର ୧୦.୫ ବିଲିଅନ ଡଲାର ବଢ଼ିଲା

୧୯୮୬ରେ ସ୍ୱିଡେନ୍‌ର ଏବି ବୋଫର୍ସ କମ୍ପାନିଠାରୁ ୧୫୫ ମିମି ୪୦୦ ହାୱିଜର୍‌ ତୋପ କ୍ରୟକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା । ଏଥିପାଇଁ ୧,୪୩୭ କୋଟି ଟଙ୍କାର ଚୁକ୍ତି ହୋଇଥିବା ବେଳେ ଏଥିରେ ପ୍ରାୟ ୬୪ କୋଟି ଟଙ୍କାର କମିସନ୍‌ କାରବାର ହୋଇଥିବା ଅଭିଯୋଗ ଉଠିଥିଲା । ଏହା ୧୯୮୦ ଦଶକର ସବୁଠାରୁ ବଡ଼ ରାଜନୈତିକ ଦୁର୍ନୀତି ଭାବେ ଗଣା ହେଉଥିଲା । ସେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ । ୧୯୯୯ରେ ସିବିଆଇ ଶ୍ରୀଚନ୍ଦ, ଗୋପୀଚନ୍ଦ ଓ ପ୍ରକାଶ ହିନ୍ଦୁଜାଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ କରିଥିଲା । ପରେ ୨୦୦୫ରେ ଦିଲ୍ଲୀ ହାଇକୋର୍ଟ ପ୍ରମାଣର ଅଭାବ ଦର୍ଶାଇ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଥିବା ଆପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଦେଇଥିଲେ ।

ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ କହିଥିଲେ, ଦୀର୍ଘ ବର୍ଷ ପରେ ଏହି ମାମଲାକୁ ପୁଣି ଥରେ ଖୋଲିବାର କୌଣସି ଯୁକ୍ତିସଙ୍ଗତ ଆଧାର ନାହିଁ । ବିଶେଷକରି, ଦିଲ୍ଲୀ ହାଇକୋର୍ଟଙ୍କ ୨୦୦୫ ରାୟ ବିରୋଧରେ ସିବିଆଇ ମଧ୍ୟ ସେତେବେଳେ ଯଥାସମୟରେ ଅପିଲ କରିବାରେ ବିଫଳ ହୋଇଥିଲା । ତେଣୁ ଏହି ପର୍ଯ୍ୟାୟରେ ମାମଲାକୁ ପୁନର୍ଜୀବିତ କରିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ ମତ ପ୍ରକାଶ କରିଥିଲେ । ଏହି ରାୟ ସହ ବୋଫର୍ସ ମାମଲାରେ ହିନ୍ଦୁଜା ଭ୍ରାତାମାନଙ୍କୁ ଦୋଷମୁକ୍ତ କରିଥିବା ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବଳବତ୍ତର ରହିଛି ଏବଂ ଦେଶର ଅନ୍ୟତମ ବହୁଚର୍ଚ୍ଚିତ ରାଜନୈତିକ-ଆଇନଗତ ବିବାଦର ଅନ୍ତ ଘଟିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.