ARTICLE AD BOX
ସମ୍ବଲପୁର: ଜୁଲାଇ ୧୧ ତାରିଖ ରାତିରେ ସମ୍ବଲପୁର ଚାଉଁରପୁର ବ୍ରିଜ୍ରୁ ମହାନଦୀକୁ ଡେଇଁ ପଡ଼ିଥିଲେ ନାବାଳିକା ଅଞ୍ଜଳି ବାରିକ (୧୪)। ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ୬ ଦିନ ପରେ ଆଜି (ଗୁରୁବାର) ତାଙ୍କର ମୃତଦେହ ଉଦ୍ଧାର ହୋଇଛି।
Deadbody: ଗାଁ ପାଖ ଜଙ୍ଗଲ ପାର୍ଶ୍ୱରୁ ସନ୍ଦେହଜନକ ଅବସ୍ଥାରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଆଜି ଅପରାହ୍ଣ ୪ଟା ସମୟରେ, ମାଛଧରୁଥିବା କେତେକ ସ୍ଥାନୀୟ ଲୋକ ଧମା ଥାନା ଗୋଲାବନ୍ଧ ନିକଟ ମହାନଦୀ ପଠାରୁ ପ୍ରାୟ ୧୫ ଫୁଟ ଦୂରରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ମାନେଶ୍ବର ଅଗ୍ନିଶମ କର୍ମଚାରୀ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଥିଲେ। ଶବକୁ ଚିହ୍ନଟ କରାଯାଇ ପରିବାର ସଦସ୍ୟଙ୍କୁ ସୂଚିତ କରାଯାଇଥିଲା। ଶୁକ୍ରବାର ବ୍ୟବଚ୍ଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯିବ।
ମୃତ ଅଞ୍ଜଳିଙ୍କ ବାପା ସୁନା ବାରିକ ଏ ନେଇ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ, ତାଙ୍କ ଅଭିଯୋଗ ଅନୁସାରେ, ବିଗତ କିଛି ମାସ ଧରି ତାଙ୍କ ଝିଅ ଅଞ୍ଜଳି ମାୟାବଗିଚାର ଜଣେ ନାବାଳକ ସହିତ ସଂପର୍କରେ ଥିଲେ। ତା’ କଥାରେ ପଡ଼ି ଅଞ୍ଜଳି ପରିବାର ଲୋକଙ୍କ ସହ ଝଗଡ଼ା କରୁଥିଲେ ଓ ଅନେକ ସମୟରେ ଚିନ୍ତିତ ରହୁଥିଲେ। ଗତ ଶନିବାର ରାତିରେ ମା’ଙ୍କ ଅଜାଣତରେ ଅଞ୍ଜଳି ଘରୁ ଚାଲିଯାଇଥିଲେ। ଉକ୍ତ ନାବାଳକର ପ୍ରରୋଚନାରେ ଚାଉଁରପୁର ବ୍ରିଜ୍ରୁ ସେ ମହାନଦୀକୁ ଡେଇଁଥିବା ଅଞ୍ଜଳିଙ୍କ ବାପା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।
Judgement: ଏସିଡ ପକାଇବା ଧମକ ଦେଇ ଦୁଇ ନାବାଳିକାଙ୍କ ସହିତ ଦୁଷ୍କର୍ମ
ସେପଟେ ଟାଉନ ଥାନା ପୁଲିସ ଗତ ଶନିବାର ଘଟଣାସ୍ଥଳରୁ ନାବାଳକକୁ ଅଟକ ରଖିବା ସହିତ ରାଉରକେଲା ବାଳସୁଧାର ଗୃହକୁ ପଠାଇଥିଲା। ଘଟଣାସ୍ଥଳରୁ ନାବାଳକର ଏକ ସ୍କୁଟି (ଓଡି୧୫ଏଏଫ୍-୪୭୨୯) ଜବତ ହୋଇଥିବା ପୁଲିସ ସୂଚନା ଦେଇଛି। ଏ ସଂପର୍କରେ ସମ୍ବଲପୁର ଟାଉନ ଥାନା ପୁଲିସ ୨୩୬/୨୬ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

9 hours ago
2


