ARTICLE AD BOX
ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅଧିନସ୍ଥ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗମ୍ଭାରୀଗୁଡ଼ା ଠାରେ ମା ସରସ୍ବତୀ କଳାକୁଞ୍ଜ, ଗମ୍ଭାରୀଗୁଡ଼ାର ଯୁବ ବନ୍ଧୁମାନେ ରକ୍ତ ଦେଇ ବନ୍ଧୁତା ଦିବସ ପାଳନ କରିଛନ୍ତି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଗମ୍ଭାରୀଗୁଡ଼ା ସରପଞ୍ଚ ମଥୁରା ପୂଜାରୀ, ସମ୍ମାନିତ ଅତିଥି ବରିଷ୍ଠ କଳାକାର ଘେନୁ ସାହୁ, ମୋତିଲାଲ ସାହୁ, ବରିଷ୍ଠ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ, ସାହିତ୍ୟ ଘର ସମ୍ପାଦକ ଡ ସନ୍ତୋଷ ଖମାରୀ, ସରସ୍ବତୀ କଳାକୁଞ୍ଜ ସଭାପତି ତଥା ବରିଷ୍ଠ କଳାକାର ତୁଷାର ରଞ୍ଜନ ସାହୁ, ଝରିଆ ତେଲି ସମାଜ ସଭାପତି ଦିବାଚନ ସାହୁ, ଶିକ୍ଷକ ସଂଘ ସଭାପତି ପଦୁ ଲୋଚନ ସାହୁ, ବିପିଏମ ମାନସ ରଥ, ଯଶୋବନ୍ତ ଗୋୟଲ, ହେମନ୍ତ ସାହୁ ଠାକୁର ବୋଡ଼କିଆ , କୃତ୍ତିବାସ ସାହୁ, ଗୁପ୍ତେଶ୍ୱର ସାହୁ, ଚରଣ ନାୟକ ଉଦଘାଟନ କରିଥିଲେ।
/filters:format(webp)/sambad/media/media_files/2026/08/02/whatsapp-image-2026-08-02-21-08-08.jpeg)
ଏହି ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିରକୁ ଶିକ୍ଷକ ସୌରୀ ରଞ୍ଜନ ସାହୁ, ନିୟମିତ ରକ୍ତଦାତା ଗୌତମ କଚିମ, ଓକିଲ ହୁମେଶ୍ୱର ହଂସ, ଘନଶ୍ୟାମ ସାହୁ, ଜ୍ଞାନ ରଞ୍ଜନ ସୁନାନୀ, ଝୁନୁବାଳା ସାହୁ, ପିତାମ୍ବର ସାହୁ, ଫକୀର ମୋହନ ସାହୁ, ରତ୍ନାକର ସାହୁ ସହଯୋଗ କରିଥିବା ବେଳେ ଦୈନିକ ‘ସମ୍ବାଦ’ ପ୍ରତିନିଧି ମହମ୍ମଦ ହୁସେନ ପରିଚାଳନା କରିଥିଲେ।
/filters:format(webp)/sambad/media/media_files/2026/08/02/whatsapp-image-2026-08-02-21-08-25.jpeg)
ରକ୍ତଦାତାଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା। ସୀମାନ୍ତ ଛତିଶଗଡ଼ ଦୁଇ ଜଣ ରକ୍ତଦାତା ଆସି ରକ୍ତଦାନ କରିଥିବା ବେଳେ ସାହିତ୍ୟଘର ସମ୍ପାଦକ ସନ୍ତୋଷ ଖମାରୀ ନିଜ ଜୀବନର ୪୪ତମ ରକ୍ତ ଦାନ କରିଥିବାରୁ ତାଙ୍କୁ ସରସ୍ବତୀ କଳାକୁଞ୍ଜ ତରଫରୁ ସମ୍ବର୍ଦ୍ଧିତ କରିଥିଲେ। ଉମରକୋଟ ରକ୍ତ ଭଣ୍ଡାରରୁ ରାମେଶ୍ୱର ଭତ୍ରା, ରାହୁଲ ବାରୋଇ, କୈଳାସ ହରିଜନ, ସିଏଚଓ ନାରାୟଣ ବାଘ, ପୁରୁଷୋତ୍ତମ ସୁନା, ମନମୋହନ ଜଗତ ରକ୍ତ ସଂଗ୍ରହ କରିଥିଲେ।
Blood Donation: କେବେ କରିବେ ରକ୍ତଦାନ? ଜାଣନ୍ତୁ ସଠିକ୍ ନିୟମ
ରକ୍ତଦାତା ଜୀବନ ଦାତା
ଦିବାଚନ ସାହୁ, ରୋହିତ କୁମାର ମାଝୀ, ନିମିଚରଣ ମରକାମ, ମନୁଲାଲ ମାଝୀ, ବୈବସୁତ ସାହୁ, ସନ୍ତୋଷ ମାଝୀ, ବସନ୍ତ ମାଝୀ, ଗଣେଶ ମାଝୀ, ସୁଦର୍ଶନ ମାଝୀ, ବୈକୁଣ୍ଠ ସାହୁ, କୁବେର ସାହୁ, ଶଙ୍କର ମାଝୀ, ଉମାଶଙ୍କର ସାହୁ, ରତ୍ନାକର ସାହୁ, ରୂପେଶ କୁମାର ସୁନାନୀ, ନୀତିଶ କୁମାର ସାହୁ, ହିତେନ୍ଦ୍ର ସାହୁ, ଯଶୋବନ୍ତ ଗୋୟଲ, ଗୋପୀନାଥ ସାହୁ ଅନିଲ କୁମାର ସାହୁ, ଗଗନ ବିହାରୀ ସାହୁ, କୃତିବାସ ସାହୁ, ଦେବିସିଂ ନାୟକ, ଅନ୍ତର୍ଯ୍ୟାମୀ ବାଘ, ଝସକେତନ ସାହୁ, ଝୁମୁକଲାଲ ସାହୁ, ହରେକୃଷ୍ଣ ସାହୁ, ପୁପିନ୍ଦ୍ର ସାହୁ, ସୌରୀ ରଞ୍ଜନ ସାହୁ, ପ୍ରଦୀପ କୁମାର ସାହୁ, ରାକେଶ ସାହୁ, ହିମାଂଶୁ ଶେଖର ସାହୁ, ହରେକୃଷ୍ଣ ସାହୁ(ଶିକ୍ଷକ), ଗଜପତି ନାୟକ, କିରଣ କୁମାର ସୋରି, ମହମ୍ମଦ ହୁସେନ, ବବ୍ରୁ ବାହାନ ସାହୁ, ସନ୍ତୋଷ କୁମାର ଖମାରୀ, ରୋହିତ କୁମାର ସାହୁ, କ୍ଷୀରୋଦ କୁମାର ସାହୁ ଓ ଧନଞ୍ଜୟ ସାହୁ।

1 day ago
2


