BJP: ବିଜେପିରେ ଥଇଥାନ ଚିନ୍ତା: ଆଶା ବାନ୍ଧି ବସିଛନ୍ତି ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଗମ ମୁଆଁ

1 day ago 2
ARTICLE AD BOX

ଭଦ୍ରକ (ହରିହର ନାୟକ): ୨୦୨୪ ନିର୍ବାଚନ ପରେ ଭଦ୍ରକ ଜିଲ୍ଲାର ରାଜଜୈତିକ ଚିତ୍ରପଟ ସମ୍ପୂର୍ଣ୍ଣ ବଦଳି ଯାଇଛି। ଶାସନ କ୍ଷମତାରେ ଥିବା ବିଜେପିରେ ଏବେ ନେତାଙ୍କ ସଂଖ୍ୟା ଯାହାକୁ ଯେତେ। ଯେଉଁ ଜିଲ୍ଲା ଦିନେ ବିଜେଡିର ଗଡ଼ ଥିଲା, ସେଠି ଏବେ ବିଜେପି ପ୍ରଭାବ ବିସ୍ତାର କରିସାରିଛି। ଫଳରେ, ଦଳରେ ଥିବା କିମ୍ବା ପରବର୍ତ୍ତୀ ସମୟରେ ଯୋଗଦେଇଥିବା ନେତାଙ୍କ ଭିତରେ ଥଇଥାନ ଆଶା ବଢ଼ିବାରେ ଲାଗିଛି। ଦଳର ସାଙ୍ଗଠନିକ ପଦପଦବି ହେଉ କିମ୍ବା ନିଗମ କି ବୋର୍ଡ ଅଧ୍ୟକ୍ଷ; କେଉଁଥିରେ ହେଲେ ବି ଅବସ୍ଥାପିତ ହେବାପାଇଁ ଲକ୍ଷ୍ୟ ରଖିଛନ୍ତି। ହେଲେ, ଇତିମଧ୍ୟରେ ଦୁଇବର୍ଷରୁ ଊର୍ଦ୍ଧ୍ବକାଳ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଆଶା ଆଶା‌ରେ ରହିଯାଇଛି। ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଗମ ମୁଆଁ ବଣ୍ଟାଯିବାର ସମ୍ଭାବନା ରହିଛି। ୨୦୨୪ ମସିହା ନିର୍ବାଚନରେ ବିଜେପି ଭଦ୍ରକ ଲୋକସଭା ଆସନ ସହିତ ୨ଟି ବିଧାନସଭା‌ ଆସନରେ ବିଜୟ ଲାଭ କରିଥିଲା। ରାଜନୈତିକ ବିଶେଷଜ୍ଞଙ୍କ ମତରେ, ‘ସରକାର ଗଠନ ପରେ ଏକ ବୃହତ୍‌ ପ୍ରଭାବ ଜିଲ୍ଲା ରାଜନୀତି ଉପରେ ପଡ଼ିଛି। ଜିଲ୍ଲାର ୩ଟି ବିଧାନସଭା ଆସନ ବିଜେଡି ଓ କଂଗ୍ରେସ ହାତରେ ରହିଥିଲେ ମଧ୍ୟ ଏକମାତ୍ର ଦଳଭାବେ ବିଜେପିର ସାଙ୍ଗଠନିକ ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଛି। ୨୪ବର୍ଷ ଧରି କ୍ଷମତାରେ ଥିବା ବିଜେଡିର ସାଙ୍ଗଠନିକ ବିପର୍ଯ୍ୟୟ ଘଟିଛି।’ ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଜଗନ୍ନାଥ ସ୍ବାଇଁ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦୁଇପୁତ୍ର ପ୍ରୟାସକାନ୍ତି ଓ ପ୍ରଣୀତକାନ୍ତିଙ୍କ ଭଳି ନେତା ବିଜେପିରେ ଯୋଗ ଦେଇସାରିଛନ୍ତି। ସେହିପରି ବନ୍ତ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର ବ୍ଲକ୍‌ର ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କୁ ଆଣି ଆଗୁଆ ବିଜେପିରେ ସାମିଲ କରିସାରିଛନ୍ତି। 

BJP legislature party: ବିଜେପି ବିଧାୟକ ଦଳ ବୈଠକରେ ବିରୋଧୀଙ୍କୁ ଜବାବ ଦେବାକୁ ରଣନୀତି: ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ

ଅନ୍ୟପକ୍ଷରେ ରାଜ୍ୟ ସ୍ତରରେ ଏପର୍ଯ୍ୟନ୍ତ ନିଗମ ଗଠନ କିମ୍ବା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ନିଯୁକ୍ତି ହୋଇ ନଥିବାରୁ କିଛି ନେତା ମନକୁ ବୁଝାଇ ଚୁପ୍‌ ଅଛନ୍ତି। ତେବେ, ଆଗାମୀ ଦିନରେ ଏହି ପ୍ରସଙ୍ଗ ଦଳ ପାଇଁ ଆହ୍ବାନ ସଦୃଶ ଉଭା ହୋଇପାରେ। ଏ ସମ୍ପର୍କରେ ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ କହନ୍ତି, ୧୯୯୦ ମସିହାରୁ ବିଜେପିରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ୩୬ ବର୍ଷ ଧରି କାର୍ଯ୍ୟ କରୁଛି। ଦଳ ମୋତେ ଭରସା କରି ଦୁଇ ଦୁଇ ଥର ଜିଲ୍ଲା ସଭାପତି କରିଥିଲା। ରାଜ୍ୟ ସଭାପତି ଯାହା ନିଷ୍ପତ୍ତି ନେବେ ଆମେ ଗ୍ରହଣ କରିବୁ ବୋଲି କହିଛନ୍ତି। ସେହିପରି, ବରି‌ଷ୍ଠ ବିଜେପି ନେତା ତୁଷାର ଜେନା କହିଛନ୍ତି, ପୂଜା ପୂର୍ବରୁ ନିଗମ ଅଧ୍ୟକ୍ଷ ବଣ୍ଟନ ହେବାର ଆଭାସ ଅଛି। ଦଳୀୟ ନେତୃମଣ୍ଡଳୀ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ। ବିଜେପି ନେତା ଦୀନବନ୍ଧୁ ପତିଙ୍କ ମତରେ, ସେ ଦୁଇ ଦୁଇ ଥର ଜିଲ୍ଲା ସଭାପତି ରହିଥିିଲେ। ରାଜ୍ୟ କାର୍ଯ୍ୟକାରିଣୀରେ ମଧ୍ୟ ସଦସ୍ୟ ଭାବେ କାମ କରିଥିଲେ।  ଦଳ ଯାହା ଦାୟିତ୍ବ ଦେବ ସୂଚାରୁ ରୂପେ ତୁଲାଇବି ବୋଲି ସେ କହିଛନ୍ତି।  ବିଜେପି ନେତା ବଦ୍ରିନାରାୟଣ ଧଳ କହିଛନ୍ତି, ଦଳ ମୋତେ ଦୁଇ ଦୁଇ ଥର ଜିଲ୍ଲା ସଭାପତି ସହିତ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ କରିଥିଲା। ନିଗମ ଅଧ୍ୟକ୍ଷ ପଦ ସମ୍ପର୍କରେ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ସମ୍ମାନ ଦେବୁ।  ବିଜେପି ନେତା ଅଜୟ ନାୟକ କହିଛନ୍ତି, ଦଳର ଉଚ୍ଚସ୍ତରୀୟ ନେତା ଯାହା ନିଷ୍ପତ୍ତି ନେବେ ତାକୁ ଆମେ ମାନିବୁ।

BJP: ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ: ଓଡ଼ିଶାର ପ୍ରଭାରୀ ହେଲେ ଡି. ପୁରନ୍ଦେଶ୍ୱରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.